ଅହମ୍ମଦାବାଦ: ବଢ଼ିଲା କ୍ଷୀର ଦର। ଅମୂଲ କମ୍ପାନୀ ପକ୍ଷରୁ କ୍ଷୀର ଦର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରାଯାଇଛି। ଗୁଜରାଟ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ୍ (ଜିସିଏମଏମଏଫ)ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଛି। ଜିସିଏମଏମଏଫ ପକ୍ଷରୁ ଅମୂଲ ବ୍ରାଣ୍ଡର କ୍ଷୀର ଏବଂ ଅନ୍ୟ ଦୁଗ୍ଧଜାତ ଖାଦ୍ୟ ଉତ୍ପାଦନ କରାଯାଉଛି।
ଏହି ନୂଆ ଦର ସମଗ୍ର ଦେଶରେ ୨୦୨୨ ମାର୍ଚ୍ଚ ୧ରୁ ଲାଗୁ ହେବ। ଅହମ୍ମଦାବାଦ ଏବଂ ସୌରାଷ୍ଟ୍ରରେ ଅମୂଲ ଗୋଲଡ୍ ୫୦୦ ଗ୍ରାମ କ୍ଷୀର ପ୍ୟାକେଟ୍ର ଦର ୩୦ ଟଙ୍କାକୁ ବୃଦ୍ଧି ପାଇଛି। ସେହପିରି ଅମୂଲ ତାଜା ଅଧା ଲିଟର ପ୍ୟାକେଟ୍ ଦର ୨୪ ଟଙ୍କା ଧାର୍ଯ୍ୟ ହୋଇଛି। ସେହିପରି ଅମୂଲ ଶକ୍ତି ୫୦୦ ଏମ୍ଏଲ ପ୍ୟାକେଟ୍ ପ୍ରତି ଦର୨୭ ଟଙ୍କା ଛୁଇଁଛି। ତେବେ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ପରେ ଏମଆରପି ମୂଲ୍ୟରେ ୪ ପ୍ରତିଶତ ବୃଦ୍ଧି ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Business
ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ
ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ।
Business
ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ; ୧୦ ବର୍ଷରେ ୧୨ ଲକ୍ଷ କୋଟି ଛାଡ଼
ବ୍ୟାଙ୍କ ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ ଓ ଜୟପ୍ରକାଶଙ୍କ ପରି ପ୍ରତିଷ୍ଠିତ ବିଜନେସମ୍ୟାନ୍। ଫଳରେ ଋଣ ଛାଡ଼ ପାଇଁ ବାଧ୍ୟ ହେଉଛନ୍ତି ସରକାରୀ ଓ ଘରୋଇ ବ୍ୟାଙ୍କ। ଗତ ୧୦ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ୧୨ ଲକ୍ଷ କୋଟି ଛାଡ଼ କରିଛନ୍ତି।
Business
ଖୁବଶୀଘ୍ର ଏଟିଏମରୁ ଉଠିପାରିବ ପିଏଫ୍ ଟଙ୍କା!
ଖୁବଶୀଘ୍ର ହିତାଧିକାରୀ ସିଧାସଳଖ ଏଟିଏମ୍ ମାଧ୍ୟମରେ ସେମାନଙ୍କ କ୍ଲେମ ରାଶି ସହଜରେ ପାଇପାରିବେ। କର୍ମଚାରୀମାନଙ୍କ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ କହିଲେ ଶ୍ରମ ସଚିବ।
Business
ଆସ୍କା-40ର ଦର ବଢ଼ାଇବାକୁ ଆସିକା ବିଧାୟକଙ୍କ ଦାବି
୫ ବର୍ଷ ହେଲା ‘Aska-40’ ଦର ବୃଦ୍ଧି ପାଇନାହିଁ ବୋଲି କହିଛନ୍ତି ଆସିକା ବିଧାୟକ।