Advertisment

ବାଜିଲାଣି ବଜେଟ୍‌ ବିଗୁଲ୍, ଅର୍ଥ ମନ୍ତ୍ରଣାଳୟ ମାଗିଲାଣି ତଥ୍ୟ

ମୁମ୍ବାଇ(ଓଡ଼ିଶା ରିପୋର୍ଟର):ବଜେଟ୍ ୨୦୧୯-୨୦ ହେବ ବର୍ତ୍ତମାନ କେନ୍ଦ୍ରରେ ଶାସନ କରୁଥିବା ଏନ୍‌ଡିଏ ସରକାରଙ୍କ ଶେଷ ସାଧାରଣ ବଜେଟ୍। ଏଥିପାଇଁ ଅର୍ଥମନ୍ତ୍ରଣାଳୟ ଏବେଠୁ ଭିଡ଼ିଲାଣି ଅଣ୍ଟା। ବିଭିନ୍ନ ମନ୍ତ୍ରଣାଳୟକୁ ମାଗିଲାଣି ତଥ୍ୟ। ଚଳିତ ମାସ ଆରମ୍ଭରୁ ବଜେଟ୍ ସମ୍ପର୍କିତ ପ୍ରସ୍ତୁତି ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ଇସ୍ପାତ, ଶକ୍ତି, ଗୃହ ଏବଂ ସହର ବିକାଶ ମନ୍ତ୍ରଣାଳୟଗୁଡ଼ିକ ସହ ବୈଠକ ବସିବ। ଏହି ବୈଠକ ନଭେମ୍ବର ୧୬ରେ ହେବ ବୋଲି ଅନୁମାନ କରାଯାଉଛି। ନିଜ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ […]

ବାଜିଲାଣି ବଜେଟ୍‌ ବିଗୁଲ୍, ଅର୍ଥ ମନ୍ତ୍ରଣାଳୟ ମାଗିଲାଣି ତଥ୍ୟ

Untitled-2

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର):ବଜେଟ୍ ୨୦୧୯-୨୦ ହେବ ବର୍ତ୍ତମାନ କେନ୍ଦ୍ରରେ ଶାସନ କରୁଥିବା ଏନ୍‌ଡିଏ ସରକାରଙ୍କ ଶେଷ ସାଧାରଣ ବଜେଟ୍। ଏଥିପାଇଁ ଅର୍ଥମନ୍ତ୍ରଣାଳୟ ଏବେଠୁ ଭିଡ଼ିଲାଣି ଅଣ୍ଟା। ବିଭିନ୍ନ ମନ୍ତ୍ରଣାଳୟକୁ ମାଗିଲାଣି ତଥ୍ୟ। ଚଳିତ ମାସ ଆରମ୍ଭରୁ ବଜେଟ୍ ସମ୍ପର୍କିତ ପ୍ରସ୍ତୁତି ଆରମ୍ଭ ହୋଇଛି।

Advertisment

ଖୁବ୍‌ ଶୀଘ୍ର ଇସ୍ପାତ, ଶକ୍ତି, ଗୃହ ଏବଂ ସହର ବିକାଶ ମନ୍ତ୍ରଣାଳୟଗୁଡ଼ିକ ସହ ବୈଠକ ବସିବ। ଏହି ବୈଠକ ନଭେମ୍ବର ୧୬ରେ ହେବ ବୋଲି ଅନୁମାନ କରାଯାଉଛି। ନିଜ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ଅନ୍ୟ ସବୁ ମନ୍ତ୍ରଣାଳୟକୁ ଜଣାଇ ଦେଇଛି। ନଭେମ୍ବର ୧୫ ସୁଦ୍ଧା ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି।

ଆସନ୍ତା ସାଧାରଣ ନିର୍ବାଚନ ସକାଶେ ଏଥର ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ହେବ ଓ ଏହା ୨୦୧୯ ଫେବ୍ରୁୟାରୀ ୧ରେ ଉପସ୍ଥାପନ ହେବ। ଏହା ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପାଇଁ ଶେଷ ବଜେଟ୍‌ ଉପସ୍ଥାପନ ହୋଇ ପାରେ। ପରେ ଯେଉଁ ଦଳ ସରକାର ଗଢ଼ିବ ଉକ୍ତ ଦଳ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe