୧ ଟଙ୍କାରେ ଜାଣନ୍ତୁ ପୂରା ବଜେଟର ହିସାବ

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୪୮.୨୧ ଲକ୍ଷ ଟଙ୍କାରର ବଜେଟ ଉପସ୍ଥାପନ କରାଯାଇଛି। 

ଏକ ଟଙ୍କାରେ ବଜେଟ

  • Published: Tuesday, 23 July 2024
  • , Updated: 23 July 2024, 02:09 PM IST

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେକର୍ଡ ୭ମ ଥର ପାଇଁ ଆଜି ବଜେଟ ଉପସ୍ଥାପନ କରିଛନ୍ତି। ପ୍ରାୟ ୧ ଘଣ୍ଟା ୩୦ ମିନିଟର ବଜେଟ ଭାଷଣରେ ସେ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ହେଲେ ଟିକସ ସ୍ଲାବରେ ପରିବର୍ତ୍ତନ ହୋଇନାହିଁ। ଦେଶବାସୀଙ୍କୁ ବିକଶିତ ଭାରତର ସ୍ୱପ୍ନ ସେ ଦେଖାଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୪୮.୨୧ ଲକ୍ଷ ଟଙ୍କାରର ବଜେଟ ଉପସ୍ଥାପନ କରାଯାଇଛି। 

ତେବେ ଏତେ ପରିମାଣର ବଜେଟକୁ ସାଧାରଣ ଲୋକ ବୁଝିବା ବେଶ ମୁସ୍କିଲ। ତେଣୁ ୧ ଟଙ୍କାରେ ପୂରା ବଜେଟ୍‌ର ହିସାବ ଜାଣନ୍ତୁ..

ଟଙ୍କାଟିଏ ଆସିବ କୁଆଡ଼ୁ

ଋଣ ଓ ଅନ୍ୟାନ୍ୟ ଦାତା-୨୭ ପ.

କର୍ପୋରେସନ ଟିକସ-୧୭ ପ.

ଆୟକର-୧୯ ପ.

ସୀମା ଶୁଳ୍କ-୪ ପ.

କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ-୫ ପ.

ଜିଏସଟି ଓ ଅନ୍ୟାନ୍ୟ ଟିକସ-୧୮ ପ.

ଅଣ-ଟିକସ ରାଜସ୍ୱ- ୯ ପ.

ଅଣ-ଋଣ ପୁଞ୍ଜି ଆୟ-୧ ପ.

ଟଙ୍କା ଟିଏ ଯିବ କୁଆଡ଼େ

ଟିକସ ଓ ଶୁଳ୍କରୁ ରାଜ୍ୟର ଭାଗ- ୨୧ ପ.

ସୁଧ ଦେୟ- ୧୯ ପ.

କେନ୍ଦ୍ରୀୟ ଯୋଜନା- ୧୬ ପ.

ଫାଇନାନ୍ସ କମିଶନ ଓ ଅନ୍ୟ ଟ୍ରାନ୍ସଫର- ୯ ପ.

କେନ୍ଦ୍ର ପ୍ରାୟୋଜିତ ଯୋଜନା- ୮ ପ.

ପ୍ରତିରକ୍ଷା- ୮ ପ.

ସବସିଡି- ୬ ପ.

ପେନସନ- ୪ ପ.

ଅନ୍ୟାନ୍ୟ ଖର୍ଚ୍ଚ: ୯ପ.

Related story