Advertisment

୪ ହଜାର ଟଙ୍କା କମ୍‌ରେ ମିଳୁଛି Vivo Z1x

ନୂଆଦିଲ୍ଲୀ: ଚାଇନିଜ୍‌ କମ୍ପାନୀ Vivo ତା’ର ଏକ ଫୋନ୍‌ର ମୂଲ୍ୟ କମାଇ ଦେଇଛି। ଗତ ସେପ୍ଟେମ୍ବରରେ ଲଞ୍ଚ୍ ହୋଇଥିବା Z ସିରିଜ୍‌ର ଦ୍ୱିତୀୟ ଫୋନ୍‌ Vivo Z1xର ମୂଲ୍ୟ ପାଖାପାଖି ୪ ହଜାର ଟଙ୍କା କମାଇ ଦିଆଯାଇଛି। ବିଶେଷତ୍ତ୍ୱ ହେଉଛି ଏହାର ଟ୍ରିପଲ୍‌ ରିୟର କ୍ୟାମେରା ସେଟ୍‌ଅପ୍‌ ଓ ବ୍ୟାଟେରୀ। ଏହି ଫୋନ୍‌କୁ ୨ଟି ଭ୍ୟାରିୟାଣ୍ଟ- ୬ ଜିବି/୬୪ ଜିବି ଓ ୬ଜିବି/୧୨୮ଜିବିରେ ଲଞ୍ଚ୍‌ କରାଯାଇଥିଲା। ପୂର୍ବରୁ ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧୬ ହଜାର ୯୯୦ ଓ […]

୪ ହଜାର ଟଙ୍କା କମ୍‌ରେ ମିଳୁଛି Vivo Z1x

vivo

Advertisment

ନୂଆଦିଲ୍ଲୀ: ଚାଇନିଜ୍‌ କମ୍ପାନୀ Vivo ତା’ର ଏକ ଫୋନ୍‌ର ମୂଲ୍ୟ କମାଇ ଦେଇଛି। ଗତ ସେପ୍ଟେମ୍ବରରେ ଲଞ୍ଚ୍ ହୋଇଥିବା Z ସିରିଜ୍‌ର ଦ୍ୱିତୀୟ ଫୋନ୍‌ Vivo Z1xର ମୂଲ୍ୟ ପାଖାପାଖି ୪ ହଜାର ଟଙ୍କା କମାଇ ଦିଆଯାଇଛି। ବିଶେଷତ୍ତ୍ୱ ହେଉଛି ଏହାର ଟ୍ରିପଲ୍‌ ରିୟର କ୍ୟାମେରା ସେଟ୍‌ଅପ୍‌ ଓ ବ୍ୟାଟେରୀ।

Advertisment

ଏହି ଫୋନ୍‌କୁ ୨ଟି ଭ୍ୟାରିୟାଣ୍ଟ- ୬ ଜିବି/୬୪ ଜିବି ଓ ୬ଜିବି/୧୨୮ଜିବିରେ ଲଞ୍ଚ୍‌ କରାଯାଇଥିଲା। ପୂର୍ବରୁ ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧୬ ହଜାର ୯୯୦ ଓ ୧୮ ହଜାର ୯୯୦ଟଙ୍କା ରଖାଯାଇଥିଲା। ହେଲେ ଏବେ ଏହି ଫୋନ୍‌ ଫ୍ଲିପ୍‌କାର୍ଟରେ ୪ ହଜାର ଟଙ୍କା କମ୍‌ ମୂଲ୍ୟରେ ମିଳୁଛି। ଫ୍ଲିପ୍‌କାର୍ଟରେ ବର୍ତ୍ତମାନ ଏହି ଫୋନ୍ ମୂଲ୍ୟ ଯଥାକ୍ରମେ ୧୫,୯୯୦ ଓ ୧୪,୯୯୦ ଟଙ୍କା ରଖାଯାଇଛି। କେବଳ ଏତିକି ନୁହେଁ ଏହି ଫୋନ୍‌କୁ ଏକ୍ସଚେଞ୍ଜ ଅଫର୍‌ରେ ଆପଣ ମାତ୍ର ୧୪,୦୫୦ ଟଙ୍କାରେ କିଣିପାରିବେ।

publive-imageଫିଚର୍: Vivo Z1xରେ ୬.୩୮ ଇଞ୍ଚ୍‌ର Super Amoled ଡିସ୍‌ପ୍ଲେ ସହ ଇନ୍‌ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ଦିଆଯାଇଛି। ଏହି ଫୋନ୍‌ଟି କ୍ୱାଲକମ୍ ସ୍ନାପଡ୍ରାଗନ୍‌ ୭୧୨ ପ୍ରୋସେସରରେ କାମ କରେ। Z1xରେ ଆଣ୍ଟି ଫ୍ଲିକର ଅପସନ୍‌ ଦିଆଯାଇଛି। ଫଳରେ ଆପଣ ରାତିରେ ଫୋନ୍‌ ବ୍ୟବହାର କଲେ ଏହା ଆଖି ଉପରେ କିଛି ପ୍ରଭାବ ପକାଇବ ନାହିଁ। ଏଥିସହ ଫୋନ୍‌ରେ ନାଇଟ୍‌ମୋଡ୍‌ ମଧ୍ୟ ଅଛି।

Advertisment

ଫଟୋଗ୍ରାଫି କଥା କହିଲେ Vivo Z1xର ରିୟର୍‌ରେ ଟ୍ରିପଲ୍‌ AI କ୍ୟାମେରାର ସେଟ୍‌ଅପ୍‌ ଦିଆଯାଇଛି। ଏଥିରେ ଥିବା ମୁଖ୍ୟ କ୍ୟାମେରାଟି ୪୮ ମେଗାପିକ୍ସେଲ୍‌ର। ଏଥିରେ ଆପଣଙ୍କୁ ସୁପର୍‌ ୱାଇଡ୍ ଆଙ୍ଗେଲ୍‌ର ଫିଚର୍‌ ମିଳିବ। ଏହାର ବିଶେଷତ୍ତ୍ୱ ହେଲା ଆପଣ କ୍ଲିକ୍ କରିବା ପରେ ମଧ୍ୟ ଫଟୋରେ ଫୋକସ୍‌ର ସ୍ଥାନ ବଦଳାଇପାରିବେ, ଯାହାକି ପୂର୍ବରୁ କୌଣସି ଫୋନ୍‌ରେ ନାହିଁ। ଏଥିରେ ଆପଣ ଆଇଫୋନ୍‌ ପରି ଲାଇଭ୍‌ ଫଟୋ ମଧ୍ୟ ନେଇପାରିବେ। ସେହିଫରି ସେଲ୍‌ଫି ପାଇଁ ଏଥିରେ 32mpର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। Vivo Z1xରେ କମ୍ପାନୀ 4500mAh ବ୍ୟାଟେରୀ ସହିତ ୨୨.୫ ୱାଟ୍ ଟାଇପ ସି ଫ୍ଲାସ୍ ଚାର୍ଜର ମଧ୍ୟ ଦେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe