Advertisment

ପୁଣି ବିମାନକୁ ବୋମା ଧମକ, ତିନି ଦିନରେ ୧୨ ମାମଲା

ବାରମ୍ବାର ଏପରି ମାମଲା ସାମ୍ନାକୁ ଆସିବା ପରେ ଆଜି ସକାଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜରୁରୀ ବୈଠକ ଡକାଯାଇଥିଲା।

author-image
Debibandita Barick
Akasa-Air

Akasa-Air

ପୁଣି ବିମାନକୁ ମିଳିଛି ବୋମା ଧମକ। ଗତ ତିନି ଦିନ ମଧ୍ୟରେ ୧୨ଟି ବିମାନକୁ ବୋମା ଧମକ ମିଳିଲାଣି। ଏହିକ୍ରମରେ ଆଜି ପୁଣି ଗୋଟିଏ ଇଣ୍ଡିଗୋ ଏବଂ ଅକସା ଏୟାର ବିମାନକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି।

Advertisment

ଏହା ପୂର୍ବରୁ ସୋମବାର ଦିଲ୍ଲୀ-ଚିକାଗୋ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଥିଲା। ସେହିପରି ମଙ୍ଗଳବାର ଡାମନ-ଲକ୍ଷ୍ନୌ ଇଣ୍ଡିଗୋ ବିମାନ, ଅଯୋଧ୍ୟା-ବେଙ୍ଗାଲୁରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଦରଭଙ୍ଗା-ମୁମ୍ବାଇ ସ୍ସାଇସଜେଟ୍, ବଗଦୋଗ୍ରା-ବେଙ୍ଗାଲୁରୁ ଅକସା ଏୟାର ଫ୍ଲାଇଟ୍, ଅମୃତସର-ଡେରାଡୁନ-ଦିଲ୍ଲୀ ଫ୍ଲାଇଟ୍ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ମଦୁରାଇ-ସିଙ୍ଗାପୁର ବିମାନକୁ ବୋମା ଧମକ ମିଳିଥିଲା।

ଏହା ପୂର୍ବରୁ ସୋମବାର ଦୁଇଟି ଇଣ୍ଡିଗୋ ଏବଂ ଗୋଟିଏ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ବିମାନକୁ ଟ୍ୱିଟ୍ ଯୋଗେ ଧମକ ମିଳିବା ପରେ ଦିଲ୍ଲୀରେ ବିମାନର ଜରୁରୀ ଅବତରଣ ହୋଇଥିଲା।

Advertisment

ଗତକାଲି ମଧ୍ୟ ଏକ ଏୟାର ଇଣ୍ଡିଆ ବିମାନକୁ ଧମକ ମିଳିଥିଲା। ଏହି ବିମାନଟି ଦିଲ୍ଲୀରୁ ଚିକାଗୋ ଅଭିମୁଖେ ଯାଉ ଥିବାବେଳେ ଧମକ ମିଳିବା ପରେ କାନାଡାର ଏକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା।  

ଲଗାତାର ଭାବେ ଏପରି ମାମଲା ସାମ୍ନାକୁ ଆସିବା ପରେ ଆଜି ସକାଳ 11ଟାରେ ସଂସଦର ଷ୍ଟାଣ୍ଡିଂ କମିଟି ଏକ ଜରୁରୀ ବୈଠକ କରିଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ DGCA ଅଧିକାରୀ ଏହି ବୈଠକ ଡକାଇଥିଲେ। ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ମୁତାବକ, ଏହି ବୈଠକରେ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି। 

Indigo Airlines Bomb Threat Akasa Air Flight