ଆଜିଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ। ଏହା ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ। ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି। ସରକାର ଏହି ସମୟରେ ୬ଟି ବିଲ୍ ଆଗତ କରିବାର ସମ୍ଭାବନା ରହିଛି। ଆସନ୍ତାକାଲି ବଜେଟ୍ ଉପସ୍ଥାପନ ହେବ।
ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ପ୍ରଥମ ଦିନରେ ଗୃହରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ।
Also Read
ବଜେଟ୍ ଅଧିବେଶନ ପୂର୍ବରୁ ଗୃହକାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଥିଲେ କେନ୍ଦ୍ର ସରକାର। ଆଜି କଂଗ୍ରେସର ସଂସଦୀୟ ଦଳ ବୈଠକ ବସିବାକୁ ଥିବା ବେଳେ, ନିଟ୍ ଅନିୟମିତତା, ବେରୋଜଗାରୀ ଓ ଜାତୀୟ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ସରକାରକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ପ୍ରତି ପଞ୍ଚାୟତରେ ଖୋଲିବ କ୍ଷୀର ଧାରା କେନ୍ଦ୍ର: ମନ୍ତ୍ରୀ
ନୂଆ ପ୍ରଡକ୍ଟ ନେଇ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ବହୁ ନୂଆ ପ୍ରଡକ୍ଟ ଆଣିବାକୁ ଯାଉଛି। ଲୋକଙ୍କ ଆବଶ୍ୟକତାକୁ ଦେଖି ଓମ୍ଫେଡ୍ର ଟେଟ୍ରାପେକ୍, ପାଣି ପାଉଚ୍, ଆଇସକ୍ରିମ୍, ଚକୋଲେଟ୍ ଆଦି ତିଆରି କରିବ।
Technology
ପାର୍ବଣରେ ହାଇ ଡିମାଣ୍ଡ, ଭାରତରେ ବିକ୍ରି ହୋଇଛି ୩.୯୩ ଲକ୍ଷ କାର୍
ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ସଂଖ୍ୟକ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇଛି।
Business
ମୋଦିଙ୍କ ଶାସନରେ କମିଛି ମଧ୍ୟବିତ୍ତଙ୍କ ମୁଣ୍ଡରୁ ଟିକସ ବୋଝ
ମୋଦି ସରକାର ଲାଗୁ କରିଥିବା ଶକ୍ତିଶାଳୀ ଟିକସ ଚୋରି ନିରୋଧ ଆଇନ ଓ କଳା ଟଙ୍କା ଆଇନ ଯୋଗୁ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ରିଟର୍ଣ୍ଣ ଫାଇଲ କରିବା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।
Business
୩୩୫୩ କୋଟି ଟଙ୍କାର ୧୫ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ, ୪୬୩୭ ଜଣଙ୍କୁ ମିଳିବ ନିଯୁକ୍ତି
ଏଚଏମ ପାୱାର ଆଣ୍ଡ କେବଲସ ପ୍ରାଇଭେଟ୍ ଲିମିଟେଡ୍ ୫୫.୭୨କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ଜିଲ୍ଲାରେ ଏକ ଆଲୁମିନିୟମ କଣ୍ଡକ୍ଟର, ପାୱାର କେବୁଲ ଓ ତାର ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୨୦୫ଜଣଙ୍କୁ ନିଯୁକ୍ତି ମିଳିବ।
Business
ଦାଉଦ୍, ଲରେନ୍ସ ବିଷ୍ଣୋଇ ଟି-ଶାର୍ଟ ବିକି ଅଡ଼ୁଆରେ ଫ୍ଲିପକାର୍ଟ୍
ଲରେନ୍ସ ବିଷ୍ଣୋଇ ଓ ଦାଉଦର ଫଟୋ ଥିବା ଟି-ଶାର୍ଟ ବିକ୍ରି କରି ଅଡ଼ୁଆରେ ଫ୍ଲିପକାର୍ଟ ସମେତ ଅନେକ ଇ-କମର୍ସ ପ୍ଲାଟଫର୍ମ। ମାମଲା ଦାୟର କଲା ମହାରାଷ୍ଟ୍ର ପୁଲିସର ସାଇବର ସେଲ୍।