Advertisment

କମର୍ସିଆଲ୍ ଗ୍ୟାସ୍ ଦର ବୃଦ୍ଧି, ଜାଣନ୍ତୁ କେଉଁ ସହରରେ ମୂଲ୍ୟ କେତେ

ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କଲେ ତୈଳ କମ୍ପାନୀ। ଆଜିଠାରୁ ନୂଆ ଦର ଲାଗୁ।

author-image
Debibandita Barick
ଅଦ୍ୟତନ ହୋଇଛି
Commercial LPG Cylinder

Commercial LPG Cylinder

ଅକ୍ଟୋବର ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା। କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କଲେ ତୈଳ କମ୍ପାନୀ। ଆଜିଠାରୁ ନୂଆ ଦର ଲାଗୁ କରାଯାଇଛି। ନୂଆ ଦର ଅନୁସାରେ, ଗ୍ୟାସ୍ ସିଲିଣ୍ଡର୍ ପିଛା 209 ଟଙ୍କା ବୃଦ୍ଧି ପାଇଛି।

Advertisment

ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ 19 କିଲୋଗ୍ରାମ ଏଲପିଜି ସିଲିଣ୍ଡର 1731.50 ଟଙ୍କାରେ ବିକ୍ରି ହେଉଛି। ଅନ୍ୟ ମେଟ୍ରୋ ସହରରେ କର୍ମସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ଦେଖିବାକୁ ଗଲେ କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ 203.50 ଟଙ୍କା ବୃଦ୍ଧି ପାଇଛି ଏବଂ ଏଠାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର 1,636.00 ଟଙ୍କା ବଦଳରେ 1,839.50 ଟଙ୍କା ରହିଛି।

ମୁମ୍ବାଇରେ 19 କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ 204 ଟଙ୍କା ବୃଦ୍ଧି ରେକର୍ଡ କରାଯାଇଛି ଏବଂ ଏହାର ମୂଲ୍ୟ ସିଲିଣ୍ଡର ପିଛା 1,482 ରୁ 1,684 ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଚେନ୍ନାଇରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ 203 ଟଙ୍କା ବୃଦ୍ଧି ପାଇଛି ଏବଂ ଏଠାରେ ସିଲିଣ୍ଡର ମୂଲ୍ୟ ପୂର୍ବରୁ 1,695 ଥିବାବେଳେ 1898 ଟଙ୍କାରେ ପହଞ୍ଚିଛି।

Advertisment

ପ୍ରକାଶ ଥାଉକି, ଇନ୍ଧନ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଗୋଟିଏ ମାସ ପୂର୍ବରୁ ସରକାର ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟକୁ 200 ଟଙ୍କା ହ୍ରାସ କରିଥିଲେ। ଏହା ପରେ ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। 

Lpg LPG Gas Price Commercial Cylinder Rates Cylinder Price Hike