Advertisment

ଭୁବନେଶ୍ୱର ଉପକଣ୍ଠରେ ପ୍ରତିଷ୍ଠା ହେବ ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରିନିୟରସିପ୍ ପାର୍କ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ନିବେଶ ବୃଦ୍ଧି କରିବା ଓ ଉଦ୍ୟୋଗୀଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ଭୁବନେଶ୍ୱର ଉପକଣ୍ଠରେ ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରିନିୟରସିପ୍ ପାର୍କ ପ୍ରତିଷ୍ଠା ହେବ । କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରଣାଳୟ ସହାୟତାରେ ୫୦ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଏହି ପାର୍କ ନିର୍ମାଣ କରିବ ଆଇଆଇଟି ଭୁବନେଶ୍ୱର। ଶନିବାର ମୁଖ୍ୟଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ସହ ଆଲୋଚନା କରିବା ପରେ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଆର.ଭି.ରାଜା କୁମାର ଏହି […]

author-image
Rakesh Mallick
ଭୁବନେଶ୍ୱର ଉପକଣ୍ଠରେ ପ୍ରତିଷ୍ଠା ହେବ ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରିନିୟରସିପ୍ ପାର୍କ

park

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ନିବେଶ ବୃଦ୍ଧି କରିବା ଓ ଉଦ୍ୟୋଗୀଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ଭୁବନେଶ୍ୱର ଉପକଣ୍ଠରେ ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରିନିୟରସିପ୍ ପାର୍କ ପ୍ରତିଷ୍ଠା ହେବ । କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରଣାଳୟ ସହାୟତାରେ ୫୦ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଏହି ପାର୍କ ନିର୍ମାଣ କରିବ ଆଇଆଇଟି ଭୁବନେଶ୍ୱର। ଶନିବାର ମୁଖ୍ୟଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ସହ ଆଲୋଚନା କରିବା ପରେ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଆର.ଭି.ରାଜା କୁମାର ଏହି ସୂଚନା ଦେଇଛନ୍ତି। ପାର୍କ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଯୋଗାଇଦେବେ। ଉଦ୍ୟୋଗୀମାନେ କିଭଳି କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା କରିବେ, ଶିଳ୍ପ କ୍ଷେତ୍ରରେ କିଭଳି ଆଧୁନିକ ଜ୍ଞାନ କୌଶଳର ସଠିକ୍ ବିନିଯୋଗ ହେବ, ଏଥିପାଇଁ ଆବଶ୍ୟକ ଗବେଷଣା କ୍ଷେତ୍ରରେ ଏହି ପାର୍କ ସହାୟକ ହେବ।

Advertisment