Advertisment

ହାତରେ ଗୋଟିଏ ଦିନ, ଜେଲ ଯିବେ କି ଶିଳ୍ପପତି ଅନୀଲ ଅମ୍ବାନୀ?

ନୂଆଦିଲ୍ଲୀ: ଏରିକ୍ସନର ବକେୟା ଟଙ୍କା ପୈଠ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ସମୟସୀମା ୧୯ ତାରିଖରେ ଶେଷ ହେଉଛି। ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଏଯାଏଁ ଅନୀଲ ଅମ୍ବାନୀ ବକେୟା ଟଙ୍କା ପୈଠ କରିପାରିବେ କି ନାହିଁ ସେ ନେଇ ଠୋସ ଖବର ମିଳିପାରି ନାହିଁ। ଯଦି ନ ଦେଇପାରନ୍ତି ତାହେଲେ ତିନି ମାସ ଜେଲ୍ ଯାଇପାରନ୍ତି ଏକଦା ଫୋର୍ବସ ତାଲିକାର ଶ୍ରେଷ୍ଠ ୧୦ରେ ରହିଥିବା ଏହି ଶିଳ୍ପପତି। ତେବେ ଚଳିତ ସପ୍ତାହରେ […]

ଅଦ୍ୟତନ ହୋଇଛି
ହାତରେ ଗୋଟିଏ ଦିନ, ଜେଲ ଯିବେ କି ଶିଳ୍ପପତି ଅନୀଲ ଅମ୍ବାନୀ?

anil

Advertisment

ନୂଆଦିଲ୍ଲୀ: ଏରିକ୍ସନର ବକେୟା ଟଙ୍କା ପୈଠ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ସମୟସୀମା ୧୯ ତାରିଖରେ ଶେଷ ହେଉଛି। ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଏଯାଏଁ ଅନୀଲ ଅମ୍ବାନୀ ବକେୟା ଟଙ୍କା ପୈଠ କରିପାରିବେ କି ନାହିଁ ସେ ନେଇ ଠୋସ ଖବର ମିଳିପାରି ନାହିଁ। ଯଦି ନ ଦେଇପାରନ୍ତି ତାହେଲେ ତିନି ମାସ ଜେଲ୍ ଯାଇପାରନ୍ତି ଏକଦା ଫୋର୍ବସ ତାଲିକାର ଶ୍ରେଷ୍ଠ ୧୦ରେ ରହିଥିବା ଏହି ଶିଳ୍ପପତି।

Advertisment

ତେବେ ଚଳିତ ସପ୍ତାହରେ ବିଏସ୍ଏନ୍ଏଲ୍ ରିଲାଏନ୍ସ କମ୍ପାନୀର ବକେୟା ଥିବା ୭୦୦ କୋଟି ଟଙ୍କା ବକେୟା ପାଇଁ ଏନସିଏଲଟି ପାଖରେ ଆବେଦେନ କରିବ। ତେବେ ପୂର୍ବରୁ ଆରକମ ବକେୟା ଟଙ୍କା ଦେଇପାରିବ ନାହିଁ ବୋଲି କହିବା ସହ ଦେବାଳିଆ ପାଇଁ ଆବେଦନ କରିଥିଲା କୋର୍ଟରେ।

ପୂର୍ବରୁ ରିଲାଏନ୍ସ କମ୍ପାନୀ ଏନ୍‌ସିଏଏଲଟିକୁ ଆୟକର ରିଫଣ୍ଡ ଫେରାଇବା ପାଇଁ ଆବେଦନ କରିଥିଲା। ହେଲେ ଏହି ନିଷ୍ପତ୍ତି ଏନସିଏଏଲଟି ଅଧିନରେ ଆସୁନଥିବାରୁ ଏସବିଆଇକୁ ୨୫୯କୋଟି ଟଙ୍କା ଫେରାଇ ପାରିବ ନାହିଁ ବୋଲି କହିଥଲା।

Advertisment

ସୂଚନାଯୋଗ୍ୟ, ରିଲାଏନ୍ସ କମ୍ୟୁନିକେସନ ମାଲିକ ଅନୀଲ ଅମ୍ବାନୀଙ୍କ କମ୍ପାନୀର ନେଟଓ୍ଵର୍କ ଦାୟିତ୍ବ ଏରିକ୍ସନ ହାତରେ ଥିଲା। ମୋବାଇଲ କମ୍ପାନୀ ବନ୍ଦ ହେବା ପରେ ଏରିକ୍ସନକୁ ୪୫୩ କୋଟି ବକେୟା ଟଙ୍କା ଦେବା ବନ୍ଦ କରିଦେଇଥିଲା। ଏହାପରେ ବକେୟା ଟଙ୍କା ଦାବିରେ ଆରକମ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲା ଏରିକ୍ସନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe