କମିଲା Vivo Z1Proର ମୂଲ୍ୟ

ନୂଆଦିଲ୍ଲୀ: Vivo Z1Proର ମୂଲ୍ୟ ହ୍ରାସ ପାଇଛି। କମ୍ପାନୀ ଏହାର ୪ଜିବି ରାମ୍ ଭ୍ୟାରିୟାଣ୍ଟର ମୂଲ୍ୟ ହଜାରେ ଟଙ୍କା ଓ ୬ ଜିବି ରାମ୍ ଭ୍ୟାରିୟାଣ୍ଟର ମୂଲ୍ୟ ୨ ହଜାର ଟଙ୍କା କମ୍ କରିଛି। ଏହି ଫୋନ୍‌ଟିକୁ ଗତ ଜୁଲାଇରେ ଲଞ୍ଚ୍ କରାଯାଇଥିଲା। ଏହା ଭିଭୋର ପ୍ରଥମ ପଞ୍ଚ୍‌ହୋଲ୍‌ ଥିବା ଫୋନ୍‌। Vivo Z1Proର  4GB + 64GB ଭ୍ୟାରିୟାଣ୍ଟକୁ ୧୪ ହଜାର ୯୯୦ଟଙ୍କା, 6GB + 64GB ଭ୍ୟାରିୟାଣ୍ଟକୁ ୧୬ ହଜାର ୯୯୦ ଟଙ୍କା ଓ […]

vivo

Chinmayee Roy
  • Published: Sunday, 03 November 2019
  • , Updated: 03 November 2019, 02:51 PM IST

ନୂଆଦିଲ୍ଲୀ: Vivo Z1Proର ମୂଲ୍ୟ ହ୍ରାସ ପାଇଛି। କମ୍ପାନୀ ଏହାର ୪ଜିବି ରାମ୍ ଭ୍ୟାରିୟାଣ୍ଟର ମୂଲ୍ୟ ହଜାରେ ଟଙ୍କା ଓ ୬ ଜିବି ରାମ୍ ଭ୍ୟାରିୟାଣ୍ଟର ମୂଲ୍ୟ ୨ ହଜାର ଟଙ୍କା କମ୍ କରିଛି। ଏହି ଫୋନ୍‌ଟିକୁ ଗତ ଜୁଲାଇରେ ଲଞ୍ଚ୍ କରାଯାଇଥିଲା। ଏହା ଭିଭୋର ପ୍ରଥମ ପଞ୍ଚ୍‌ହୋଲ୍‌ ଥିବା ଫୋନ୍‌।

Vivo Z1Proର  4GB + 64GB ଭ୍ୟାରିୟାଣ୍ଟକୁ ୧୪ ହଜାର ୯୯୦ଟଙ୍କା, 6GB + 64GB ଭ୍ୟାରିୟାଣ୍ଟକୁ ୧୬ ହଜାର ୯୯୦ ଟଙ୍କା ଓ  6GB + 128GB ଭ୍ୟାରିୟାଣ୍ଟକୁ ୧୭ ହଜାର ୯୯୦ ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା। ହେଲେ ଏବେ ମୂଲ୍ୟ କମିବା ପରେ ଏଗୁଡ଼ିକ ଯଥାକ୍ରମେ ୧୩ ହଜାର ୯୯୦, ୧୪ ହଜାର ୯୯୦ ଓ ୧୫ ହଜାର ୯୯୦ ଟଙ୍କାରେ ଉପଲବ୍ଧ ହେଉଛି। ଗ୍ରାହକମାନେ ନୂଆ ମୂଲ୍ୟରେ ଫ୍ଲିପକାର୍ଟ ଓ ଭିଭୋ ଇଣ୍ଡିଆ ଇ-ଷ୍ଟୋର୍‌ରୁ ଏହି ଫୋନ୍‌  କିଣିପାରିବେ।

କମ୍ପାନୀ ଏହି ଫୋନ୍‌ ସହିତ ୬ ମାସ ପର୍ଯ୍ୟନ୍ତ ନୋ EMI କଷ୍ଟ ଅପଶନ୍ ଓ ଏକ୍ସଚେଞ୍ଜ ଅଫର୍ ସହ ଏକ୍ସିସ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ଼ରେ କିଣିଲେ  ୧୦ ପ୍ରତିଶତ ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ପରି ଅଫର୍‌ ଦେଉଛି।

Vivo Z1Proର ଫିଚର୍

ଡିସ୍‌ପ୍ଲେ ସାଇଜ୍‌: ୬.୫୩ ଇଞ୍ଚ୍

ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ପ୍ଲସ୍, 1080×2340 ପିକ୍ସେଲ୍, ଆଇପିଏସ୍ ଡିସ୍‌ପ୍ଲେ

ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ 9 ପାଇ ବେସ୍ଡ ୱିଥ୍ Funtouch OS 9

ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ ୭୧୨

ରାମ୍: 6 GB, 8GB

ଷ୍ଟୋରେଜ୍: 64 GB, 128 GB

କଲର ଅପ୍‌ସନ୍‌: ମିରର୍ ବ୍ଲାକ୍, ସୋନିକ୍ ବ୍ଲାକ୍ ଓ ସୋନିକ୍ ବ୍ଲୁ

ରିୟର କ୍ୟାମେରା: 16MP + 8MP + 2MP

ଫ୍ରଣ୍ଟ୍‌ କ୍ୟାମେରା: 32MP

ବ୍ୟାଟେରୀ: 500mAh ୱିଥ୍  33W ଫାଷ୍ଟ ଚାର୍ଜିଂ ସପୋର୍ଟ

Related story