Advertisment

ଭୁବନେଶ୍ୱରରେ ୨୫ ଟଙ୍କାରେ ପିଆଜ ବିକିଲେ କେନ୍ଦ୍ର ସରକାର

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଜାତୀୟ ସମବାୟ ଖାଉଟି ମହାସଂଘ(ଏନସିସିଏଫ) ପକ୍ଷରୁ ଆଜି ପ୍ରଶାନ୍ତି ବିହାରର ଚିରଗାତୋଳା ବସ୍ତିଠାରେ ଖାଉଟିଙ୍କୁ ୨୫ଟଙ୍କା ଦରରେ ପିଆଜ ବିକ୍ରି କରାଯାଇଛି ।

Onion

Onion

Advertisment

ରାଜଧାନୀ ଭୁବନେଶ୍ୱରରେ ପିଆଜ କିଲୋ ପିଛା ୨୫ଟଙ୍କାରେ ମିଳୁଛି। କେନ୍ଦ୍ର ସରକାର ଶସ୍ତା ଦରରେ ଲୋକଙ୍କୁ ଏହି ପିଆଜ ଯୋଗାଇ ଦେଉଛନ୍ତି । ରାଜ୍ୟରେ ପିଆଜ ଦର ଆକାଶଛୁଆଁ ବୃଦ୍ଧି ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଇଛି ।

Advertisment

ସୂଚନା ଅନୁସାରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଜାତୀୟ ସମବାୟ ଖାଉଟି ମହାସଂଘ(ଏନସିସିଏଫ) ପକ୍ଷରୁ ଆଜି ପ୍ରଶାନ୍ତି ବିହାରର ଚିରଗାତୋଳା ବସ୍ତିଠାରେ ଖାଉଟିଙ୍କୁ ୨୫ଟଙ୍କା ଦରରେ ପିଆଜ ବିକ୍ରି କରାଯାଇଛି । ପ୍ରତ୍ୟେକ ଗ୍ରାହକଙ୍କୁ ଗୋଟିଏ ଥରେ ସର୍ବାଧିକ ୨ କିଲୋ ପର୍ଯ୍ୟନ୍ତ ପିଆଜ ଯୋଗାଇ ଦିଆଯାଇଛି। ଭୁବନେଶ୍ୱରରେ ଖୋଲା ବଜାରରେ ପିଆଜ କିଲୋ ପିଛା ୭୦ ଟଙ୍କା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ରିଟେଲ୍ ଭ୍ୟାନ୍ କାଉଣ୍ଟରରୁ ପିଆଜ ନେବାକୁ ଲୋକଙ୍କ ଲମ୍ବା ଧାଡ଼ି ଲାଗିଥିଲା। କେବଳ ପ୍ରଶାନ୍ତି ବିହାର ନୁହେଁ ରାଜଧାନୀର ବିଭିନ୍ନ ସ୍ଥାନରେ ୫-୬ଟି ଭ୍ୟାନ୍ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ସଂସ୍ଥା ଦ୍ୱାରା ଲୋକଙ୍କୁ ଶସ୍ତା ଦରରେ ପିଆଜ ବିକ୍ରି କରାଯାଉଛି । ଦିନେ ଦୁଇଦିନ ମଧ୍ୟରେ ଏହି ଭ୍ୟାନ୍ ସଂଖ୍ୟା ବୃଦ୍ଧି କରାଯିବ ଓ ପିଆଜ ଦର ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଏହି ବିକ୍ରି କରାଯିବ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ପିଆଜ ଦର ବୃଦ୍ଧିକୁ ନେଇ ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ଯେ, ପିଆଜର ଦରବୃଦ୍ଧି ନିୟନ୍ତ୍ରଣ କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ଆମେ କେବଳ ପିଆଜ କଳାବଜାରୀ ରୋକିବା ଦିଗରେ ପଦକ୍ଷେପ ନେଉଛୁ । କେନ୍ଦ୍ର ସରକାର ତୁରନ୍ତ ପିଆଜ ଦର ନିୟନ୍ତ୍ରଣ କରନ୍ତୁ ବୋଲି ସେ କହିଛନ୍ତି ।

Advertisment
Bhubaneswar Bhubaneswar News Onion Rate Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe