Advertisment

କମିଲା ନୋକିଆର ଏହି ସବୁ ସ୍ମାର୍ଟଫୋନ୍‌ର ମୂଲ୍ୟ

ନୂଆଦିଲ୍ଲୀ: ନୋକିଆ ବ୍ରାଣ୍ଡର ସ୍ମାର୍ଟଫୋନ୍‌ ଆଣିଥିବା କମ୍ପାନୀ HND ଗ୍ଲୋବାଲ୍‌ ଭାରତରେ କିଛି ସ୍ମାର୍ଟଫୋନ୍‌ର ମୂଲ୍ୟ କମାଇ ଦେଇଛି। ଏଥିମଧ୍ୟରେ Nokia 7.2, 6.2, 4.2, 7.1, 6.1 Plus ଓ 5.1 Plus ସାମିଲ୍‌ ରହିଛି। ନୂଆ ମୂଲ୍ୟରେ ସ୍ମାର୍ଟଫୋନ୍‌ ଗୁଡ଼ିକ ଆମାଜନ୍‌ ଇଣ୍ଡିଆ, ଫ୍ଲିପକାର୍ଟ ଓ ଟାଟା କ୍ଲିକ୍‌ରେ ଉପଲବ୍ଧ। ସୂଚନା ଅନୁଯାୟୀ Nokia 7.2ର 4GB ରାମ୍‌ ଭ୍ୟାରିଆଣ୍ଟକୁ ବର୍ତ୍ତମାନ ଗ୍ରାହକ ମାତ୍ର ୧୫ ହଜାର ୨୪୯ ଟଙ୍କାରେ କିଣିପାରିବେ। ସେହିପରି ୬ଜିବି […]

କମିଲା ନୋକିଆର ଏହି ସବୁ ସ୍ମାର୍ଟଫୋନ୍‌ର ମୂଲ୍ୟ

nokia

Advertisment

ନୂଆଦିଲ୍ଲୀ: ନୋକିଆ ବ୍ରାଣ୍ଡର ସ୍ମାର୍ଟଫୋନ୍‌ ଆଣିଥିବା କମ୍ପାନୀ HND ଗ୍ଲୋବାଲ୍‌ ଭାରତରେ କିଛି ସ୍ମାର୍ଟଫୋନ୍‌ର ମୂଲ୍ୟ କମାଇ ଦେଇଛି। ଏଥିମଧ୍ୟରେ Nokia 7.2, 6.2, 4.2, 7.1, 6.1 Plus ଓ 5.1 Plus ସାମିଲ୍‌ ରହିଛି। ନୂଆ ମୂଲ୍ୟରେ ସ୍ମାର୍ଟଫୋନ୍‌ ଗୁଡ଼ିକ ଆମାଜନ୍‌ ଇଣ୍ଡିଆ, ଫ୍ଲିପକାର୍ଟ ଓ ଟାଟା କ୍ଲିକ୍‌ରେ ଉପଲବ୍ଧ।

Advertisment

publive-imageସୂଚନା ଅନୁଯାୟୀ Nokia 7.2ର 4GB ରାମ୍‌ ଭ୍ୟାରିଆଣ୍ଟକୁ ବର୍ତ୍ତମାନ ଗ୍ରାହକ ମାତ୍ର ୧୫ ହଜାର ୨୪୯ ଟଙ୍କାରେ କିଣିପାରିବେ। ସେହିପରି ୬ଜିବି ରାମ୍‌ ଭ୍ୟାରିଆଣ୍ଟକୁ ୧୭ ହଜାର ୩୦ ଟଙ୍କାରେ କିଣିହେବ। Nokia 4.2କୁ କମ୍ପାନୀ ଏବେ ଆମାଜନ ଇଣ୍ଡିଆ ୱେବସାଇଟ୍‌ରେ ମାତ୍ର ୬ ହଜାର ୯୭୫ ଟଙ୍କାରେ ଉପଲବ୍ଧ କରାଇଛି। ସେହିପରି Nokia 6.2ର ମୂଲ୍ୟକୁ କମାଇ ୧୩ ହଜାର ୩୯୦ କରିଦିଆଯାଇଛି।

ପ୍ଲିପ୍‌କାର୍ଟରେ ମିଳୁଥିବା ସ୍ମାର୍ଟଫୋନ୍‌ଗୁଡ଼ିକ କଥା କହିଲେ  ଗ୍ରାହକ Nokia 6.1 Plusର 4GB ରାମ୍‌ ଭ୍ୟାରିଆଣ୍ଟକୁ ମାତ୍ର ୮ ହଜାର ୯୯୯ ଟଙ୍କାରେ କିଣିପାରିବେ। ସେହିପରି 5.1 Plusର 3GB ରାମ୍‌ ଭ୍ୟାରିଆଣ୍ଟକୁ ୬ ହଜାର ୯୯୯ ଟଙ୍କା ରେ କିଣିପାରିବେ। Nokia 7.1କୁ ଗ୍ରାହକ ଟାଟା କ୍ଲିକ୍‌ରୁ ୧୦ ହଜାର ୯୭୫ ଟଙ୍କାରେ କିଣିପାରିବେ। ଏହି ଫୋନ୍‌ଟିକୁ ୧୯ ହଜାର ୯୯୯ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe