ବେଜିଂ ପରେ ବାଂଲାଦେଶ କିଣିବ ଭାରତର ଚାଉଳ

ନୂଆଦିଲ୍ଲୀ: ଚାଇନା ପରେ ଏବେ ବାଂଲାଦେଶ ଭାରତ ପାଖରୁ ଚାଉଳ କିଣିବ। ଏ ନେଇ ଦୁଇ ଦେଶର ସରକାର ମଧ୍ୟରେ ଆଲୋଚନା ଜାରି ରହିଛି। ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ଆସିବ। ଏହି କିଣାବିକା ଦୁଇ ଦେଶର ସରକାର ମଧ୍ୟରେ ହେବ। ଏଥିରେ କେହି ମିଡିଲ୍ ମ୍ୟାନ ରହିବେ ନାହିଁ ବୋଲି ଜଣାପଡ଼ିଛି। ତେବେ ପ୍ରାୟ ତିନି ବର୍ଷ ପରେ ବାଂଲାଦେଶ ପୁଣି ଥରେ ଭାରତରୁ ଚାଉଳ ଆମଦାନୀ କରିବାକୁ ଯାଉଛି। ଖବର ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ […]

rice

rice

Subhransu Sekhar
  • Published: Sunday, 27 December 2020
  • Updated: 27 December 2020, 10:48 PM IST

Sports

Latest News

ନୂଆଦିଲ୍ଲୀ: ଚାଇନା ପରେ ଏବେ ବାଂଲାଦେଶ ଭାରତ ପାଖରୁ ଚାଉଳ କିଣିବ। ଏ ନେଇ ଦୁଇ ଦେଶର ସରକାର ମଧ୍ୟରେ ଆଲୋଚନା ଜାରି ରହିଛି। ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ଆସିବ। ଏହି କିଣାବିକା ଦୁଇ ଦେଶର ସରକାର ମଧ୍ୟରେ ହେବ। ଏଥିରେ କେହି ମିଡିଲ୍ ମ୍ୟାନ ରହିବେ ନାହିଁ ବୋଲି ଜଣାପଡ଼ିଛି।

ତେବେ ପ୍ରାୟ ତିନି ବର୍ଷ ପରେ ବାଂଲାଦେଶ ପୁଣି ଥରେ ଭାରତରୁ ଚାଉଳ ଆମଦାନୀ କରିବାକୁ ଯାଉଛି। ଖବର ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ ବାଂଲାଦେଶ ଭାରତରୁ ୧.୫ ଲକ୍ଷ ଟନ୍ ଚାଉଳ କିଣିପାରେ। ଚଳିତ ବର୍ଷ ବନ୍ୟା ଯୋଗୁଁ ବାଂଲାଦେଶରେ ଅନେକ ଫସଲ କ୍ଷତି ହୋଇଛି। ତେଣୁ ଚାହିଦା ମୁତାବିକ ଚାଉଳ ନଥିବାରୁ ବାଂଲାଦଶରେ ଚାଉଳ ଦର ଆକାଶ ଛୁଆଁ ହୋଇଛି। ଏଭଳି ପରିସ୍ଥିତିରେ ଦର ସ୍ୱାଭାବିକ କରିବା ପାଇଁ ଭାରତ ପାଖରୁ ଚାଉଳ କିଣିବାକୁ ସ୍ଥିର କରିଛି ବାଂଲାଦେଶ।

ଚଳିତ ବର୍ଷ ଭାରତରେ ମଧ୍ୟ ବହୁତ ଭଲ ଚାଉଳ ଉତ୍ପାଦନ ହୋଇଛି। ଭାରତ ମଧ୍ୟ ବିଶ୍ୱର ସର୍ବବୃହତ ଚାଉଳ ରପ୍ତାନୀକାରୀ ଦେଶ। ଥାଇଲ୍ୟାଣ୍ଡ ଏବଂ ଭିଏତନାମ ଭଳି ଦେଶଠୁ ଅଧିକ ଚାଉଳ ରପ୍ତାନୀ କରିବାକୁ ଭାରତ ଲକ୍ଷ୍ୟ ରଖିଛି। ତେଣୁ ବେଜିଂ ପରେ ଏବେ ବାଂଲାଦେଶକୁ ଡିସକାଉଣ୍ଟରେ ଚାଉଳ ରପ୍ତାନୀ କରିବାକୁ ନୂଆଦିଲ୍ଲୀ ଯୋଜନା କରିଛି।

ନାଫେଡ୍ ମୁଖପାତ୍ର କହିଛନ୍ତି ଯେ ଆମର ବାଂଲାଦେଶ ସହିତ କଥାବାର୍ତ୍ତା ଚାଲିଛି। ଆମେ ତାଙ୍କୁ ୫ ଲକ୍ଷ ଟନ୍ ଚାଉଳ ରପ୍ତାନୀ କରିପାରିବା। ସେହିପରି ବାଂଲାଦେଶ ଖାଦ୍ୟ ମନ୍ତ୍ରାଳୟ କହିଛି ଭାରତରୁ ୧ ଲକ୍ଷ ଟନ୍ ଚାଉଳ ଏବଂ ୫୦,୦୦୦ ଟନ୍ ଧାନ କିଣିବାକୁ ଚିନ୍ତା କରୁଛି। ଏହି ଚୁକ୍ତି ଦୁଇ ଦେଶର ସରକାର ମଧ୍ୟରେ ହେବ। ଭାରତ ଚାଉଳର ମୂଲ୍ୟ ଟନ୍ ପିଛା ୪୦୭ ଡଲାର ଏବଂ ଧାନର ମୂଲ୍ୟ ଟନ୍ ପିଛା ୪୧୭ ଡଲାର ହୋଇପାରେ। ଡିଲ୍ ପରେ ମାର୍ଚ୍ଚ ୨୦୨୧ ସୁଦ୍ଧା ଭାରତ ଚାଉଳ ରପ୍ତାନୀ କରିବ। ପଶ୍ଚିମବଙ୍ଗର ହଲଦିଆ ବନ୍ଦର ଦେଇ ବାଂଲାଦେଶ ସୀମାକୁ ଚାଉଳ ଯିବ।

ସୂଚନାଯୋଗ୍ୟ, ଚାଉଳ ଉତ୍ପାଦନରେ ବାଂଲାଦେଶ ବିଶ୍ୱର ତୃତୀୟ ବୃହତ୍ତମ ଦେଶ। ବାର୍ଷିକ ୩୫ ନିୟୁତ ଟନ୍ ଚାଉଳ ଉତ୍ପାଦନ କରେ ବାଂଲାଦେଶ। ଚଳିତଥର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଚାଉଳ କିଣିବାକୁ ବାଂଲାଦେଶ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, ତିନି ଦଶନ୍ଧି ପରେ ଚାଇନା ଭାରତ ପାଖରୁ ଚାଉଳ ଆମଦାନୀ କରିଛି। ଚାଉଳର ମାନ ଖରାପ କହି ଭାରତ ପାଖରୁ ଚାଇନା ଚାଉଳ ନେଉନଥିଲା। ହେଲେ ଦୁଇ ଦେଶ ମଧ୍ୟରେ ବିବାଦ ଚାଲିଥିବା ସତ୍ତ୍ୱେ ଭୋକ ମେଣ୍ଟାଇବା ପାଇଁ ଭାରତର ଚାଉଳ ଉପରେ ଭରସା କରିଛି ଡ୍ରାଗନ।

ଥାଇଲ୍ୟାଣ୍ଡ, ମିଆଁମାର, ଭିଏତନାମ, ପାକିସ୍ତାନ ପାଖରୁ ଚାଇନା ଚାଉଳ ଆମଦାନୀ କରୁଥିଲା। ହେଲେ ଏହି ତିନି ଦେଶ ଅଳ୍ପ ଡିସକାଉଣ୍ଟରେ ଚାଇନାକୁ ଚାଉଳ ରପ୍ତାନୀ କରୁଥିଲେ। ଏଥିସହ ଚାଇନାର ଚାହିଦା ମୁତାବିକ ଦେଉନଥିଲେ। ତେଣୁ ଚାଇନା ଏହି ଦୁଇଟି ଦିଗକୁ ବିଚାର କରି ନିଜ ନିଷ୍ପତ୍ତିରେ ୟୁ ଟର୍ଣ୍ଣ ନେଇଛି। ଆଉ ଭାରତ ପାଖରୁ ଚାଉଳ ନେବାକୁ ରାଜି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story