Advertisment

ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍

ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।

ଅଦ୍ୟତନ ହୋଇଛି
Goutam Adani

Goutam Adani

Advertisment

ଆମେରିକା କୋର୍ଟଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଆଦାନୀ ଗ୍ରୁପ୍। ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ବୋର୍ଡ ସଦସ୍ୟଙ୍କ ବିରୁଦ୍ଧରେ ଆମେରିକାର ଓକିଲମାନେ ଆଣିଥିବା ଲାଞ୍ଚ ଏବଂ ସୁରକ୍ଷା ଜାଲିଆତି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ଆଦାନୀ ଗ୍ରୁପ୍। 

Advertisment

ଆଦାନୀ ଗ୍ରୁପ୍ ଏହି ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ଏହାର ସମାଧାନ ପାଇଁ ସମସ୍ତ ସମ୍ଭାବ୍ୟ ଆଇନଗତ ପନ୍ଥା ଆପଣାଯବି ବୋଲି ଆଦାନୀ ଗ୍ରୁପ୍ କହିଛି। 

ଗ୍ରୁପ୍ କହିଛି ଯେ, ଆମେରିକାର ନ୍ୟାୟ ବିଭାଗ (ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍) ନିଜେ କହିଛି ଯେ, ଏହି ଅଭିଯୋଗରେ ଅଭିଯୁକ୍ତମାନେ ଦୋଷୀ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ନିର୍ଦ୍ଦୋଷ ରୂପେ ବିବେଚନା କରାଯାଏ।

Advertisment

ଆଦାନୀ ଗ୍ରୁପ୍ ସର୍ବଦା ଏହାର କାର୍ଯ୍ୟର ସମସ୍ତ ପ୍ରାଧିକରଣ ମଧ୍ୟରେ ସର୍ବୋଚ୍ଚ ଶାସନ, ସ୍ୱଚ୍ଛତା ଏବଂ ନିୟାମକ ମାନ୍ୟତା ବଜାୟ ରଖିବା ପାଇଁ ଦୃଢ ଭାବରେ ପ୍ରତିବଦ୍ଧ। ଆମେ ଆମର ଷ୍ଟକହୋଲ୍ଡର୍, ପାର୍ଟନର୍ ଏବଂ କର୍ମଚାରୀମାନଙ୍କୁ ନିଶ୍ଚିତ କରୁଛୁ ଯେ ଆମ ସଂସ୍ଥା ଆଇନର ଅନୁପାଳ କରେ ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରୁଛୁ। ତେଣୁ ଏସବୁ ଅଭିଯୋଗ ଭିତ୍ତିହୀନ ବୋଲି ଆଦାନୀ ଗ୍ରୁପ୍ କହିଛି।

ଆମେରିକା କୋର୍ଟଙ୍କ ୱାରେଣ୍ଟ ଜାରି ପରେ ଆଦାନୀ ଏଣ୍ଟରପ୍ରାଇଜେସର ବ୍ୟବସାୟ ୨୩% ହ୍ରାସ ପାଇବା ସହ ଷ୍ଟକ୍ ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି। ଏହାପରେ ଆଦାନୀ ଗ୍ରୁପ୍ ବିବୃତ୍ତି ଜାରି କରିଛି।

ରିପୋର୍ଟ ଅନୁସାରେ, ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ଯେତିକି ହ୍ରାସ ପାଇନଥିଲା ବର୍ତ୍ତମାନ କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ତା'ଠୁ ଅଧିକ ଖସି ଆସିଛି। ଆଦାନୀ ଗ୍ରୁପ୍ ପାଖାପାଖି ୨ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହ୍ରାସ ପାଇଥିବା କୁହାଯାଉଛି।  

ପ୍ରକାଶ ଥାଉକି, ଆମେରିକାର ଏକ କୋର୍ଟ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରାଙ୍କ ସମେତ ୭ ଜଣଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଏମାନେ ନିଜ କଣ୍ଟ୍ରାକ୍ଟ ହାସଲ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗରେ ଏହି ୱାରେଣ୍ଟ ଜାରି କରାଯାଇଛି। 

ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏବଂ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ (DOJ) ଅଭିଯୋଗ କରିଥିଲେ ଯେ, ଆମେରିକାରେ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀ ନିଜ ରିନ୍ୟୁଏବଲ ଏନର୍ଜି କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ପାଇଁ ଭାରତର ସରକାରୀ ଅଧିକାରୀଙ୍କୁ ପାଖାପାଖି ୨୬୫ ନିୟୁତ ଡଲାର (୨,୨୩୬ କୋଟି ଟଙ୍କା) ଲାଞ୍ଚ ଦେଇଛନ୍ତି। ଏହି ଅଭିଯୋଗ କ୍ରେମେ ଆମେରିକାର ଏକ କୋର୍ଟ ସେମାନଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। 

Goutam Adani Adani Group US Bribery Charge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe