କମିଲା ନୋକିଆର ଏହି ସବୁ ସ୍ମାର୍ଟଫୋନ୍‌ର ମୂଲ୍ୟ

ନୂଆଦିଲ୍ଲୀ: ନୋକିଆ ବ୍ରାଣ୍ଡର ସ୍ମାର୍ଟଫୋନ୍‌ ଆଣିଥିବା କମ୍ପାନୀ HND ଗ୍ଲୋବାଲ୍‌ ଭାରତରେ କିଛି ସ୍ମାର୍ଟଫୋନ୍‌ର ମୂଲ୍ୟ କମାଇ ଦେଇଛି। ଏଥିମଧ୍ୟରେ Nokia 7.2, 6.2, 4.2, 7.1, 6.1 Plus ଓ 5.1 Plus ସାମିଲ୍‌ ରହିଛି। ନୂଆ ମୂଲ୍ୟରେ ସ୍ମାର୍ଟଫୋନ୍‌ ଗୁଡ଼ିକ ଆମାଜନ୍‌ ଇଣ୍ଡିଆ, ଫ୍ଲିପକାର୍ଟ ଓ ଟାଟା କ୍ଲିକ୍‌ରେ ଉପଲବ୍ଧ। ସୂଚନା ଅନୁଯାୟୀ Nokia 7.2ର 4GB ରାମ୍‌ ଭ୍ୟାରିଆଣ୍ଟକୁ ବର୍ତ୍ତମାନ ଗ୍ରାହକ ମାତ୍ର ୧୫ ହଜାର ୨୪୯ ଟଙ୍କାରେ କିଣିପାରିବେ। ସେହିପରି ୬ଜିବି […]

nokia

nokia

Chinmayee Roy
  • Published: Thursday, 16 January 2020
  • Updated: 16 January 2020, 12:32 PM IST

Sports

Latest News

ନୂଆଦିଲ୍ଲୀ: ନୋକିଆ ବ୍ରାଣ୍ଡର ସ୍ମାର୍ଟଫୋନ୍‌ ଆଣିଥିବା କମ୍ପାନୀ HND ଗ୍ଲୋବାଲ୍‌ ଭାରତରେ କିଛି ସ୍ମାର୍ଟଫୋନ୍‌ର ମୂଲ୍ୟ କମାଇ ଦେଇଛି। ଏଥିମଧ୍ୟରେ Nokia 7.2, 6.2, 4.2, 7.1, 6.1 Plus ଓ 5.1 Plus ସାମିଲ୍‌ ରହିଛି। ନୂଆ ମୂଲ୍ୟରେ ସ୍ମାର୍ଟଫୋନ୍‌ ଗୁଡ଼ିକ ଆମାଜନ୍‌ ଇଣ୍ଡିଆ, ଫ୍ଲିପକାର୍ଟ ଓ ଟାଟା କ୍ଲିକ୍‌ରେ ଉପଲବ୍ଧ।

ସୂଚନା ଅନୁଯାୟୀ Nokia 7.2ର 4GB ରାମ୍‌ ଭ୍ୟାରିଆଣ୍ଟକୁ ବର୍ତ୍ତମାନ ଗ୍ରାହକ ମାତ୍ର ୧୫ ହଜାର ୨୪୯ ଟଙ୍କାରେ କିଣିପାରିବେ। ସେହିପରି ୬ଜିବି ରାମ୍‌ ଭ୍ୟାରିଆଣ୍ଟକୁ ୧୭ ହଜାର ୩୦ ଟଙ୍କାରେ କିଣିହେବ। Nokia 4.2କୁ କମ୍ପାନୀ ଏବେ ଆମାଜନ ଇଣ୍ଡିଆ ୱେବସାଇଟ୍‌ରେ ମାତ୍ର ୬ ହଜାର ୯୭୫ ଟଙ୍କାରେ ଉପଲବ୍ଧ କରାଇଛି। ସେହିପରି Nokia 6.2ର ମୂଲ୍ୟକୁ କମାଇ ୧୩ ହଜାର ୩୯୦ କରିଦିଆଯାଇଛି।

ପ୍ଲିପ୍‌କାର୍ଟରେ ମିଳୁଥିବା ସ୍ମାର୍ଟଫୋନ୍‌ଗୁଡ଼ିକ କଥା କହିଲେ  ଗ୍ରାହକ Nokia 6.1 Plusର 4GB ରାମ୍‌ ଭ୍ୟାରିଆଣ୍ଟକୁ ମାତ୍ର ୮ ହଜାର ୯୯୯ ଟଙ୍କାରେ କିଣିପାରିବେ। ସେହିପରି 5.1 Plusର 3GB ରାମ୍‌ ଭ୍ୟାରିଆଣ୍ଟକୁ ୬ ହଜାର ୯୯୯ ଟଙ୍କା ରେ କିଣିପାରିବେ। Nokia 7.1କୁ ଗ୍ରାହକ ଟାଟା କ୍ଲିକ୍‌ରୁ ୧୦ ହଜାର ୯୭୫ ଟଙ୍କାରେ କିଣିପାରିବେ। ଏହି ଫୋନ୍‌ଟିକୁ ୧୯ ହଜାର ୯୯୯ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos