Advertisment

BharatPeରୁ ଇସ୍ତଫା ଦେଲେ ସହ-ପ୍ରତିଷ୍ଠାତା ଅଶନୀର ଗ୍ରୋଭର

ନୂଆଦିଲ୍ଲୀ: ଭାରତପେ’ (BharatPe) ରୁ ଇସ୍ତଫା ଦେଲେ ଏହାର ସହ-ପ୍ରତିଷ୍ଠାତା ଅଶନୀର ଗ୍ରୋଭର। ପତ୍ନୀ ମାଧୁରୀ ଜୈନଙ୍କୁ ‘ଭାରତପେ’ ବହିଷ୍କାର କରିବାର କିଛି ଦିନ ପରେ ଅଶନୀର ଗ୍ରୋଭର ଏହି ପଦକ୍ଷେପ ନେଇଛନ୍ତି। ଆର୍ଥିକ ଅନିୟମିତତା ପାଇଁ ମାଧୁରୀଙ୍କୁ କଂପାନୀ ବହିଷ୍କାର କରିଥିଲା। ଅଶନୀର ଗ୍ରୋଭର ଭାରତପେ’ ବୋର୍ଡକୁ ଏକ ସୁଦୀର୍ଘ ଚିଠି ଲେଖିଛନ୍ତି। ଏଥିରେ ଅତ୍ୟନ୍ତ କଡ଼ା ଭାଷାରେ କଂପାନୀର କିଛି ବ୍ୟକ୍ତିଙ୍କୁ ସେ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି, ଯେଉଁ କଂପାନୀକୁ ମୁଁ ଗଢ଼ିଥିଲି […]

author-image
Jitendra Garnayak
BharatPeରୁ ଇସ୍ତଫା ଦେଲେ ସହ-ପ୍ରତିଷ୍ଠାତା ଅଶନୀର ଗ୍ରୋଭର

Grover

ନୂଆଦିଲ୍ଲୀ: ଭାରତପେ’ (BharatPe) ରୁ ଇସ୍ତଫା ଦେଲେ ଏହାର ସହ-ପ୍ରତିଷ୍ଠାତା ଅଶନୀର ଗ୍ରୋଭର। ପତ୍ନୀ ମାଧୁରୀ ଜୈନଙ୍କୁ ‘ଭାରତପେ’ ବହିଷ୍କାର କରିବାର କିଛି ଦିନ ପରେ ଅଶନୀର ଗ୍ରୋଭର ଏହି ପଦକ୍ଷେପ ନେଇଛନ୍ତି। ଆର୍ଥିକ ଅନିୟମିତତା ପାଇଁ ମାଧୁରୀଙ୍କୁ କଂପାନୀ ବହିଷ୍କାର କରିଥିଲା।

Advertisment

ଅଶନୀର ଗ୍ରୋଭର ଭାରତପେ’ ବୋର୍ଡକୁ ଏକ ସୁଦୀର୍ଘ ଚିଠି ଲେଖିଛନ୍ତି। ଏଥିରେ ଅତ୍ୟନ୍ତ କଡ଼ା ଭାଷାରେ କଂପାନୀର କିଛି ବ୍ୟକ୍ତିଙ୍କୁ ସେ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି, ଯେଉଁ କଂପାନୀକୁ ମୁଁ ଗଢ଼ିଥିଲି ତାକୁ ଛାଡ଼ିବାକୁ ମୋତେ ବାଧ୍ୟ କରାଯାଇଛି। ଏହା ମୋତେ ବହୁତ ଦୁଃଖ ଦେଇଛି। ତେବେ ଆଜି ମୁଁ ମୁଣ୍ଡ ଉଠାଇ ଗର୍ବର ସହିତ ଏହା କହିପାରିବେ ଯେ ଫିନ୍‌ଟେକ୍ ବ୍ୟବସାୟରେ ଏହି କଂପାନୀ ଆଜି ନେତୃତ୍ୱ ନେଉଛି। ଦୁର୍ଭାଗ୍ୟବଶତଃ ୨୦୨୨ ପ୍ରାରମ୍ଭରୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ମୋତେ ଓ ମୋ ପରିବାରକୁ ଅପଦସ୍ଥ କରି ଆସୁଛନ୍ତି। ସେମାନେ ଯେଉଁ ଅଭିଯୋଗ ମୋ ନାଁରେ ଆଣିଛନ୍ତି, ତା’ର କୌଣସି ଆଧାର ନାହିଁ। ସେମାନେ କେବଳ ମୋର ସମ୍ମାନହାନି କରି ନାହାନ୍ତି, କଂପାନୀର ସମ୍ମାନକୁ ବି ତଳେ ପକାଇଛନ୍ତି।

[caption id="attachment_717244" align="aligncenter" width="650"]Madhuri and ashneer ପତ୍ନୀ ମାଧୁରୀଙ୍କ ସହ ଅଶନୀର ଗ୍ରୋଭର[/caption]

Advertisment

ଗ୍ରୋଭର ଆହୁରି ଲେଖିଛନ୍ତି, ଭାରତୀୟ ଶିଳ୍ପ ଜଗତରେ ମୋର ଦକ୍ଷତାକୁ ପ୍ରଶଂସା କରାଯାଉଥିବା ବେଳେ ତଥା ଦେଶର ଯୁବକଯୁବତୀଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ ମୁଁ ପ୍ରେରଣା ସାଜିଥିବା ବେଳେ ଏଠାରେ (କଂପାନୀରେ) ମୁଁ ମୋର ନିଜର ନିବେଶକ ଓ ମ୍ୟାନେଜ୍‌ମେଣ୍ଟ ସହିତ ଏକାକୀ ଲଢ଼େଇ କରୁଛି। ଆଉ ଏଥିରେ ଦୁର୍ଭାଗ୍ୟବଶତଃ ଭାରତପେ‘ ବାଜି ଲାଗିଛି।

କୋଟାକ ମହିନ୍ଦ୍ର ବ୍ୟାଙ୍କ ଅଧିକାରୀଙ୍କୁ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ଏବଂ ଦୁର୍ନୀତିରେ ଲିପ୍ତ ରହିଥିବା ଅଭିଯୋଗରେ ଅଶନୀର ଗ୍ରୋଭରଙ୍କୁ କଂପାନୀ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଲମ୍ବା ଛୁଟିରେ ପଠାଇ ଦେଇଥିଲା। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅଶନୀର ଖଣ୍ଡନ କରିବା ସହିତ କଂପାନୀ ତାଙ୍କ ବିରୋଧରେ ଯେଉଁ ତଦନ୍ତ ଚଲାଇଛି ତାହା ସଂପୂର୍ଣ୍ଣ ବେଆଇନ ବୋଲି ଦର୍ଶାଇ ସିଙ୍ଗାପୁର ଇଣ୍ଟରନ୍ୟାଶନାଲ ଆରବିଟ୍ରେସନ୍‌ ସେଣ୍ଟର (ଏସ୍‌ଆଇଏସି)ରେ ଆବେଦନ କରିଥିଲେ। ତେବେ ଏସ୍‌ଆଇଏସି ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଫଳରେ ଇସ୍ତଫା ଦେଇଥିବା ସତ୍ତ୍ୱେ ଅଶନୀରଙ୍କ ମୁସ୍କିଲ କମିବନି ବୋଲି ଆଲୋଚନା ହେଉଛି।