Advertisment

ଆଜିଠୁ ବଜେଟ୍ ଅଧିବେଶନ;୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍

ଆଜି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ। ଏହାପରେ ଧନ୍ୟବାଦ ପ୍ରସ୍ତାବ ଆସିବ। ଆସନ୍ତା ୨୫ ତାରିଖରେ ଗୃହରେ ଉପସ୍ଥାପନ ହେବ ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍।

author-image
Tapaswini Nayak
Budget

Budget

ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏବଂ ମୋହନ ସରକାରର ଏହା ପ୍ରଥମ ବଜେଟ୍ ଅଧିବେଶନ। ଏଥିରେ ୨୭ଟି କାର୍ଯ୍ୟଦିବସ ରହିଛି। ଆଜି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ। ଏହାପରେ ଧନ୍ୟବାଦ ପ୍ରସ୍ତାବ ଆସିବ। ଆସନ୍ତା ୨୫ ତାରିଖରେ ଗୃହରେ ଉପସ୍ଥାପନ ହେବ ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ଅଧିବେଶନ ପାଇଁ ବିଜେପି ଓ ବିଜେଡି ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ।

Advertisment

ଏହି ଅଧିବେଶନ ମୋହନ ସରକାର ପାଇଁ ବେଶ ଚାଲେଞ୍ଜିଂ ରହିବ। କାରଣ, ନୂଆ ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ବିଜେଡି। ଆଡ଼ପ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣା, ରାଜ୍ୟପାଳଙ୍କ ପୁଅ ବିବାଦ ପ୍ରସଙ୍ଗ, ଦରଦାମ ବୃଦ୍ଧି, ଧାନ MSP ୩୧୦୦କୁ ବୃଦ୍ଧି, ୩୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶ୍ରୁତି କଥା ଉଠାଇ ନୂଆ ସରକାରଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଛି ବିଜେଡି।

ଅନ୍ୟପକ୍ଷରେ ବିରୋଧୀଙ୍କୁ କାଉଣ୍ଟର କରିବା ସହ କେଉଁ ପ୍ରସଙ୍ଗ ବିଧାନସଭାରେ ଉଠାଇବେ ସେ ନେଇ ରଣନୀତି ପ୍ରସ୍ତୁତ ହୋଇଛି। ମୋହନ ସରକାରଙ୍କ ୪୦ ଦିନର ଉପଲବ୍ଧି କଥା ବିଧାନସଭାରେ ରଖିବ ଦଳ। ସରକାରକୁ ଆସୁ ଆସୁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ସୁଭଦ୍ରା ଯୋଜନା ପାଇଁ ପ୍ରକ୍ରିୟା ଆରମ୍ଭ, ଏହା ସହ ପୂର୍ବ ନବୀନ ସରକାରର ୨୪ ବର୍ଷର କଳା ଚିଠା ଖୋଲି ବିଜେଡିକୁ କାଉଣ୍ଟର କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି।

Advertisment
Odisha Budget Session 2024