Advertisment

କାଫେ କଫି ଡେ- ଅନେକ କିଛି ଘଟିଗଲାଣି ଗୋଟେ କପ୍‌ କଫିରେ!

ବେଙ୍ଗାଲୁରୁ: ଏ ଲଟ୍‌ କ୍ୟାନ୍‌ ହାଫେନ୍‌ ଓଭର୍‌ ଏ କପ୍‌ ଅଫ୍‌ କଫି (ଗୋଟିଏ କପ୍‌ କଫିରେ ଅନେକ କିଛି ଘଟିଯାଇ ପାରେ!)। ଏ ସ୍ଲୋଗାନର ଜନକ ତଥା କାଫେ କଫି ଡେ’ର (ସିସିଡି) ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟାକୁ ବର୍ଷେ ପୂରିବ ଜୁଲାଇ ୨୯ ତାରିଖରେ। ଏହା ଭିତରେ ସିସିଡ଼ିରେ ଅନେକ କିଛି ଘଟିଗଲାଣି। ସଂସ୍ଥାର ଭବିଷ୍ୟତକୁ ନେଇ ସଙ୍କଟର ଆଶଙ୍କା ବଢ଼ି ଚାଲିଛି। ଖବର ଆସିଛି ସିସିଡି ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ୨୮୦ରୁ […]

ଅଦ୍ୟତନ ହୋଇଛି
କାଫେ କଫି ଡେ- ଅନେକ କିଛି ଘଟିଗଲାଣି ଗୋଟେ କପ୍‌ କଫିରେ!

ccd

Advertisment

ବେଙ୍ଗାଲୁରୁ: ଏ ଲଟ୍‌ କ୍ୟାନ୍‌ ହାଫେନ୍‌ ଓଭର୍‌ ଏ କପ୍‌ ଅଫ୍‌ କଫି (ଗୋଟିଏ କପ୍‌ କଫିରେ ଅନେକ କିଛି ଘଟିଯାଇ ପାରେ!)। ଏ ସ୍ଲୋଗାନର ଜନକ ତଥା କାଫେ କଫି ଡେ’ର (ସିସିଡି) ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟାକୁ ବର୍ଷେ ପୂରିବ ଜୁଲାଇ ୨୯ ତାରିଖରେ। ଏହା ଭିତରେ ସିସିଡ଼ିରେ ଅନେକ କିଛି ଘଟିଗଲାଣି। ସଂସ୍ଥାର ଭବିଷ୍ୟତକୁ ନେଇ ସଙ୍କଟର ଆଶଙ୍କା ବଢ଼ି ଚାଲିଛି। ଖବର ଆସିଛି ସିସିଡି ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ୨୮୦ରୁ ଅଧିକ ଆଉଟଲେଟ ବନ୍ଦ କରିଛି। ଏପ୍ରିଲରୁ ଜୁନ ମଧ୍ୟରେ ଏହି ସବୁ ଆଉଟଲେଟ ବନ୍ଦ ହୋଇଥିବା ସୂଚନା ରହିଛି।

Advertisment

୨୮୦ରୁ ଅଧିକ ସିସିଡି ଆଉଟଲେଟ ବନ୍ଦ ହେବା ପରେ ଜୁନ୍ ୩୦ ସୁଦ୍ଧା ଦେଶରେ ସିସିଡିର ମୋଟ୍ ଆଉଟଲେଟ ସଂଖ୍ୟା ୧,୪୮୦ ହୋଇଛି।

ସିସିଡିର ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ପ୍ରତିଦିନ ହାରାହାରି ୧୫,୭୩୯ଟି କଫି ବିକ୍ରି ହେଉଥିଲା। ଚଳିତ ବର୍ଷ ଏହା କମି ୧୫,୪୪୫ ହୋଇଛି।

Advertisment

ସୂଚନାଯୋଗ୍ୟ, ସିସିଡିର ବ୍ୟବସାୟ ପୂର୍ବ ଭଳି ନଥିବାରୁ ବିଦେଶକୁ କଫି ରପ୍ତାନୀ ମଧ୍ୟ କମାଇ ଦେଇଛି। ଗତବର୍ଷ ସେପ୍ଟେମ୍ୱରରେ ୨,୭୦୦ କୋଟିର ଶେୟାର ବିକ୍ରି କରି ଦେଇଥିଲା। ଏମିତିକି ଆଇଟି କମ୍ପାନୀ ମାଇଣ୍ଡ ଟ୍ରିରେ ଥିବା ସେୟାରକୁ ଏଲ ଆଣ୍ଟ ଟ୍ରିକୁ ବିକ୍ରି କରିଦେଇଛି ସିସିଡି। ସେହିପରି ଚଳିତ ବର୍ଷ ମାର୍ଚ୍ଚରେ ସିସିଡି ୧୩ କମ୍ପାନୀ ପାଖରୁ ଆଣିଥିବା ୧,୬୪୪ କୋଟି ଟଙ୍କା ଫେରାଇ ଦେଇଥିବା ସୂଚନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe