ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନଭେମ୍ବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ଜାରି କରିଛି। ଏହି ମାସରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଓ ଚାରିଟି ରବିବାରକୁ ମିଶାଇ ମୋଟ ୧୩ ଦିନ ଛୁଟି ରହିବ ବ୍ୟାଙ୍କ। ତେଣୁ ଜରୁରୀ କାମ ପାଇଁ ବ୍ୟାଙ୍କ ଯିବା ପୂର୍ବରୁ ଛୁଟିଦିନ ତାଲିକା ଉପରେ ଭଲ କରି ନଜର ପକାଇ ନିଅନ୍ତୁ।
ଏଠାରେ ପ୍ରକାଶଯୋଗ୍ୟ, ବ୍ୟାଙ୍କଗୁଡିକ ସମଗ୍ର ଦେଶରେ ୧୩ ଦିନ ବନ୍ଦ ରହିବ ନାହିଁ। ରିଜର୍ଭ ବ୍ୟାଙ୍କ ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ଛୁଟି ତାଲିକା ଅନୁଯାୟୀ ବିଭିନ୍ନ ରାଜ୍ୟର ଛୁଟି ମିଶାଇ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ସମସ୍ତ ଛୁଟି ସବୁ ରାଜ୍ୟରେ ପ୍ରଯୁଜ୍ୟ ହେବ ନାହିଁ। ତେଣୁ ଗ୍ରାହକମାନେ ଛୁଟିଦିନର ବିବରଣୀ ପାଇଁ ନିୟମିତ ଆରବିଆଇ ୱେବସାଇଟ୍ ଯାଞ୍ଚ କରିବା ଉଚିତ୍।
ଆରବିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ ମାସର ୪ଟି ରବିବାର ବ୍ୟତୀତ ବ୍ୟାଙ୍କଗୁଡିକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରରେ ପୂର୍ବ ପରି ବନ୍ଦ ରହିବ। ଏଠାରେ ଦେଶର ବିଭିନ୍ନ ରାଜ୍ୟର ପର୍ବ ପର୍ବାଣୀ ସହ ସମସ୍ତ ୧୩ ଛୁଟିଦିନର ତାଲିକା ଉପରେ ନଜର ପକାନ୍ତୁ,
୧ ନଭେମ୍ବର- ଦୀପାବଳି (ଅମାବାସ୍ୟା), କୁଟ ମହୋତ୍ସବ ଏବଂ କର୍ଣ୍ଣାଟକ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ତ୍ରିପୁରା, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର, ମହାରାଷ୍ଟ୍ର, ମେଘାଳୟ, ସିକ୍କିମ ଏବଂ ମଣିପୁରରେ ବ୍ୟାଙ୍କ ବନ୍ଦ ରହିବ।
୩ ନଭେମ୍ବର- ରବିବାର
୭ ନଭେମ୍ବର- ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡ ଭଳି ରାଜ୍ୟରେ ଛଟ ପୂଜା (ସନ୍ଧ୍ୟା ଅର୍ଘ୍ୟ) ଅବସରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।
୮ ନଭେମ୍ବର- ବିହାର, ଝାଡ଼ଖଣ୍ଡ ଏବଂ ମେଘାଳୟ ଭଳି ରାଜ୍ୟରେ ଛଟ ପୂଜା (ପ୍ରଭାତ ଅର୍ଘ୍ୟ) ଅବସରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୯ ନଭେମ୍ବର- ମାସର ଦ୍ୱିତୀୟ ଶନିବାର
୧୦ ନଭେମ୍ବର- ରବିବାର
୧୨ ନଭେମ୍ବର- ଉତ୍ତରାଖଣ୍ଡରେ ଇଗାସ-ବାଗୱାଲ୍ ଅବସରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।
୧୫ ନଭେମ୍ବର- ଗୁରୁ ନାନକ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା, ରାହାସ ପୂର୍ଣ୍ଣିମା ଆଦି ପର୍ବ ପାଇଁ ଓଡିଶା, ମିଜୋରାମ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଚଣ୍ଡିଗଡ଼, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଜାମ୍ମୁ-କାଶ୍ମୀର, ପଶ୍ଚିମବଙ୍ଗ, ଦିଲ୍ଲୀ, ଅରୁଣାଚଳ ପ୍ରଦେଶ, ରାଜସ୍ଥାନ, ଛତିଶଗଡ, ଉତ୍ତରପ୍ରଦେଶ, ନାଗାଲାଣ୍ଡ, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ପଞ୍ଜାବରେ ବ୍ୟାଙ୍କ ବନ୍ଦ ରହିବ।
୧୭ ନଭେମ୍ବର- ରବିବାର
୧୮ ନଭେମ୍ବର- କର୍ଣ୍ଣାଟକରେ କନକଦାସ ଜୟନ୍ତୀ ପାଇଁ ବ୍ୟାଙ୍କ ବନ୍ଦ ରହିବ।
୨୩ ନଭେମ୍ବର- ମାସର ଚତୁର୍ଥ ଶନିବାର
୨୪ ନଭେମ୍ବର- ରବିବାର