Advertisment

ଆସ୍କା-40ର ଦର ବଢ଼ାଇବାକୁ ଆସିକା ବିଧାୟକଙ୍କ ଦାବି

୫ ବର୍ଷ ହେଲା ‘Aska-40’ ଦର ବୃଦ୍ଧି ପାଇନାହିଁ ବୋଲି କହିଛନ୍ତି ଆସିକା ବିଧାୟକ।

Saroj Padhi

Saroj Padhi

Advertisment

ଆସିକା ବିଧାୟକ ସରୋଜ ପାଢ଼ୀଙ୍କୁ ଆସ୍କା-40 ଚିନ୍ତା। ବିଧାନସଭାରେ ଆସ୍କା-40ର ଦର ବୃଦ୍ଧି ଦାବି କରିଛନ୍ତି ବିଧାୟକ ସରୋଜ ପାଢ଼ୀ। 

Advertisment

ଆଜି ଗୃହରେ ବିଧାୟକ ସରୋଜ ପାଢ଼ୀ କହିଥିଲେ, ଆସିକା ସମବାୟ ଚିନି ଶିଳ୍ପରେ ଥିବା ସୁରା ଶିଳ୍ପ ତଥା ବଟଲ୍ଂ ପ୍ଲାଣ୍ଟରେ ପ୍ରସ୍ତୁତ ଦେଶୀ ସୁରା ‘Aska-40’କୁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିଃକୁ ପ୍ରେରଣ କରାଯାଉଛି। ତେବେ ଏହି ଦେଶୀ ସୁରା ‘Aska-40’ର ମୂଲ୍ୟ ବୃଦ୍ଧି ଶେଷ ଥର ପାଇଁ ୨୦୧୯ ମସିହାରେ ହୋଇଥିଲା। ବର୍ତ୍ତମାନ ପ୍ରତ୍ୟେକ ଜିନିଷର ବଜାର ଦର ଅହେତୁକ ଭାବେ ବୃଦ୍ଧି ପାଇଥିଲେ ସୁଦ୍ଧା ଇତି ମଧ୍ୟରେ ପ୍ରାୟ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର ମୂଲ୍ୟ ବୃଦ୍ଧି ହୋଇନାହିଁ। ଯଦ୍ୱାରା କି ଚିନି ଶିଳ୍ପକୁ ଏହାର ପରିଚାଳନାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହାର ଉଚିତ ମୂଲ୍ୟ ବୃଦ୍ଧି କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ କି?

ଶ୍ରୀ ପାଢ଼ୀଙ୍କ ଏହି ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ, ଆସିକାଠାରେ ପ୍ରତିଷ୍ଠିତ ଆସିକା ସମବାୟ ଚିନି ଶିଳ୍ପ ଲିଃ ମୁଖ୍ୟତଃ ଚିନି ଉତ୍ପାଦନ କରୁଥିଲେ ମଧ୍ୟ ଚିନିର ଉତ୍ପାଦନ ମୂଲ୍ୟ ବିକ୍ରୟ ମୂଲ୍ୟଠାରୁ ଅଧିକ ଥିବା ଯୋଗୁ ହେଉଥିବା କ୍ଷତିର ଭରଣା କରିବା ପାଇଁ ବିକଳ୍ପ ଭାବେ ଏଠାରେ ଦେଶୀ ସୁରା (Country Liquor) ପ୍ରସ୍ତୁତ କରି ଓଡ଼ିଶା ରାଜ୍ୟ ପାନୀୟ ନିଗମକୁ ଯୋଗାଇ ଦିଆଯାଉଛି ଏବଂ ଏହା ବାବଦକୁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଏହି ଦେଶୀ ସୁରାର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରଦାନ କରିଥା’ନ୍ତି। ବର୍ତ୍ତମାନ ଏହି ସୁରାର ବୋତଲ ପ୍ରତି ସର୍ବାଧିକ ବିକ୍ରୟ ମୂଲ୍ୟ ୬୦ ଟଙ୍କା ଧାର୍ଯ୍ୟ ହୋଇଛି।  

Advertisment
Aska
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe