fb-new
ନୂଆଦିଲ୍ଲୀ(ଓଡ଼ିଶାରିପୋର୍ଟର) ଫେସ୍ବୁକ୍ର ସହପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏହାର ଅଧ୍ୟକ୍ଷ ପଦରୁ ବିଦା ହୁଅନ୍ତୁ। ତାଙ୍କ ନାମରେ ବହୁ ବଡ଼ଧରଣର ଅଭିଯୋଗ ରହିଛି। ଫେସ୍ବୁକ୍ର ୪ ପ୍ରମୁଖ ଅଂଶୀଦାର ବୁଧବାର ଏଭଳି ଅଭିଯୋଗ ଆଣିଛନ୍ତି। ସେହିପରି ଆଉ ଏକ ଅଂଶୀଦାର ଭିନ୍ନ ପ୍ରସ୍ତାବ ଦେଇ କହିଛନ୍ତି, ଫେସ୍ବୁକ୍ର ଏକ ଇଣ୍ଡିପେଣ୍ଡେଣ୍ଟ୍ ଚେୟାର ଗଠନ ହେଉ।
ଗଣମାଧ୍ୟମରେ ଏଭଳି ଖବର ପ୍ରଚାର ହେବା ପରେ ଫେସ୍ବୁକ୍ର ଜଣେ ମୁଖପାତ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି। ଖବର ଅନୁସାରେ ୨୦୧୯ ମେ’ ରେ ଫେସ୍ବୁକ୍ର ବାର୍ଷିକ ଶେୟାର ହୋଲ୍ଡରଙ୍କ ବୈଠକ ରହିଛି। ସେଥିରେ ଇଣ୍ଡିପେଣ୍ଡେଣ୍ଟ୍ ଚେୟାର ଗଠନ ସମ୍ପର୍କରେ ଆଲୋଚନା କରାଯିବା ପାଇଁ ଏହି ଅଂଶୀଦାରମାନେ ଦାବି କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/10/fb-new-1.jpg)