/odisha-reporter/media/post_attachments/uploadimage/library/16_9/16_9_0/LPG_1754656743.jpg)
LPG
ସରକାରୀ ଅଧିକୃତ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପାଇଁ କେନ୍ଦ୍ର କ୍ୟାବିନେଟ ୩୦ ହଜାର କୋଟିର ସବିସିଡିକୁ ଅନୁମୋଦନ କରିଛି। ବର୍ଦ୍ଧିତ ଦର ସତ୍ତ୍ୱେ ଗ୍ରାହକଙ୍କୁ ଶସ୍ତାରେ ଏଲପିଜି ଯୋଗାଇ କମ୍ପାନୀଗୁଡ଼ିକ ସହିଥିବା କ୍ଷତିକୁ ଭରଣା କରିବା ସରକାର ଏପରି ବ୍ୟବସ୍ଥା କରିଛନ୍ତି। ଏହି ସବସିଡି କମ୍ପାନୀଗୁଡ଼ିକୁ ୧୨ଟି କିସ୍ତିରେ ଦିଆଯିବ।
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ୩ ତୈଳ କମ୍ପାନୀ- ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ), ଭାରତ ପେଟ୍ରୋଲିୟମ କର୍ପୋରେସନ(ବିପିସିଏଲ) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (ଏଚପିସିଏଲ)କୁ ୩୦ ହଜାର କୋଟିର ସବସିଡି ଦିଆଯିବ।
ବିଶ୍ୱ ବଜାରରେ ଏଲପିଜି ଦର ବଦଳୁଥିବା ବେଳେ ଘରୋଇ ଗ୍ରାହକଙ୍କୁ ସୁରକ୍ଷା ଦେବା ଓ ସରକାରୀ କମ୍ପାନୀଗୁଡ଼ିକ ଆର୍ଥିକ ସ୍ୱାସ୍ଥ୍ୟକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏପରି ନିଷ୍ପତ୍ତି ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
୩୦ ହଜାର କୋଟିର ସବସିଡି ସମ୍ପର୍କରେ ଘୋଷଣା କରିବା ବେଳେ ବୈଷ୍ଣବ କହିଛନ୍ତି, ମଧ୍ୟବିତ୍ତଙ୍କ ପାଖରେ ଶସ୍ତାରେ ଏଲପିଜି ପହଞ୍ଚାଇବାକୁ ୩୦ ହଜାର କୋଟିର ସବସିଡିକୁ ଅନୁମୋଦନ ମିଳିଛି। ବର୍ତ୍ତମାନର ବିଶ୍ୱ ରାଜନୀତିକ ସ୍ଥିତି ଯୋଗୁ ଗ୍ୟାସ ଦର ଦୋହଲିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସବସିଡି ବ୍ୟବସ୍ଥା କରାଯାଇଛି।
ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଏଲପିଜି ସିଲିଣ୍ଡ ଗ୍ରାହକଙ୍କୁ ଦିଆଯାଉଛି। ୨୦୨୪-୨୫ରେ ଅନ୍ତର୍ଜାତୀୟ ସ୍ତରରେ ଏଲପିଜି ଦର ବେଶ ଅଧିକ ରହିଥିଲା। ହେଲେ ସରକାର ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିବାକୁ ଦେଇ ନଥିଲେ।
କମ୍ପାନୀଗୁଡ଼ିକ ଅଧିକ ଦାମରେ କିଣି ଶସ୍ତାରେ ଏଲପିଜି ବିକ୍ରି କରୁଥିବାରୁ ସେମାନଙ୍କୁ ବେଶ କ୍ଷତି ସହିବାକୁ ପଡ଼ିଥିଲା। କ୍ଷତି ସହି ମଧ୍ୟ ସେମାନେ ଗ୍ରାହକଙ୍କ ପାଖରେ ଏଲପିଜି ପହଞ୍ଚାଉଛନ୍ତି। ସେମାନଙ୍କ କ୍ଷତି ଭରଣ କରିବାକୁ ଏପରି ସବସିଡି ଘୋଷଣା କରାଯାଇଛି। ସବସିଡି ଯୋଗୁ କମ୍ପାନୀଗୁଡ଼ିକ ଅଶୋଧିତ ତୈଳ ଓ ଏଲପିଜି କିଣିପାରିବେ। ଋଣ ଟଙ୍କା ପୈଠକ କରି ଅଧିକ ନିବେଶ କରିପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
