ନୂଆଦିଲ୍ଲୀ: Vivo Z1Proର ମୂଲ୍ୟ ହ୍ରାସ ପାଇଛି। କମ୍ପାନୀ ଏହାର ୪ଜିବି ରାମ୍ ଭ୍ୟାରିୟାଣ୍ଟର ମୂଲ୍ୟ ହଜାରେ ଟଙ୍କା ଓ ୬ ଜିବି ରାମ୍ ଭ୍ୟାରିୟାଣ୍ଟର ମୂଲ୍ୟ ୨ ହଜାର ଟଙ୍କା କମ୍ କରିଛି। ଏହି ଫୋନ୍ଟିକୁ ଗତ ଜୁଲାଇରେ ଲଞ୍ଚ୍ କରାଯାଇଥିଲା। ଏହା ଭିଭୋର ପ୍ରଥମ ପଞ୍ଚ୍ହୋଲ୍ ଥିବା ଫୋନ୍।
Vivo Z1Proର 4GB + 64GB ଭ୍ୟାରିୟାଣ୍ଟକୁ ୧୪ ହଜାର ୯୯୦ଟଙ୍କା, 6GB + 64GB ଭ୍ୟାରିୟାଣ୍ଟକୁ ୧୬ ହଜାର ୯୯୦ ଟଙ୍କା ଓ 6GB + 128GB ଭ୍ୟାରିୟାଣ୍ଟକୁ ୧୭ ହଜାର ୯୯୦ ଟଙ୍କାରେ ଲଞ୍ଚ୍ କରାଯାଇଥିଲା। ହେଲେ ଏବେ ମୂଲ୍ୟ କମିବା ପରେ ଏଗୁଡ଼ିକ ଯଥାକ୍ରମେ ୧୩ ହଜାର ୯୯୦, ୧୪ ହଜାର ୯୯୦ ଓ ୧୫ ହଜାର ୯୯୦ ଟଙ୍କାରେ ଉପଲବ୍ଧ ହେଉଛି। ଗ୍ରାହକମାନେ ନୂଆ ମୂଲ୍ୟରେ ଫ୍ଲିପକାର୍ଟ ଓ ଭିଭୋ ଇଣ୍ଡିଆ ଇ-ଷ୍ଟୋର୍ରୁ ଏହି ଫୋନ୍ କିଣିପାରିବେ।
କମ୍ପାନୀ ଏହି ଫୋନ୍ ସହିତ ୬ ମାସ ପର୍ଯ୍ୟନ୍ତ ନୋ EMI କଷ୍ଟ ଅପଶନ୍ ଓ ଏକ୍ସଚେଞ୍ଜ ଅଫର୍ ସହ ଏକ୍ସିସ ବ୍ୟାଙ୍କ କ୍ରେଡିଟ୍ କାର୍ଡ଼ରେ କିଣିଲେ ୧୦ ପ୍ରତିଶତ ଇନ୍ଷ୍ଟାଣ୍ଟ ଡିସ୍କାଉଣ୍ଟ ପରି ଅଫର୍ ଦେଉଛି।
Vivo Z1Proର ଫିଚର୍
ଡିସ୍ପ୍ଲେ ସାଇଜ୍: ୬.୫୩ ଇଞ୍ଚ୍
ଡିସ୍ପ୍ଲେ ଟାଇପ୍: ଫୁଲ୍ ଏଚ୍ଡି ପ୍ଲସ୍, 1080×2340 ପିକ୍ସେଲ୍, ଆଇପିଏସ୍ ଡିସ୍ପ୍ଲେ
ଆଣ୍ଡ୍ରଏଡ୍ ଭର୍ସନ: ଆଣ୍ଡ୍ରଏଡ୍ 9 ପାଇ ବେସ୍ଡ ୱିଥ୍ Funtouch OS 9
ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ୍ ୭୧୨
ରାମ୍: 6 GB, 8GB
ଷ୍ଟୋରେଜ୍: 64 GB, 128 GB
କଲର ଅପ୍ସନ୍: ମିରର୍ ବ୍ଲାକ୍, ସୋନିକ୍ ବ୍ଲାକ୍ ଓ ସୋନିକ୍ ବ୍ଲୁ
ରିୟର କ୍ୟାମେରା: 16MP + 8MP + 2MP
ଫ୍ରଣ୍ଟ୍ କ୍ୟାମେରା: 32MP
ବ୍ୟାଟେରୀ: 500mAh ୱିଥ୍ 33W ଫାଷ୍ଟ ଚାର୍ଜିଂ ସପୋର୍ଟ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।