Advertisment

ଖୁବଶୀଘ୍ର ସବୁ ଏଟିଏମରୁ ବିନା କାର୍ଡରେ ଉଠାଇପାରିବେ ଟଙ୍କା

ମୁମ୍ବାଇ: ଠକେଇ ରୋକିବା ପାଇଁ ଆଜି ଆରବିଆଇ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଆରବିଆଇ ପକ୍ଷରୁ ଦେଶର ସବୁ ବ୍ୟାଙ୍କଗୁଡ଼ିକୁ ବିନା କାର୍ଡରେ ଏଟିଏମରୁ ଟଙ୍କା ଉଠାଣ ବ୍ୟବସ୍ଥା ଲାଗୁ କରିବାକୁ ଅନୁମତି ଦିଆଯାଇଛି। ପୂର୍ବରୁ କେବଳ କିଛି ନିର୍ଦ୍ଦିଷ୍ଟ ବ୍ୟାଙ୍କଗୁଡ଼ିକ କ୍ଷେତ୍ରରେ ଏହି ନିୟମ ଲାଗୁ ହେଉଥିଲା। କିନ୍ତୁ ଏଣିକି ଗ୍ରାହକମାନେ ସବୁ ଏଟିଏମରୁ ବିନା ଡେବିଟ୍‌ କାର୍ଡରେ ଟଙ୍କା ଉଠାଣ କରିପାରିବେ। ଏ ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଆରବିଆଇ […]

author-image
Hemant Lenka
ଅଦ୍ୟତନ ହୋଇଛି
ଖୁବଶୀଘ୍ର ସବୁ ଏଟିଏମରୁ ବିନା କାର୍ଡରେ ଉଠାଇପାରିବେ ଟଙ୍କା

RBI1

ମୁମ୍ବାଇ: ଠକେଇ ରୋକିବା ପାଇଁ ଆଜି ଆରବିଆଇ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଆରବିଆଇ ପକ୍ଷରୁ ଦେଶର ସବୁ ବ୍ୟାଙ୍କଗୁଡ଼ିକୁ ବିନା କାର୍ଡରେ ଏଟିଏମରୁ ଟଙ୍କା ଉଠାଣ ବ୍ୟବସ୍ଥା ଲାଗୁ କରିବାକୁ ଅନୁମତି ଦିଆଯାଇଛି। ପୂର୍ବରୁ କେବଳ କିଛି ନିର୍ଦ୍ଦିଷ୍ଟ ବ୍ୟାଙ୍କଗୁଡ଼ିକ କ୍ଷେତ୍ରରେ ଏହି ନିୟମ ଲାଗୁ ହେଉଥିଲା। କିନ୍ତୁ ଏଣିକି ଗ୍ରାହକମାନେ ସବୁ ଏଟିଏମରୁ ବିନା ଡେବିଟ୍‌ କାର୍ଡରେ ଟଙ୍କା ଉଠାଣ କରିପାରିବେ। ଏ ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।

Advertisment

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଏଣକି ବିନା ଡେବିଟ କାର୍ଡରେ ଏଟିଏମରୁ ଟଙ୍କା ଉଠାଣ ପାଇଁ ସବୁ ବ୍ୟାଙ୍କକୁ ଅନୁମତି ଦିଆଯିବ। ପୂର୍ବରୁ କେବଳ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଓ ନିର୍ଦ୍ଦିଷ୍ଟ ଗ୍ରାହକଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେଉଥିଲା। କିନ୍ତୁ ଏବେ ସବୁ ଏଟିଏମରୁ ୟୁପିଆଇ ମାଧ୍ୟରେ ଗ୍ରାହକମାନେ ବିନା କାର୍ଡରେ ଟଙ୍କା ଉଠାଇ ପାରିବେ।

ଏହି ବ୍ୟବସ୍ଥା ଦ୍ୱାରା ଠକେଇ ମଧ୍ୟ କମ ହେବ। ପୂର୍ବରୁ କାର୍ଡ ସ୍କିମିଂ ଓ କାର୍ଡ କୋଲିଂ ଦ୍ୱାରା ଠକେଇ ହେଉଥିବାର ନଜିର ରହିଛି। ତେଣୁ ଏଟିଏମ ନେଟୱର୍କରୁ ୟୁପିଆଇ ମାଧ୍ୟମରେ ଟଙ୍କା ଉଠାଣ କଲେ ଠକେଇର ଭୟ ରହିବନି ବୋଲି ସେ କହିଛନ୍ତି।

Advertisment

ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଟଙ୍କା ଉଠାଣ ସମ୍ପର୍କରେ ବିସ୍ତୃତ ନିୟମ ଜାରି କରାଯିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ଗ୍ରାହକଙ୍କୁ ପ୍ରଥମେ ନିଜ ଫୋନରେ ଯେକୌଣସି ୟୁପିଆଇ ବ୍ୟବସ୍ଥା ଡାଉନ ଲୋଡ୍‌ କରିବାକୁ ପଡ଼ିବ। ଏହାପରେ ଏଟିଏମ ମେସିନରେ ଥିବା କ୍ୟୁଆର କୋଡ୍‌କୁ ସ୍କାନ କରି ଟଙ୍କା ଉଠାଣ କରିବାକୁ ହେବ। ସେହିପରି ଥରକରେ ସମ୍ଭବତଃ ନଗଦ ଟଙ୍କା ଉଠାଣ ସୀମା ୫ ହଜାର ଯାଏ ସୀମିତ ରଖାଯାଇ ପାରେ। କିନ୍ତୁ ଏ ସମ୍ପର୍କରେ ଏଯାଏ ବିସ୍ତୃତ ତଥ୍ୟ ଦିଆଯାଇ ନାହିଁ।