EPFO
କେନ୍ଦ୍ର ସରକାର ଆଜି କର୍ମଚାରୀ ଭବଷ୍ୟନିଧି ପାଣ୍ଠିର ସୁଧହାରକୁ ୮.୧୫%କୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ୮.୧୦% ଥିବା ବେଳେ ବର୍ଦ୍ଧିତ ସୁଧହାରକୁ ଆଜି ମଞ୍ଜୁରୀ ମିଳିଛି। ଏହାଦ୍ୱାରା ଦେଶର ଦେଶର ୬ କୋଟିରୁ ଅଧିକ କର୍ମଚାରୀ ଲାଭବାନ ହେବେ।
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ ପୂର୍ବ ବର୍ଷ ତୁଳନାରେ ୦.୦୫ ପ୍ରତିଶତ ଅଧିକ ସୁଧ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
୨୦୨୩ ମାର୍ଚ୍ଚ ୨୮ ତାରିଖରେ ଇପିଏଫ ସୁଧହାରକୁ ୮.୧୦%ରୁ ୮.୧୫%କୁ ବୃଦ୍ଧି କରିବା ପାଇଁ ସୁପାରିସ କରାଯାଇଥିଲା। ଇପିଏଫ୍ଓର ଏହି ସୁପାରିସକୁ ସରକାର ଅନୁମୋଦନ କରିଛନ୍ତି।
୨୦୨୧-୨୨ ଆର୍ଥିକ ବର୍ଷରେ ଇପିଏଫ୍ ସୁଧ ହାର ୮.୧୦ ପ୍ରତିଶତ ଥିଲା। ଯାହା ୧୯୭୭-୭୮ ପରେ ସବୁଠୁ କମ୍। ଏବେ ବର୍ଦ୍ଧିତ ସୁଧହାର ଇପିଏଫ ଆକାଉଣ୍ଟଧାରୀଙ୍କ ଖାତାରେ ଜମା ହେବ। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/EPFO_1690212084.jpg)