Advertisment

ଆଜି ଆସିବ କେନ୍ଦ୍ର ବଜେଟ୍, ନିର୍ମଳାଙ୍କ ପେଡ଼ି ଉପରେ ଦେଶବାସୀଙ୍କ ନଜର

ଏହା ଏନଡିଏ ସରକାରର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଆଜି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ।

author-image
Niharika Rout
Nirmala Sitaraman

Nirmala Sitaraman

ଆଜି ସଂସଦରେ ଆସୁଛି ବଜେଟ୍। ଉପସ୍ଥାପିତ ହେବାକୁ ଯାଉଛି ୨୦୨୪-୨୫ ଆର୍ଥିକ ବର୍ଷର ବାର୍ଷିକ ସାଧାରଣ ବା କେନ୍ଦ୍ରୀୟ ବଜେଟ। ଏହା ଏନଡିଏ ସରକାରର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଆଜି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ।

Advertisment

ଏଥର ନିର୍ମଳାଙ୍କ ପେଡ଼ିରେ ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି। ଶିଳ୍ପ ଜଗତକୁ ପ୍ରାଧ୍ୟାନ୍ୟ ସହ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ପୁଞ୍ଜି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି । ରପ୍ତାନି ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନ ଓ ରପ୍ତାନୀ ନୀତିରେ ବି ସଂଶୋଧନ ହୋଇପାରେ। ଆତ୍ମନିର୍ଭର ଭାରତ ପାଇଁ ଅଧିକରୁ ଅଧିକ ମାନୁଫାକ୍ଚରିଂ ଶିଳ୍ପ ସ୍ଥାପନ କରାଯିବା ସହ ଷ୍ଟାର୍ଟଅପ୍ ଓ MSMEକୁ ଅଧିକ ଟିକସ ରିହାତି ମିଳିବ ବୋଲି ଆଶା କରାଯାଉଛି। ଏକ ପରିବେଶ ଅନୁକୂଳ ଭାରତ ଗଠନ ପାଇଁ ଗ୍ରୀନ୍ ଇନିସିଏଟିଭ୍କୁ ପ୍ରାଧାନ୍ୟ ମିଳିପାରେ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ। ମୋଦି ସରକାରର ତୃତୀୟ ପାଳିର ପ୍ରଥମ ବଜେଟରୁ ଏମିତି କିଛି ଆଶା ରଖିଛି ଶିଳ୍ପ ଜଗତ।

ବଜେଟରୁ ବଡ଼ ଆଶା ରଖିଛି ପର୍ଯ୍ୟଟନ କ୍ଷେତ୍ର। ଦେଶର ଜିଡିପିରେ ପର୍ଯ୍ୟଟନ ଶିଳ୍ପର ଅଂଶ ୧୬ ଲକ୍ଷ କୋଟି। କିନ୍ତୁ ପର୍ଯ୍ୟଟନ ବଜେଟ୍ ମାତ୍ର 24 ହଜାର କୋଟି। କୋଭିଡ୍ ପରେ ଘରୋଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ‘ଦେଖୋ ଅପ୍ନା ଦେଶ୍’ ପଦକ୍ଷେପ ଆପଣେଇଛନ୍ତି କେନ୍ଦ୍ର ସରକାର। ହେଲେ, ସେଥିପାଇଁ ନାହିଁ ପର୍ଯ୍ୟାପ୍ତ ଭିତ୍ତିଭୂମି।

Advertisment

ଏହାକୁ ନଜରରେ ରଖି ଅର୍ଥମନ୍ତ୍ରୀ ପର୍ଯ୍ୟଟନ କ୍ଷେତ୍ର ଲାଗି ଅଧିକ ପାଣ୍ଠି ଘୋଷଣା କରିବେ ବୋଲି ଆଶା ରଖିଛି ପର୍ଯ୍ୟଟନ ଶିଳ୍ପ । ରିଅଲ ଇଷ୍ଟେଟ୍ ସଂଘ ମଧ୍ୟ ଅନେକ ଆଶା ରଖିଛି। କରୋନା ମହାମାରୀ ପରେ ଏଯାଏଁ ଠିକ୍ ଭାବେ ମୁଣ୍ଡ ଟେକିପାରିନି ରିଅଲ ଇଷ୍ଟେଟ୍ କ୍ଷେତ୍ର। ଏହାକୁ ତ୍ୱରାନ୍ୱିତ କରିବା ଲାଗି ଶସ୍ତା ବାସଗୃହ ନିର୍ମାଣରେ ବିଲ୍ଡରଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ବାସଗୃହ କ୍ରେତାଙ୍କ ଲାଗି କ୍ରେଡିଟ୍ ଲିଙ୍କ୍ ସ୍କିମ ସମ୍ପ୍ରସାରଣ ଓ ଷ୍ଟାଣ୍ଡାର୍ଡ ଡିଡକ୍ସନ ବୃଦ୍ଧି ଘୋଷଣା ହେବ ବୋଲି ଆଶା କରାଯାଉଛି।

Delhi