Advertisment

ଐତିହାସିକ ମୁହୂର୍ତ୍ତ: ବିଏସଇ କମ୍ପାନୀ ପୁଞ୍ଜି ୪୦୦ ଲକ୍ଷ କୋଟି ଟଙ୍କା ଛୁଇଁଲା

୨୦୧୫ ମାର୍ଚ୍ଚ ମାସରେ ପ୍ରଥମଥର ପାଇଁ ବିଏସ୍‌ଇର ପୁଞ୍ଜି ୧୦୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା।

ଅଦ୍ୟତନ ହୋଇଛି
BSE

BSE

Advertisment

ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପାଇଁ ଐତିହାସିକ ମୁହୂର୍ତ୍ତ। ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନୀ ଗୁଡ଼ିକର ମୂଲ୍ୟ ୪୦୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି। ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି। ବ୍ଲୁ ଚିପ, ମିଡ କ୍ୟାପ ଓ ଛୋଟ କ୍ୟାପର ମୂଲ୍ୟ ବୃଦ୍ଧି ପାଇବାରୁ ଏତେ ପରିମାଣର ପୁଞ୍ଜି ବଜାରକୁ ଆସିଛି।

Advertisment

୨୦୧୫ ମାର୍ଚ୍ଚ ମାସରେ ପ୍ରଥମଥର ପାଇଁ ବିଏସ୍‌ଇର ପୁଞ୍ଜି ୧୦୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୨୧ ଫେବୃଆରୀରେ ଏହା ୨୦୦ ଲକ୍ଷ କୋଟି ଓ ୨୦୨୩ ଜୁଲାଇରେ ଷ୍ଟକ ଏକ୍ସଚେଞ୍ଜ ପୁଞ୍ଜିର ପରିମାଣ ୩୦୦ ଲକ୍ଷ କୋଟି ଟଙ୍କା ଛୁଇଁଥିଲା। ତେବେ ଏହାର ୯ ମାସ ମଧ୍ୟରେ ବିଏସ୍‌ଇ ତାଲିକାଭୁକ୍ତ କମ୍ପାନୀ ଗୁଡ଼ିକର ଶେୟାର ମୂଲ୍ୟ ୪୦୦ ଲକ୍ଷ କୋଟି ଟଙ୍କା ହୋଇ ଯାଇଛି।

୨୦୨୩ ଏପ୍ରିଲ ମାସରୁ ବିଏସ୍‌ଇ ତାଲିକା ଭୁକ୍ତ କମ୍ପାନୀଗୁଡ଼ିକ ବଜାର ପୁଞ୍ଜିରୁ ୧୪୫ ଲକ୍ଷ କୋଟି ଟଙ୍କା ପାଇଥିଲେ। ଏଥିରେ ୫୭% ଅଭିବୃଦ୍ଧି ହୋଇଛି। ହାଇ ଫ୍ରିକ୍ୟୁଏନ୍ସୀ ଇଣ୍ଡିକେଟର୍ସ, କର୍ପୋରେଟ ଆୟ, ସ୍ଥିର ନୀତି ଯୋଗୁ ନିବେଶକାରୀଙ୍କ ସକାରାତ୍ମକ ଭାବ ଓ ଭାରତୀୟ ମାର୍କେଟକୁ ଘରୋଇ ଓ ଅନ୍ତର୍ଜାତୀୟ ପ୍ରବାହ ବୃଦ୍ଧି ଯୋଗୁ ଏପରି ଫାଇଦା ମିଳିଛି।

Advertisment

ମଧ୍ୟମ ଓ ଛୋଟ କ୍ୟାପ୍‌ ଇଣ୍ଡିସେସରେ ଯଥାକ୍ରମେ ୬୦% ଓ ୬୩% ବୃଦ୍ଧି ହୋଇଛି। ଏହା ବଡ଼ କ୍ୟାପ ସେନସେନ୍ସ ପରିସଂଖ୍ୟାନକୁ ୨୮.୬% ବୃଦ୍ଧି କରିଛି। ରିୟଲିଟର, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଶକ୍ତି, ଭିତ୍ତିଭୂମି ଓ ଫାର୍ମା ସେକ୍ଟର ଅଧିକ ଲାଭ ପାଇଛନ୍ତି।

ମୋତିଲାଲ ୱସୱାଲ ସିକ୍ୟୁରିଟିଜ୍‌ ପକ୍ଷରୁ କୁହାଯାଇଛି ଯେ ଭାରତର ଜିଡିପି ୨୦୨୫/୨୬ ଆର୍ଥିକ ବର୍ଷ ସୁଦ୍ଧା ୪ ଲକ୍ଷ କୋଟି ଡଲାର ଅତିକ୍ରମ କରିବ। ସେହିପରି ୨୦୩୪ ଆର୍ଥିକ ବର୍ଷ ସୁଦ୍ଧର ଏହା ୮ ଲକ୍ଷ କୋଟି ଡଲାର ଛୁଇଁବ। ୨୦୨୪ ଲୋକସଭା ନିର୍ବାଚନ ପରେ ସ୍ଥିର ରାଜନୀତି ସ୍ଥିତି ଆଶା କରାଯାଇଛି।

ଏଥିପାଇଁ ଭିତ୍ତିଭୂମି, କାପେକ୍ସ ଓ ଉତ୍ପାଦନ କ୍ଷେତ୍ରରେ ଅର୍ଥନୀତିକ ଅଭିବୃଦ୍ଧିତ ହେଉଛି। ଆଗାମୀ ବର୍ଷରେ ଭାରତର ପୁଞ୍ଜି ବଜାରରେ ଆହୁରି ସକାରାତ୍ମକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ସଂସ୍ଥା କହିଛି।

ଶକ୍ତ ମାଇକ୍ରୋଇକୋନୋମି, ଠିକ ଠାକ ଆୟ, ସ୍ଥିର ସୁଧ ହାର, ମଧ୍ୟମଧରଣର ମୁଦ୍ରାସ୍ଫୀତି ଓ ନିୟମିତ ସ୍ଥିର ନୀତି ଯୋଗୁ ଭାରତ ବର୍ତ୍ତମାନ ଛୋଟ ସ୍ୱର୍ଣ୍ଣିମ ସମୟ ଦେଇ ଗତି କରୁଛି।

Nifty Sensex Stock Market BSE
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe