/odisha-reporter/media/post_attachments/uploadimage/library/16_9/16_9_0/ATM_1718289248.jpg)
ATM
ଆଗକୁ ମହଙ୍ଗା ହେବ କି ଏଟିଏମରୁ ଟଙ୍କା ଉଠାଣ? ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ ସୀମାଠୁ ଅଧିକ ଥର ଟଙ୍କା ଉଠାଇଲେ, ହୁଏତ ଗଣିବାକୁ ପଡ଼ିପାରେ ଅଧିକ ଟଙ୍କା। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI)କୁ ଇଣ୍ଟରଚେଞ୍ଜ ଫି ବଢ଼ାଇବାକୁ ଦାବି କରିଛି ଏଟିଏମ୍ ଅପରେଟର ମହାସଂଘ।
କନଫେଡେରେସନ୍ ଅଫ୍ ATM ଇଣ୍ଡଷ୍ଟ୍ରି ବା CATM ପକ୍ଷରୁ କେବଳ RBI ନୁହେଁ, ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆବା NPCIକୁ ମଧ୍ୟ ଏନେଇ ଦାବି କରାଯାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ନିର୍ଦ୍ଧାରିତ ଥର ଠାରୁ ଅଧିକ ଥର ଏଟିଏମରୁ ଟଙ୍କା ଉଠାଇଲେ, ଇଣ୍ଟରଚେଞ୍ଜ ଫିକୁ ପ୍ରତି ଟ୍ରାଞ୍ଜାକସନ ପିଛା ସର୍ବାଧିକ ୨୩ ଟଙ୍କାକୁ ବୃଦ୍ଧି କରିବାକୁ ଦାବି ରଖିଛି ସଂଘ। ଭିନ୍ନ ଭିନ୍ନ ବ୍ୟାଙ୍କ ଓ ସହର ଅନୁସାରେ ସେଭିଂସ ଆକାଉଣ୍ଟ ହୋଲଡରମାନେ ଏଟିଏମରୁ ମାସକୁ ୩ ରୁ ୫ ଥର ବିନା କୌଣସି ଦେୟରେ ଟଙ୍କା ଉଠାଇ ପାରିବେ। ଏହାପରେ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ଇଣ୍ଟରଚେଞ୍ଜ ଫି ଦେବାକୁ ପଡ଼ିଥାଏ। ଏହା ଠାରୁ ଅଧିକ ଥର ଟଙ୍କା ଉଠାଣ କଲେ ଗ୍ରାହକଙ୍କୁ ଇଣ୍ଟରଚେଞ୍ଜ ଫି ଚାର୍ଜ ଦେବାକୁ ପଡ଼ୁଛି।
ସୂଚନା ଅନୁସାରେ, ୨୦୨୧ରେ ଶେଷ ଥର ପାଇଁ ଏହି ଫି ୧୫ରୁ ୧୭ ଟଙ୍କାକୁ ବଢ଼ିଥିଲା। ଏଥିସହ ଗ୍ରାହକଙ୍କ ପାଇଁ ଦେୟର ସର୍ବାଧିକ ସୀମା ୨୦ରୁ ୨୧ ଟଙ୍କାକୁ ବଢ଼ାଯାଇଥିଲା।
ଏହା ପରଠାରୁ ଏଥିରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇ ନଥିଲା। କିନ୍ତୁ ଏବେ ଟ୍ରାଞ୍ଜକସନ ଫି’କୁ ବୃଦ୍ଧି କରିବାକୁ ଦାବି ହୋଇଛି। ଯଦି ଏହାକୁ ଅନୁମତି ମିଳିବ, ତା’ହେଲେ ଗ୍ରାହକଙ୍କୁ ସୀମା ଠାରୁ ଅଧିକ ଉଠାଣ କଲେ ବର୍ଦ୍ଧିତ ଟଙ୍କା ଦେବାକୁ ପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
