ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ। ଆଜି ଏହି ଅଧିବେଶନର ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିଥିଲେ ରାଜ୍ୟପାଳ ରଘୁବର ଦାସ।ମୋଟ ୧ ଘଣ୍ଟା ୫୮ ମିନିଟ ବକ୍ତବ୍ୟ ରଖିଥିଲେ ରାଜ୍ୟପାଳ। ଦିନ ୧୧ଟାରୁ ରାଜ୍ୟପାଳଙ୍କ ଭାଷଣ ଆରମ୍ଭ ହୋଇ ୧୨ଟା ୫୮ରେ ସରିଥିଲା। ମୋଟ ୫୬ ପୃଷ୍ଠାର ଭାଷଣ ପଢ଼ିଥିଲେ ରାଜ୍ୟପାଳ। ଏହି ଅବସରରେ ରାଜ୍ୟପାଳ କ’ଣ କହିଛନ୍ତି, ସଂକ୍ଷେପରେ ପଢ଼ନ୍ତୁ।
- ପ୍ରାରମ୍ଭରେ ପୁରୀ ପରିକ୍ରମା ପ୍ରକଳ୍ପ ୮ ଶହ କୋଟିରେ ହୋଇଛି, ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବ
- ଏହି ପ୍ରକଳ୍ପ ଆଗନ୍ତୁକଙ୍କୁ ଅତ୍ୟାଧୁନିକ ସୁବିଧା ଦେବ
- ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ
- ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହୋଇଛି
- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପ ବି ଲୋକାର୍ପିତ ହୋଇଛି
- ନୂଆ-ଓ ଯୁବ ଭାଗିଦାରୀକୁ ସଶକ୍ତ କରିବ
- ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ହୋଇଛି
- ଫାଇଭ୍-ଟି ଓ ମୋ ସରକାର ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ନୂତନ ଯୁଗ
- ୨୦୨୨-୨୩ରେ ୬.୦୩ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି
- ୧୧୩.୭୬ ରେସନକାର୍ଡଧାରୀଙ୍କୁ ୪ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଦିଆଯାଇଛି
- ୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ମିଳିଛି
- ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି
- ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି
- ପ୍ରତି ପରିବାରକୁ ୫ ଲକ୍ଷ, ମହିଳା ସଦସ୍ୟଙ୍କୁ ଆଉ ୫ ଲକ୍ଷର ଚିକିତ୍ସା ସହାୟତା ମିଳୁଛି
- ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି
- ୭୫୦ କୋଟି ଟଙ୍କା ବ୍ୟୟରେ ‘ଆମ ହସ୍ପିଟାଲ’ ଯୋଜନା ଆରମ୍ଭ
- ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମାଗଣା ମିଳୁଛି
- ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ମାସିକ ୩୫ କେଜି ଚାଉଳ ମାଗଣା ମିଳୁଛି
- ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପରିବାରକୁ ରାଜ୍ୟ ଚାଉଳ ଦେଉଛି
- ୩.୧୫ ଲକ୍ଷ ପରିବାରର ୯.୯୭ ଲକ୍ଷ ଲୋକଙ୍କୁ ରାଜ୍ୟ ଚାଉଳ ଦେଉଛି
- ୧୭.୧୧ ଲକ୍ଷ ଚାଷୀଙ୍କଠାରୁ ୭୯.୧୬ ଲକ୍ଷ ଟନ୍ ଧାନ ସଂଗ୍ରହ ହୋଇଛି
- ରାଜ୍ୟର ୪୦% ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି
- ୨୦୧୪-୧୫ରୁ ଏଯାଏଁ ୩୪.୨୫ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି
- ସମୟ ପୂର୍ବରୁ ଘର ସାରିଥିବାରୁ ୧୩୮୭ କୋଟିର ପ୍ରୋତ୍ସାହନ ଦିଆଯାଇଛି
- ମଧ୍ୟବିତ୍ତ ପରିବାରର ଗୃହ ନିର୍ମାଣ ସ୍ୱପ୍ନ ସାକାର ପାଇଁ ‘ମୋ ଘର’ ଆରମ୍ଭ
- ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଦିଆଯାଉଛି
- ରାଜ୍ୟର ୧୦ଟି ସହର ବସ୍ତିମୁକ୍ତ ମାନ୍ୟତା ଲାଭ କରିସାରିଛି
- ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳ ବସ୍ତିମୁକ୍ତ ହେବ
- ନ୍ୟୁୟର୍କ, ଟୋକିଓ, ସିଙ୍ଗାପୁର ଭଳି ଓଡ଼ିଶାରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଚାଲିଛି
- ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ରେ ପୁରୀ ଓ ଗୋପାଳପୁର ଦେଶର ପ୍ରଥମ ଓ ୨ୟ ସହର
- ୨୪ ସହରାଞ୍ଚଳର ୨୩ ଲକ୍ଷ ବାସିଦ୍ଦା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ପାଉଛନ୍ତି
- ୩୪୧୧ କୋଟି ଖର୍ଚ୍ଚରେ ୬୮୭୨ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି
- କୋରାପୁଟ ଜିଲ୍ଲା କୋଟିଆରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ କରାଯାଇଛି
- ମିଶନ ଶକ୍ତି ଋଣ ଯୋଜନାରେ ବିନା ସୁଧରେ ୫ ଲକ୍ଷ ଯାଏଁ ଋଣ ମିଳୁଛି
- ଆନ୍ତଃ-ଜାତି ବିବାହକୁ ସ୍ୱୀକୃତି ପାଇଁ ଦଂପତିଙ୍କୁ ୨.୫ ଲକ୍ଷ ପ୍ରୋତ୍ସାହନ
- ୫୩.୦୯ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଉଛି
- ଅସହାୟା, ସ୍ୱାମୀ ପରିତ୍ୟକ୍ତା, କୋଭିଡ଼ ଯୋଗୁଁ ବିଧବାଙ୍କୁ ମିଳୁଛି ଭତ୍ତା
- ୨୦୨୭ ଶେଷ ସୁଦ୍ଧା ଶେଷ ହେବ ମେଟ୍ରୋ ରେଳ ପ୍ରକଳ୍ପ
- ୬୨୫୬ କୋଟି ଟଙ୍କା ବ୍ୟୟରେ ହେବ ମେଟ୍ରୋ ରେଳ ପ୍ରକଳ୍ପ
- ୩୦ ଜିଲ୍ଲାର ୬୭୯୮ ପଞ୍ଚାୟତରେ ଗଡ଼ିବ ଲକ୍ଷ୍ମୀ ବସ୍
- ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସ୍ଥିର ଓ ଶାନ୍ତିପୂର୍ଣ୍ଣ ରହିଛି
- ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ କମିଛି
- ପୁଲିସ କାର୍ଯ୍ୟାନୁଷ୍ଠାନରେ ୪୨ ନିହତ, ୧୪୫ ଜଣ ଗିରଫ
- ମାଓ ପ୍ରଭାବିତ ଜିଲ୍ଲାସଂଖ୍ୟା ୨୧ରୁ ୧୦କୁ ହ୍ରାସ ପାଇଛି
- ମାଲକାନଗିରିର ୩୨ଶହ ମାଓବାଦୀ ଓ ସମର୍ଥକ ମୁଖ୍ୟସ୍ରୋତକୁ ଫେରିଛନ୍ତି
- ରାଜ୍ୟରେ ମୁଣ୍ଡପିଛା ଆୟ ବଢ଼ିଛି
- ଆକଳନ ଅନୁଯାୟୀ ୨୦୨୨-୨୩ରେ ମୁଣ୍ଡପିଛା ଆୟ ୧.୫୧ ଲକ୍ଷ ରହିଛି
- ୨୦୨୧-୨୨ରେ ମୁଣ୍ଡପିଛା ଆୟ ରହିଥିଲା ୧.୨୯ ଲକ୍ଷ
- ବେକାରୀ ଅଭିବୃଦ୍ଧି ହାର କମିଛି
- ୨୦୧୭-୧୮ରେ ବେକାରୀ ଅଭିବୃଦ୍ଧି ହାର ଥିଲା ୭.୧%
- ୨୦୧୯-୨୦ରେ ବେକାରୀ ଅଭିବୃଦ୍ଧି ହାର ରହିଛି ୬.୨%
- ବିଗତ ୫ ବର୍ଷରେ ମୋଟ ୪୬, ୯୮୬ ପ୍ରାର୍ଥୀଙ୍କୁ ସରକାରୀ ଚାକିରି ମିଳିଛି
- ଓଡ଼ିଶା ଲୋକସେବା ଆୟୋଗ ଜରିଆରେ ୧୫, ୦୯୬ ନିଯୁକ୍ତି ମିଳିଛି
- ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଜରିଆରେ ୧୨, ୯୮୮ ନିଯୁକ୍ତି ମିଳିଛି
- ଓଡ଼ିଶା ସବ୍ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ୱାରା ୧୮, ୯୦୨ ନିଯୁକ୍ତି ମିଳିଛି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।