Advertisment

ଭୁବନେଶ୍ୱରରେ ହେବ ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ସେମିକଣ୍ଡକ୍ଟର ଉତ୍ପାଦନ, ଆର୍ଥିକ ପ୍ୟାକେଜକୁ କ୍ୟାବିନେଟ୍ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ୍ କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ସିଲିକନ କାର୍ବାଇଡ୍ ସେମିକଣ୍ଡକ୍ଟର ଉତ୍ପାଦନ ପ୍ଲାଂଟ ପ୍ରତିଷ୍ଠା ନିମନ୍ତେ ଆରଆଇଆର ପାୱାର ଇଲୋକ୍ଟ୍ରୋନିକ୍ସ ଲିମିଟେଡ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜକୁ ମଞ୍ଜୁରୀ ଦିଆଯାଇଛି ।

Silicon Carbide

Silicon Carbide

Advertisment

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ସିଲିକନ କାର୍ବାଇଡ୍ ସେମିକଣ୍ଡକ୍ଟର ଉ୍‌ତ୍ପାଦନ ପ୍ଲାଂଟ । ଏଥିପାଇଁ ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ(ଆରଆଇଆର ପାୱାର)କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନକୁ ରାଜ୍ୟ କ୍ୟାବିନେଟ୍ ମଙ୍ଗଳବାର ଅନୁମୋଦନ କରିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ୍ କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ସିଲିକନ କାର୍ବାଇଡ୍ ସେମିକଣ୍ଡକ୍ଟର ଉତ୍ପାଦନ ପ୍ଲାଂଟ ପ୍ରତିଷ୍ଠା ନିମନ୍ତେ ଆରଆଇଆର ପାୱାର ଇଲୋକ୍ଟ୍ରୋନିକ୍ସ ଲିମିଟେଡ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜକୁ ମଞ୍ଜୁରୀ ଦିଆଯାଇଛି । ଏହି ସେମିକଣ୍ଡକ୍ଟର ଉତ୍ପାଦନ ପ୍ଲାଂଟରେ ମୋଟ ୬୧୮କୋଟି ଟଙ୍କା ନିବେଶ କରାଯିବ ଓ ଏହି ପ୍ରକଳ୍ପକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ ।

ଉତ୍ପାଦନ ସୁବିଧା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ୨୦୨୪ ସେପ୍ଟେମ୍ବର ୭ତାରିଖରେ ଭୁବନେଶ୍ୱରର ଇନଫୋଭ୍ୟାଲିସ୍ଥିତ ଇଏମସି(ଇଲୋକ୍ଟ୍ରୋନିକ୍ସ ମ୍ୟାନୁଫାକଚରିଂ କ୍ଲଷ୍ଟର) ପାର୍କରେ ଅନୁଷ୍ଠିତ ହୋଇଥିଲା । ବିଶେଷକରି ବୈଦ୍ୟୁତିକ ଯାନ,ଅକ୍ଷୟ ଶକ୍ତି, ରେଳବାଇ ଓ ପ୍ରତିରକ୍ଷା କ୍ଷେତ୍ର ସହ ସିଆଇସି ଆଧାରିତ ଉପକରଣ ଏଠାରେ ଉତ୍ପାଦନ ହେବ । ଏହାଦ୍ୱାରା ୭୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଯାଇଛି । ଆରଆଇଆର ହେଉଛି ବିଏଚଇଏଲ(ଭେଲ୍‌),ଏବବି ଓ ଭାରତୀୟ ରେଳବାଇ ଭଳି ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଥିବା ଭାରତର ଏକମାତ୍ର ସିଲିକନ ଆଧାରିତ ଶକ୍ତିଉପକରଣ ଉତ୍ପାଦନକାରୀ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe