Advertisment

OnePlus 7 ସିରିଜ୍ ଫୋନ୍‌ରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଏବେ ଭାରତୀୟ ବଜାର ପାଇଁ ଅନ୍ୟତମ ଲୋକପ୍ରିୟ ସ୍ମାର୍ଟଫୋନ୍‌ OnePlus ଆଣିଛି ଜବରଦସ୍ତ ଅଫର୍‌। ଏହି ସେଲ୍‌ ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ଆମାଜନ୍‌ ଇଣ୍ଡିଆରେ ଚାଲିବ।  ଏହି ସେଲ୍‌ରେ ଆପଣଙ୍କୁ  OnePlus 7 ସିରିଜ୍ ଫୋନ୍‌ରେ ଆକର୍ଷଣୀୟ ରିହାତି ମିଳିବ। ଏଥିରେ ଏହାର ଲାଟେଷ୍ଟ ମଡେଲ୍ OnePlus 7T ଓ OnePlus 7 Pro ବି ସାମିଲ୍ ରହିଛି। ଆମାଜନ୍‌ ଇଣ୍ଡିଆରେ OnePlus ସ୍ମାର୍ଟଫୋନ୍‌ ଉପରେ ଚାଲିଥିବା ଡିସ୍‌କାଉଣ୍ଟର ଲାଭ ପାଇବା ପାଇଁ ଆପଣଙ୍କ […]

ଅଦ୍ୟତନ ହୋଇଛି
OnePlus 7 ସିରିଜ୍ ଫୋନ୍‌ରେ ଆକର୍ଷଣୀୟ ରିହାତି

1

Advertisment

ନୂଆଦିଲ୍ଲୀ: ଏବେ ଭାରତୀୟ ବଜାର ପାଇଁ ଅନ୍ୟତମ ଲୋକପ୍ରିୟ ସ୍ମାର୍ଟଫୋନ୍‌ OnePlus ଆଣିଛି ଜବରଦସ୍ତ ଅଫର୍‌। ଏହି ସେଲ୍‌ ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ଆମାଜନ୍‌ ଇଣ୍ଡିଆରେ ଚାଲିବ।  ଏହି ସେଲ୍‌ରେ ଆପଣଙ୍କୁ  OnePlus 7 ସିରିଜ୍ ଫୋନ୍‌ରେ ଆକର୍ଷଣୀୟ ରିହାତି ମିଳିବ। ଏଥିରେ ଏହାର ଲାଟେଷ୍ଟ ମଡେଲ୍ OnePlus 7T ଓ OnePlus 7 Pro ବି ସାମିଲ୍ ରହିଛି।

Advertisment

ଆମାଜନ୍‌ ଇଣ୍ଡିଆରେ OnePlus ସ୍ମାର୍ଟଫୋନ୍‌ ଉପରେ ଚାଲିଥିବା ଡିସ୍‌କାଉଣ୍ଟର ଲାଭ ପାଇବା ପାଇଁ ଆପଣଙ୍କ ପାଖରେ SBI କାର୍ଡ଼ ଥିବା ଜରୁରୀ। SBI କ୍ରେଡିଟ୍ କାର୍ଡ଼ରେ ଟ୍ରାଞ୍ଜାକ୍‌ସନ୍‌ କଲେ ତିନି ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍ ମିଳିବ। ଏହା ବ୍ୟତୀତ OnePlus 7 ସିରିଜ୍‌ କିଣିଲେ ଆପଣଙ୍କୁ ୫ ହଜାର ଟଙ୍କାର ରିହାତି ମିଳିବ।

publive-imageଗ୍ରାହକମାନେ ଲାଟେଷ୍ଟ ମଡେଲ୍ OnePlus 7Tର ୮ଜିବି ରାମ୍‌ ଓ ୧୨୮ଜିବି ଷ୍ଟୋରେଜ୍‌ ଭ୍ୟାରିଆଣ୍ଟକୁ ୩୪ ହଜାର ୯୯୯ ଟଙ୍କା ମୂଲ୍ୟରେ କିଣିପାରିବେ। ଏହା ସହିତ ଏକ ହଜାର ଟଙ୍କାର ଫ୍ଲାଟ୍‌ ଡିସ୍‌କାଉଣ୍ଟ ବି ଦିଆଯାଉଛି। ଏହାକୁ ଏକ୍ସଚେଞ୍ଜ ଓ ଇଏମ୍‌ଆଇରେ କିଣିଲେ ମଧ୍ୟ ଆକର୍ଷଣୀୟ ଅଫର୍‌ ମିଳିବ। OnePlus 7T Proର ୮ଜିବି ରାମ୍‌ ଓ ୨୫୬ଜିବି ଷ୍ଟୋରେଜ୍‌ ଭ୍ୟାରିଆଣ୍ଟକୁ ୫୩ ହଜାର ୯୯୯ଟଙ୍କାରେ କିଣିପାରିବେ। ଏହି ଫୋନ୍‌ ସହ ୩ ହଜାର ଟଙ୍କାର କ୍ୟାଶ୍‌ବ୍ୟାକ୍‌ ବି ମିଳୁଛି।

Advertisment

OnePlus 7 Proକୁ ଆପଣ ୧୦ ହଜାର ଟଙ୍କାର ରିହାତିରେ ପାଇପାରିବେ। କମ୍ପାନୀ ଏହାକୁ ୫୨ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ କରିଥିଲା। ହେଲେ ଏବେ ଆପଣ ଏହାକୁ ଆମାଜନ୍‌ରୁ ୪୨ ହଜାର ୯୯୯ ଟଙ୍କାରେ କିଣିପାରିବେ।  SBI କ୍ରେଡିଟ୍‌ କାର୍ଡ ଜରିଆରେ ଯଦି ଆପଣ ଫୋନ୍‌କୁ EMIରେ କିଣନ୍ତି, ତା’ହେଲେ ୨ହଜାର ଟଙ୍କାର ଅତିରିକ୍ତ ଡିସ୍‌କାଉଣ୍ଟ୍ ମିଳିବ। ସେହିପରି OnePlus 7ର ୮ଜିବି ମଡେଲ୍‌କୁ ୩୪ ହଜାର ୯୯୯ ଟଙ୍କାରେ କିଣିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe