Advertisment

ବିଏସ୍‌ଏନ୍‌ଏଲ୍‌ର ନୂଆବର୍ଷ ଅଫର୍‌, ୧୯୯୯ ଟଙ୍କାରେ ମିଳିବ ୧୫ ମାସର ସେବା

ନୂଆଦିଲ୍ଲୀ : ନୂଆବର୍ଷରେ ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କ ପାଇଁ ଖ୍ରୀଷ୍ଟମାସ୍‌ ଓ ନ୍ୟୁ ଇଅର୍‌ ଅଫର୍‌ ପ୍ଲାନ୍‌ ଘୋଷଣା କରିଛି। ଏହି ପ୍ଲାନ୍‌ର ମୂଲ୍ୟ ୧୯୯୯ ଟଙ୍କା ରହିଛି। ଆଜିଠାରୁ ବଜାରରେ ଏହି ପ୍ଲାନ୍‌କୁ ଗ୍ରାହକମାନଙ୍କ ନିମନ୍ତେ ଉପଲବ୍ଧ କରାଯାଇଛି। ବିଏସ୍‌ଏନ୍‌ଏଲ୍‌ ଗ୍ରାହକ ଥରେ ୧୯୯୯ ଟଙ୍କାର ରିଚାର୍ଚ୍ଚ କଲେ, ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୧ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ପ୍ଲାନ୍‌କୁ ଉପଭୋଗ କରିପାରିବେ। ପୂର୍ବରୁ ଏହି ପ୍ଲାନ୍‌ର ବୈଧତା ୬୦ […]

author-image
Puspanjali Panda
ବିଏସ୍‌ଏନ୍‌ଏଲ୍‌ର ନୂଆବର୍ଷ ଅଫର୍‌, ୧୯୯୯ ଟଙ୍କାରେ ମିଳିବ ୧୫ ମାସର ସେବା

bsnl2

ନୂଆଦିଲ୍ଲୀ : ନୂଆବର୍ଷରେ ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କ ପାଇଁ ଖ୍ରୀଷ୍ଟମାସ୍‌ ଓ ନ୍ୟୁ ଇଅର୍‌ ଅଫର୍‌ ପ୍ଲାନ୍‌ ଘୋଷଣା କରିଛି। ଏହି ପ୍ଲାନ୍‌ର ମୂଲ୍ୟ ୧୯୯୯ ଟଙ୍କା ରହିଛି। ଆଜିଠାରୁ ବଜାରରେ ଏହି ପ୍ଲାନ୍‌କୁ ଗ୍ରାହକମାନଙ୍କ ନିମନ୍ତେ ଉପଲବ୍ଧ କରାଯାଇଛି।

Advertisment

ବିଏସ୍‌ଏନ୍‌ଏଲ୍‌ ଗ୍ରାହକ ଥରେ ୧୯୯୯ ଟଙ୍କାର ରିଚାର୍ଚ୍ଚ କଲେ, ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୧ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ପ୍ଲାନ୍‌କୁ ଉପଭୋଗ କରିପାରିବେ। ପୂର୍ବରୁ ଏହି ପ୍ଲାନ୍‌ର ବୈଧତା ୬୦ ଦିନ ରହିଥିଲା। କିନ୍ତୁ ନ୍ୟୁ ଇଅର୍‌ ଅଫର୍‌ରେ ଏହାକୁ ପରିବର୍ତ୍ତନ କରାଯାଇ ଗ୍ରାହକଙ୍କୁ ୪୫୦ ଦିନର ଭାଲିଡିଟି ମିଳୁଛି।

ଏହା ସହିତ ୧୯୯୯ ଟଙ୍କାର ଏହି ପ୍ଲାନ୍‌ରେ ମିଳୁଛି ପ୍ରତିଦିନ ୩ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍‌, ସମସ୍ତ ନେଟୱାର୍ଟକୁ ଅନଲିମିଟେଡ୍‌ କଲିଂ ସୁବିଧା।

Advertisment

କେବଳ ଏତିକି ନୁହେଁ, ଗ୍ରାହକ ଚାହିଁଲେ ୩୬୫ ଦିନ ପର୍ଯ୍ୟନ୍ତ ବିଏସ୍‌ଏନ୍‌ଏଲ୍‌ ଟ୍ୟୁନ୍‌ ଓ BSNL TVକୁ ସବ୍‌ସ୍କ୍ରାଇବ୍‌ ମଧ୍ୟ କରିପାରିବେ।

ଏହା ବ୍ୟତୀତ କମ୍ପାନୀ ଦୁଇଟି ପ୍ରିପେଡ୍‌ ପ୍ଲାନ୍ ମଧ୍ୟ ଘୋଷଣା କରିଛି। ଯେଉଁଥିରେ ୪୫୦ ଟଙ୍କା ରିଚାର୍ଜ କଲେ ୫୦୦ ଟଙ୍କା ଟକ୍‌ଟାଇମ୍‌ ଓ ୨୫୦ ଟଙ୍କା ରିଚାର୍ଜରେ ୨୭୫ ଟଙ୍କା ମିଳିବ। ଏହି ଅଫର୍‌କୁ ସୀମିତ ସମୟ ପାଇଁ ଗ୍ରାହକଙ୍କ ପାଇଁ ଯୋଗାଇ ଦିଆଯିବ। ଜାନୁଆରୀ ୨ ପୂର୍ବରୁ ରିଚାର୍ଜ ନକଲେ ଆପଣ ଏହି ଅଫର୍‌ର ଲାଭ ଉଠାଇପାରିବେ ନାହିଁ।