Advertisment

ଚାଇନାର ୪୦ ହଜାର କୋଟିର ବ୍ୟବସାୟକୁ ଝଟକା!

ନୂଆଦିଲ୍ଲୀ: ଆଗକୁ ଦିପାବଳୀ ଆସୁଛି। ସାଧାରଣତଃ ଏହି ସମୟରେ ଚାଇନା ବାଣ, ଫୋଟକା ଆଦି ସାମଗ୍ରୀ ଦେଶରେ ଅଧିକ ବିକ୍ରି ହୁଏ। ହେଲେ ଚଳିତବର୍ଷର ଚାଇନାର ଏହି ବ୍ୟବସାୟ ଉପରେ ତାଲା ପକାଇବାକୁ ବିଭିନ୍ନ ବ୍ୟବସାୟୀ ଏକାଠି ହୋଇଛନ୍ତି। ସାରା ଦେଶରେ ପୂଜା ପାଇଁ ବିଭିନ୍ନ ସାମଗ୍ରୀ ଅଫରରେ ବିକ୍ରି କରନ୍ତି ବ୍ୟବସାୟୀ। ଏହାକୁ ନଜରରେ ରଖି ଚଳିତଥର ବ୍ୟବସାୟୀ ଚାଇାନ ସାମଗ୍ରୀକୁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିସିଇଟି) […]

ଅଦ୍ୟତନ ହୋଇଛି
ଚାଇନାର ୪୦ ହଜାର କୋଟିର ବ୍ୟବସାୟକୁ ଝଟକା!

diwali_sale

Advertisment

ନୂଆଦିଲ୍ଲୀ: ଆଗକୁ ଦିପାବଳୀ ଆସୁଛି। ସାଧାରଣତଃ ଏହି ସମୟରେ ଚାଇନା ବାଣ, ଫୋଟକା ଆଦି ସାମଗ୍ରୀ ଦେଶରେ ଅଧିକ ବିକ୍ରି ହୁଏ। ହେଲେ ଚଳିତବର୍ଷର ଚାଇନାର ଏହି ବ୍ୟବସାୟ ଉପରେ ତାଲା ପକାଇବାକୁ ବିଭିନ୍ନ ବ୍ୟବସାୟୀ ଏକାଠି ହୋଇଛନ୍ତି। ସାରା ଦେଶରେ ପୂଜା ପାଇଁ ବିଭିନ୍ନ ସାମଗ୍ରୀ ଅଫରରେ ବିକ୍ରି କରନ୍ତି ବ୍ୟବସାୟୀ। ଏହାକୁ ନଜରରେ ରଖି ଚଳିତଥର ବ୍ୟବସାୟୀ ଚାଇାନ ସାମଗ୍ରୀକୁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିସିଇଟି) ଚଳିତ ବର୍ଷ ଦିପାବଳୀରେ ସାରା ଦେଶରେ ହିନ୍ଦୁସ୍ତାନୀ ଦିପାବଳୀ ଭାବରେ ପାଳନ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଦେଶର ପ୍ରତ୍ୟେକ କୋଣରେ ଏହି ନାରା ପହଞ୍ଚାଇବା ପାଇଁ ଏକ ବଡ଼ ସଂକଳ୍ପ ନେଇଛି। ସିସିଇଟିର ଏହି ନାରା ଯଦି ଲୋକମାନେ ଗ୍ରହଣ କରିବେ ତାହେଲେ ଚଳିତ ବର୍ଷ ଦିପାବଳୀ ସମୟରେ ଚାଇନାର ପ୍ରାୟ ୪୦ ହଜାର କୋଟି ଟଙ୍କାର କ୍ଷତି ହେବ। ଏହି ସଂକଳ୍ପ ଅନୁଯାୟୀ ବ୍ୟବସାୟୀ ମାନେ ଚାଇନା ବାଣ ବା ଫୋଟକା, ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ କିଣିବେ ନାହିଁ। ଅର୍ଥାତ୍ ଲୋକମାନେ ଯାହା କିଣିବେ ତାହା ସ୍ୱଦେଶୀ ରହିବ।

ଦଶହରା ଏବଂ ଦିପାବଳୀ ବେଳେ ମୋବାଇଲ୍, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଖେଳନା, ଘର ସାଜସଜ୍ଜା, ରୋଷେଇ ସାମଗ୍ରୀ, ଗିଫ୍ଟ ସାମଗ୍ରୀ, ଘଣ୍ଟା, ଆସବାବପତ୍ର, ଏଫଏମସିଜି ଇତ୍ୟାଦି ବହୁ ପରିମାଣରେ ବିକ୍ରି ହେବାର ସମ୍ଭାବନା ରହିଛି।

Advertisment

ସିସିଇଟିର ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଦିପାବଳୀ ସମୟରେ ଦେଶରେ ପ୍ରତିବର୍ଷ ପ୍ରାୟ ୭୦ ହଜାର କୋଟି ଟଙ୍କା କାରବାର ହୁଏ। ଯେଉଁଥିରେ ସୁନା, ରୂପା, ଅଟୋମୋବାଇଲ ଭଳି ମହଙ୍ଗା ଖୁଚୁରା ବାଣିଜ୍ୟ ଅନ୍ତର୍ଭୁକ୍ତ। ଏହି ୭୦ ହଜାର କୋଟି ବ୍ୟବସାୟରେ ଗତ ବର୍ଷର ତଥ୍ୟକୁ ଦେଖିଲେ ଜଣାପଡ଼ିଛି ଯେ ଚାଇନାରୁ ପ୍ରାୟ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ଆମଦାନୀ ହୋଇଥାଏ।

ସୂଚନାଯୋଗ୍ୟ, ଚଳିତବର୍ଷ ଦେଶ କରୋନା ମହାମାରୀର ଶିକାର ହୋଇଛି। ଏଥିପାଇଁ ସାରା ବିଶ୍ୱ ଚାଇନାକୁ ଦାୟୀ କରିଛି। ଅନ୍ୟପଟେ ଲଦାଖର ଗଲଓ୍ୱାନା ଉପତ୍ୟକାରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିକୁ ଉଲ୍ଲଂଘନ କରିଛି। ପରିଣାମ ସ୍ୱରୂପ ଭାରତୀୟ ସେନା ପାଟ୍ରୋଲିଂ କରୁଥିବା ବେଳେ ଚାଇନା ସେନା ସହିତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ସେନା ଦେଶ ପାଇଁ ବଳିଦାନ ଦେଇଥିଲେ। ଏହାପରେ ଚାଇନାକୁ ବୟକଟ କରିବା ପାଇଁ ଦେଶବାସୀ ଏବଂ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।

ସାରା ଦେଶରେ ବ୍ୟବସାୟୀମାନେ ଭାରତୀୟ ସାମଗ୍ରୀ ବିକ୍ରି କରିବା ପାଇଁ ଆବଶ୍ୟକ ସାମଗ୍ରୀ କିଣୁଥିବା ସୂଚନା ରହିଛି। ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଲ ଫର୍ ଭୋକାଲକୁ ସଫଳ କରିବା ସହିତ ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ସୁଯୋଗ ସୃଷ୍ଟି କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe