ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ଆସନ୍ତା ସୋମବାର (ସେପ୍ଟେମ୍ବର ୯ ତାରିଖ)ରେ ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଏଥିସହ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ସଂସ୍ଥା ମଧ୍ୟ ବନ୍ଦ ରହିବ। ସମସ୍ତ ବ୍ୟାଙ୍କ ଛୁଟି ରହିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।
କିଛି ଦିନ ପୂର୍ବରୁ ନୂଆଁଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର। ଚଳିତ ବର୍ଷ ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପଡୁଛି।
Also Read
ତେବେ ସେହିଦିନ ରବିବାର ଦିବସ ହୋଇଥିବାରୁ ୯ ତାରିଖକୁ ଅର୍ଥାତ୍ ଆସନ୍ତା ସୋମବାରକୁ ମୁଖ୍ୟମନ୍ତ୍ରୀ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଷ୍ଟାର୍ଟଅପ୍ ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟରେ ହେବ ନୂଆ ପାଣ୍ଠି
ବଜେଟ୍ ଅଭିଭାଷଣରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ବିକଳ୍ପ ନିବେଶ ପାଣ୍ଠି (ଏଆଇଏଫ୍)କୁ ୯୧,୦୦୦ କୋଟିରୁ ଅଧିକ ପ୍ରତିଶ୍ରୁତି ମିଳିଛି। ଏଥିପାଇଁ ପ୍ରତିଷ୍ଠିତ ପାଣ୍ଠିକୁ ୧୦,୦୦୦ କୋଟି ଟଙ୍କାର ସରକାରୀ ଅନୁଦାନ ପ୍ରଦାନ କରାଯାଇଛି।

National
ବଦଳିବ ସାତ ସୀମା ଶୁଳ୍କ ହାର, ବଢ଼ିବ ଶିଳ୍ପ ଓ ବ୍ୟବସାୟ
କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ସୀମା ଶୁଳ୍କ ହାରକୁ ଯୁକ୍ତିଯୁକ୍ତ କରିବା ଏବଂ ଶୁଳ୍କ ସଂଶୋଧନର ସମାଧାନ ଉପରେ ଧ୍ୟାନ ଦେବା ପ୍ରସ୍ତାବ ଉପରେ ଗୁରୁତ୍ୱ ଦିଆଯାଇଛି।
Business
କେନ୍ଦ୍ର ଟିକସରୁ ଓଡ଼ିଶାକୁ ମିଳିବ ୬୪୪୦୮କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ
ନୂତନ ରୋଜଗାର ସୃଷ୍ଟି କରିବା ପାଇଁ ଚଳିତ ବଜେଟରେ ୧୫.୫୦ଲକ୍ଷ କୋଟି ଟଙ୍କାର କ୍ୟାପିଟାଲ ଇନଭେଷ୍ଟମେଂଟର ପ୍ରାବଧାନ କରାଯାଇଛି ।

Business
ବଜେଟ୍: ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼, ଜାଣନ୍ତୁ କ’ଣ ଶସ୍ତା ହେଲା ଓ କାହାର ଦର ବଢ଼ିଲା
ପୂର୍ବରୁ ରାଜକୋଷ ଭରିବା ପାଇଁ ବଜେଟ କରାଯାଉଥିଲା। ଏବେ ଠିକ୍ ତାର ଓଲଟା କରାଯାଇଛି। ସାଧାରଣ ଓ ମଧ୍ୟବିତ୍ତ ଲୋକଙ୍କ ପକେଟ ଭରିବା ପାଇଁ ଏହି ବଜେଟ କରାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Business
ତଣ୍ଡ ଗଣିବ ରାଜ୍ୟ ସମବାୟ ବ୍ୟାଙ୍କ, ଜୋରିମାନା ଲଗାଇଲେ ରିଜର୍ଭ ବ୍ୟାଙ୍କ
ବ୍ୟାଙ୍କିଙ୍ଗ୍ ରେଗୁଲେସନ ଆକ୍ଟ-୧୯୪୯ର ଧାରା-୨୬(କ) ଓ ଧାରା ୯ରେ ପ୍ରାବଧାନକୁ ଅନୁପାଳନ କରିବାରେ ବିଫଳ ଥିବା ଯୋଗୁ ରାଜ୍ୟ ସମବାୟ ବ୍ୟାଙ୍କ ଉପରେ ୪ଲକ୍ଷ ଟଙ୍କାର ଜୋରିମାନା ଧାର୍ଯ୍ୟ କରିଛନ୍ତି ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ।