Advertisment

କଲ୍ ଡ୍ରପ୍ ଜରିମାନା ପ୍ରସ୍ତାବରୁ ଓହରିବୁନି: ରବିଶଙ୍କର ପ୍ରସାଦ

ମୁମ୍ୱାଇ: କଲ୍ ଡ୍ରପ୍ ସମସ୍ୟା ପାଇଁ ଟେଲିକମ୍ କମ୍ପାନୀ ନିକଟରୁ ଜରିମାନା ଆଦାୟ କରି ଗ୍ରାହକଙ୍କୁ କ୍ଷତିପୂରଣ ଦିଆଯିବ। ନିର୍ଦ୍ଧାରିତ ସମୟରେ ନିୟମ ଲାଗୁ ହେବ। ଏ ସମ୍ପର୍କିତ ଘୋଷଣା ହୋଇସାରିଛି। ତେଣୁ ସରକାର ଏଥିରୁ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ଟେଲିକମ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଟେଲିକମ୍ ନିୟାମକ ଟ୍ରାଇ ପକ୍ଷରୁ କଲ୍ ଡ୍ରପ୍ କ୍ଷତିପୂରଣ ନେଇ ହୋଇଥିବା ଘୋଷଣା ଠିକ ସମୟରେ ଲାଗୁ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଟେଲିକମ୍ ମନ୍ତ୍ରୀ ପ୍ରସାଦ […]

author-image
Rakesh Mallick
ଅଦ୍ୟତନ ହୋଇଛି
କଲ୍ ଡ୍ରପ୍ ଜରିମାନା ପ୍ରସ୍ତାବରୁ ଓହରିବୁନି: ରବିଶଙ୍କର ପ୍ରସାଦ

india

ମୁମ୍ୱାଇ: କଲ୍ ଡ୍ରପ୍ ସମସ୍ୟା ପାଇଁ ଟେଲିକମ୍ କମ୍ପାନୀ ନିକଟରୁ ଜରିମାନା ଆଦାୟ କରି ଗ୍ରାହକଙ୍କୁ କ୍ଷତିପୂରଣ ଦିଆଯିବ। ନିର୍ଦ୍ଧାରିତ ସମୟରେ ନିୟମ ଲାଗୁ ହେବ। ଏ ସମ୍ପର୍କିତ ଘୋଷଣା ହୋଇସାରିଛି। ତେଣୁ ସରକାର ଏଥିରୁ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ଟେଲିକମ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଟେଲିକମ୍ ନିୟାମକ ଟ୍ରାଇ ପକ୍ଷରୁ କଲ୍ ଡ୍ରପ୍ କ୍ଷତିପୂରଣ ନେଇ ହୋଇଥିବା ଘୋଷଣା ଠିକ ସମୟରେ ଲାଗୁ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଟେଲିକମ୍ ମନ୍ତ୍ରୀ ପ୍ରସାଦ କହିଛନ୍ତି ଅପରେଟରଙ୍କ ନିଜ ନିଜ ଆଭିମୁଖ୍ୟ ରହିଥାଇପାରେ। ମାତ୍ର ଗ୍ରାହକଙ୍କ ସ୍ୱାର୍ଥ କିଭଳି ସୁରକ୍ଷିତ ରହିବ ସେ ନେଇ ସରକାର ଅଧିକ ଗୁରୁତ୍ୱ ଦେବେ। ତେଣୁ କଲ୍ ଡ୍ରପ୍ ସମସ୍ୟା ପାଇଁ କମ୍ପାନୀଗୁଡିକୁ ଦଣ୍ଡିତ କରାଯିବା ପ୍ରସ୍ତାବକୁ ପ୍ରତ୍ୟାହାର କରାଯିବ ନାହିଁ।

Advertisment

ସୂଚନାଯୋଗ୍ୟ, ପ୍ରତି କଲ୍ ଡ୍ରପରେ ଗ୍ରାହକଙ୍କୁ ୧ ଟଙ୍କା କ୍ଷତିପୂରଣ ଦେବା ପାଇଁ ଅକ୍ଟୋବର ୧୬ରେ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପ୍ରସ୍ତାବ ଦେଇଥିଲା। ଜାନୁୟାରୀ ୧ରୁ ଏହା ଲାଗୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଅପରେଟରମାନେ ଦିନକୁ ୧୫୦ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହେବେ ବୋଲି ଦର୍ଶାଇଛନ୍ତି।