Advertisment

କାଫେ କଫି ଡେ’ର ଆଉଟ୍‌ଲେଟ୍‌ ୨୫୦୦ ଛୁଇଁବ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ବାହାରେ ବର୍ଷା ଆଉ ଶୀତତାପ ନିୟନ୍ତ୍ରିତ କାଚ ଘର ଭିତରେ ସଙ୍ଗୀତର ଧୂନ୍‌ ସାଙ୍ଗକୁ ନିଜ ପସନ୍ଦ ଫ୍ଲେବର୍‌ର ଚା’ ଓ କଫି ପିଇବାର ମଜା। ଏପରି କିଛି ସ୍ପେଶାଲ୍‌ ଫିଚର୍‌ ସହ କର୍ଣ୍ଣାଟକରେ ଏହାର ପ୍ରଥମ ଆଉଟ୍‌ଲେଟ୍‌ ଆରମ୍ଭ କରିଥିଲା କାଫେ କଫି ଡେ’(ସିସିଡି)। ଏବେ ଭାରତ ସମେତ ବିଶ୍ୱର ୬ଟି ଦେଶରେ ‘ସିସିଡି’ର ୧୫ଶହରୁ ଅଧିକ ଆଉଟ୍‌ଲେଟ୍‌ ରହିଛି ଏବଂ ଆଗାମୀ ୭ରୁ ୮ ବର୍ଷ ମଧ୍ୟରେ ଏହି ସଂଖ୍ୟା ୨୫୦୦କୁ […]

author-image
Jagamohan Maharana
ଅଦ୍ୟତନ ହୋଇଛି
କାଫେ କଫି ଡେ’ର ଆଉଟ୍‌ଲେଟ୍‌ ୨୫୦୦ ଛୁଇଁବ

ccd

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ବାହାରେ ବର୍ଷା ଆଉ ଶୀତତାପ ନିୟନ୍ତ୍ରିତ କାଚ ଘର ଭିତରେ ସଙ୍ଗୀତର ଧୂନ୍‌ ସାଙ୍ଗକୁ ନିଜ ପସନ୍ଦ ଫ୍ଲେବର୍‌ର ଚା’ ଓ କଫି ପିଇବାର ମଜା। ଏପରି କିଛି ସ୍ପେଶାଲ୍‌ ଫିଚର୍‌ ସହ କର୍ଣ୍ଣାଟକରେ ଏହାର ପ୍ରଥମ ଆଉଟ୍‌ଲେଟ୍‌ ଆରମ୍ଭ କରିଥିଲା କାଫେ କଫି ଡେ’(ସିସିଡି)।

Advertisment

ଏବେ ଭାରତ ସମେତ ବିଶ୍ୱର ୬ଟି ଦେଶରେ ‘ସିସିଡି’ର ୧୫ଶହରୁ ଅଧିକ ଆଉଟ୍‌ଲେଟ୍‌ ରହିଛି ଏବଂ ଆଗାମୀ ୭ରୁ ୮ ବର୍ଷ ମଧ୍ୟରେ ଏହି ସଂଖ୍ୟା ୨୫୦୦କୁ ଛୁଇଁବ ବୋଲି କମ୍ପାନୀର ସିଇଓ ବେଣୁ ମାଧବ ସୂଚନା ଦେଇଛନ୍ତି।

୧୯୯୬ରେ କର୍ଣ୍ଣାଟକର ଚିକ୍‌କମଗାଲୁରୁ ଜିଲ୍ଲାରୁ ଖୋଲିଥିଲା ‘ସିସିଡି’ର ପ୍ରଥମ ଆଉଟ୍‌ଲେଟ୍‌ । ଖାଲି ଏସିଆ ମହାଦେଶ ନୁହେଁ, ୟୁଏସ୍‌ଏ ଓ ୟୁରୋପରେ ବି ‘ସିସିଡି’ ସୁପରିଚିତ। ୨୦୦୧ ମସିହାରେ ଭାରତ ସମେତ ବିଶ୍ୱର ୬ଟି ରାଷ୍ଟ୍ରରେ ‘ସିସିଡି’ର ଆଉଟ୍‌ଲେଟ୍‌ ସଂଖ୍ୟା ୧୦୦୦ ଥିବା ବେଳେ ୨୦୧୫ ସୁଦ୍ଧା ଏହି ସଂଖ୍ୟା ୧୫୫୬ରେ ପହଞ୍ଚି ଥିଲା।

Advertisment

କମ୍ପାନୀ ଏବେ ଏହାର ଆଉଟ୍‌ଲେଟ୍‌ ସଂଖ୍ୟା ଆହୁରି ବୃଦ୍ଧି କରିବା ପାଇଁ ଯୋଜନା ରଖିଛି। କମ୍ପାନୀର ସିଇଓ ବେଣୁ ମାଧବଙ୍କ କହିବା ଅନୁଯାୟୀ, ଆଗାମୀ ୭ ରୁ ୮ବର୍ଷ ମଧ୍ୟରେ ଯେଉଁଠାରେ ଲୋକଙ୍କର ଚାହିଦା ନାହିଁ, ସେଠାରେ ଆଉଟ୍‌ଲେଟ୍ ବନ୍ଦ ହେବ ଏବଂ ଯେଉଁ ସ୍ଥାନରେ ଆବଶ୍ୟକତା ରହିଛି, ସେଠାରେ ନୂଆ ଖୋଲିବ। ଏହି କ୍ରମରେ କମ୍ପାନୀର ନୂଆ ଆଉଟ୍‌ଲେଟ୍ ସଂଖ୍ୟା ପ୍ରାୟ ୮୦୦ ବଡ଼ିବ ବୋଲି ସେ କହିଛନ୍ତି।