Advertisment

ଆଜିଠୁ ସଂସଦର ବଜେଟ୍ ଅଧିବେଶନ, କାଲି କେନ୍ଦ୍ର ବଜେଟ

ଆଜିଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ। ଏହା ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ।

Budget

Budget

Advertisment

ଆଜିଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ। ଏହା ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ। ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି। ସରକାର ଏହି ସମୟରେ ୬ଟି ବିଲ୍ ଆଗତ କରିବାର ସମ୍ଭାବନା ରହିଛି। ଆସନ୍ତାକାଲି ବଜେଟ୍ ଉପସ୍ଥାପନ ହେବ।

Advertisment

ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ପ୍ରଥମ ଦିନରେ ଗୃହରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ।

ବଜେଟ୍ ଅଧିବେଶନ ପୂର୍ବରୁ ଗୃହକାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଥିଲେ କେନ୍ଦ୍ର ସରକାର। ଆଜି କଂଗ୍ରେସର ସଂସଦୀୟ ଦଳ ବୈଠକ ବସିବାକୁ ଥିବା ବେଳେ, ନିଟ୍ ଅନିୟମିତତା, ବେରୋଜଗାରୀ ଓ ଜାତୀୟ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ସରକାରକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ।

Advertisment
Delhi Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe