Advertisment

ବଜେଟ-୨୦୨୨: କ'ଣ ହେବ ଶସ୍ତା, କ'ଣ ମହଙ୍ଗା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ହେଉଛି ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଚତୁର୍ଥ ବଜେଟ୍। ଚଳିତ ବଜେଟରେ କ’ଣ ସବୁ ଶସ୍ତା ହେବ ଆଉ କ’ଣ ମହଙ୍ଗା ହେବ ତାର ଉପରେ ସମସ୍ତଙ୍କ ନଜର ରହିଥିଲା। ତେବେ ବଜେଟ ପରେ କୃଷିଜାତ ଦ୍ରବ୍ୟ ଶସ୍ତା ହେବ। ଏହା ବ୍ୟତୀତ ବଜେଟରେ କଟା ଏବଂ ପଲିସ୍ ହୋଇଥିବା ହୀରା ଉପରେ କଷ୍ଟମ୍ ଡ୍ୟୁଟି କଟାଯାଇଛି। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବଜେଟ-୨୦୨୨: କ'ଣ ହେବ ଶସ୍ତା, କ'ଣ ମହଙ୍ଗା

diamond jewellery

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ହେଉଛି ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଚତୁର୍ଥ ବଜେଟ୍। ଚଳିତ ବଜେଟରେ କ'ଣ ସବୁ ଶସ୍ତା ହେବ ଆଉ କ'ଣ ମହଙ୍ଗା ହେବ ତାର ଉପରେ ସମସ୍ତଙ୍କ ନଜର ରହିଥିଲା।

Advertisment

ତେବେ ବଜେଟ ପରେ କୃଷିଜାତ ଦ୍ରବ୍ୟ ଶସ୍ତା ହେବ। ଏହା ବ୍ୟତୀତ ବଜେଟରେ କଟା ଏବଂ ପଲିସ୍ ହୋଇଥିବା ହୀରା ଉପରେ କଷ୍ଟମ୍ ଡ୍ୟୁଟି କଟାଯାଇଛି। ପଲିସ ହିରା ଉପରେ ଆମଦାନୀ ଶୁଳ୍କ ୫% କୁ ହ୍ରାସ ପାଇଛି। କୃଷି ଉପକରଣ, ମୋବାଇଲ ଚାର୍ଜର, ଚମଡ଼ା ସାମଗ୍ରୀ ଶସ୍ତା ହେବ। ସେହିପରି  ହୀରା ଗହଣା, ରତ୍ନ ପଥର, କପଡ଼ା, ବିଦ୍ୟୁତ ଟ୍ରାନ୍ସଫର୍ମର ସାମଗ୍ରୀ ଶସ୍ତା ହେବ। ଷ୍ଟିଲ୍, ଇମିଟେସନ ଗହଣା, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ, ବିଦେଶରୁ ଆମଦାନୀ ମେସିନ, ଔଷଧ, ମେଡିକାଲ ଉପକରଣ ଓ କେମିକାଲ ଆଦି ମଧ୍ୟ ଶସ୍ତା ହେବ।

ସେହିପରି ଛତା କିଣିବା ମହଙ୍ଗା ହେବ। ଛତା ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ବିଦେଶୀ ସାମଗ୍ରୀ ଆମଦାନୀ ମହଙ୍ଗା ହେବ। ଏହା ବ୍ୟତୀତ ଅର୍ଥମନ୍ତ୍ରୀ ସୀତାରମଣ ମଧ୍ୟ କିଛି ରାସାୟନିକ ପଦାର୍ଥ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିମଧ୍ୟରେ ମିଥାନୋଲ୍ ମଧ୍ୟ ଅନ୍ତର୍ଭୁକ୍ତ। ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏହା କରାଯାଇଛି ବୋଲି ସେ କହିଛନ୍ତି। ଇସ୍ପାତ ସ୍କ୍ରାପ ଉପରେ କଷ୍ଟମ ଡ୍ୟୁଟି ଛାଡକୁ ଆଉ ଏକ ବର୍ଷ ବଢାଇବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment