Advertisment

ଶସ୍ତା ହେଲା ମୋଟୋରୋଲାର ଏହି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ମୋବାଇଲ କମ୍ପାନୀ ମୋଟୋରୋଲା ନିଜର ଏକ ଫୋନ୍‌ର ଦର ଶସ୍ତା କରିଦେଇଛି। ଗତ ବର୍ଷ ଲଞ୍ଚ୍ ହୋଇଥିବା Moto G8 Plusର ମୂଲ୍ୟକୁ କମ୍ପାନୀ କମାଇଦେଇଛି। ଏହି ଫୋନ୍‌ଟିର ୪ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ ଭ୍ୟାରିଆଣ୍ଟକୁ କମ୍ପାନୀ ୧୩ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ କରିଥିଲା। ବର୍ତ୍ତମାନ ଏହାର ମୂଲ୍ୟକୁ କମାଇ କମ୍ପାନୀ ୧୨ ହଜାର ୯୯୯ ଟଙ୍କା କରିଦେଇଛି। ଡୁଆଲ୍‌ ନାନୋ ସିମ୍‌ ସପୋର୍ଟ ଥିବା Moto G8 Plusରେ ଆପଣଙ୍କୁ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଶସ୍ତା ହେଲା ମୋଟୋରୋଲାର ଏହି ସ୍ମାର୍ଟଫୋନ୍

moto

ନୂଆଦିଲ୍ଲୀ: ମୋବାଇଲ କମ୍ପାନୀ ମୋଟୋରୋଲା ନିଜର ଏକ ଫୋନ୍‌ର ଦର ଶସ୍ତା କରିଦେଇଛି। ଗତ ବର୍ଷ ଲଞ୍ଚ୍ ହୋଇଥିବା Moto G8 Plusର ମୂଲ୍ୟକୁ କମ୍ପାନୀ କମାଇଦେଇଛି। ଏହି ଫୋନ୍‌ଟିର ୪ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ ଭ୍ୟାରିଆଣ୍ଟକୁ କମ୍ପାନୀ ୧୩ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ କରିଥିଲା। ବର୍ତ୍ତମାନ ଏହାର ମୂଲ୍ୟକୁ କମାଇ କମ୍ପାନୀ ୧୨ ହଜାର ୯୯୯ ଟଙ୍କା କରିଦେଇଛି।

Advertisment

publive-imageଡୁଆଲ୍‌ ନାନୋ ସିମ୍‌ ସପୋର୍ଟ ଥିବା Moto G8 Plusରେ ଆପଣଙ୍କୁ ୬.୩ ଇଞ୍ଚର ଫୁଲ୍‌ ଏଚ୍‌ଡି HD+ Max Vision ଡିସ୍‌ପ୍ଲେ ମିଳିବ। ଏହାର ରେଜୋଲୁଶନ୍‌ ୨୩୪୦x୧୦୮୦ ପିକ୍ସେଲ୍‌ ରହିଛି। ଏହି ଫୋନ୍‌ରେ ଅକ୍ଟାକୋର୍‌ କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍‌ ୬୫୫ ପ୍ରୋସେସର୍‌ ଦିଆଯାଇଛି। ଏଥିରେ ୪ଜିବି  ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ ରହିଛି, ଯାହାକୁ ଆପଣ ମେମୋରୀ କାର୍ଡ ଜରିଆରେ ୫୧୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ।

ଫଟୋଗ୍ରାଫି ପାଇଁ ଏହାର ପଛରେ ୪୮, ୧୬ ଓ ୫ ମେଗାପିକ୍ସେଲ୍‌ର ତିନୋଟି କ୍ୟାମେରା ସେଟ୍‌ଅପ୍‌ ରହିଛି। ସେହିପରି ସେଲ୍‌ଫି ପାଇଁ ଏଥିରେ ୨୫ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍ କ୍ୟାମେରା ରହିଛି। ଏହି ଫୋନ୍‌ରେ ୪୦୦୦ଏମ୍‌ଏଏଚ୍‌ର ବ୍ୟାଟେରୀ ସହ ୧୫ ୱାଟ୍‌ ଟର୍ବୋପାୱାର୍‌ର ଚାର୍ଜର ମଧ୍ୟ ଦିଆଯାଇଛି।

Advertisment

ଏହି ଫୋନ୍‌କୁ ଆପଣ କମ୍‌ ମୂଲ୍ୟରେ ଫ୍ଲିପ୍‌କାର୍ଟରୁ କିଣିପାରିବେ। ଏଠି ଏହି ଫୋନ୍‌ କସ୍ମିକ୍‌ ବ୍ଲୁ ଓ କ୍ରିଷ୍ଟଲ୍‌ ପିଙ୍କ୍‌ କଲର୍‌ରେ ଉପଲବ୍ଧ ହେଉଛି।