Advertisment

ପିଆଜ ଦର ନିୟନ୍ତ୍ରଣ କରିବାକୁ ପଦକ୍ଷେପ, ବଢ଼ିଲା ରପ୍ତାନି ଟିକସ

ସେପ୍ଟେମ୍ବର ମାସରେ ପିଆଜ ଦର ବଢ଼ିବାର ସମ୍ଭାବନା ଥିବା ନେଇ ରିପୋର୍ଟ ଆସିବା ପରେ ସରକାର ଏହାର ରପ୍ତାନି ଉପରେ ରୋକ ଲଗାଇବା ପାଇଁ ଏଭଳି ଏକ ପଦକ୍ଷେପ ନେଇଥିବା କୁହାଯାଉଛି।

Onion

Onion

Advertisment

ପିଆଜର ଦରବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ସେଥିପାଇଁ ପିଆଜ ଉପରେ ରପ୍ତାନି ଟିକସକୁ ୪୦%କୁ ବୃଦ୍ଧି କରାଯାଇଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ତତ୍‌କାଳ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ବର୍ଦ୍ଧିତ ରପ୍ତାନି ଟିକସ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।

Advertisment

ସେପ୍ଟେମ୍ବର ମାସରେ ପିଆଜ ଦର ବଢ଼ିବାର ସମ୍ଭାବନା ଥିବା ନେଇ ରିପୋର୍ଟ ଆସିବା ପରେ ସରକାର ଏହାର ରପ୍ତାନି ଉପରେ ରୋକ ଲଗାଇବା ପାଇଁ ଏଭଳି ଏକ ପଦକ୍ଷେପ ନେଇଥିବା କୁହାଯାଉଛି। କାରଣ ଟିକସ ବଢ଼ିଲେ ରପ୍ତାନି କମିଯିବ। ଆଉ ଦେଶରେ ଲୋକଙ୍କୁ ପର୍ଯ୍ୟାପ୍ତ ପିଆଜ ମିଳିବ।

ସରକାରୀ ତଥ୍ୟ ଅନୁଯାୟୀ, ପିଆଜ ଦରରେ ବୃଦ୍ଧି ଆରମ୍ଭ ହୋଇଗଲାଣି। ଅଗଷ୍ଟ ୧୦ ତାରିଖ ସୁଦ୍ଧା ସାରା ଦେଶରେ ଏହାର ଖୁଚୁରା ମୂଲ୍ୟ କେଜି ପ୍ରତି ୨୭ ଟଙ୍କା ୯୦ ପଇସା ରହିଥିଲା। ଏହି ଅବଧି ମଧ୍ୟରେ ଗତ ବର୍ଷ ପିଆଜର ଖୁଚୁରା ମୂଲ୍ୟ ସାରା ଦେଶରେ ୨୫ ଟଙ୍କା ୯୦ ପଇସା ଥିଲା। ଅର୍ଥାତ୍ ଗତ ବର୍ଷ ତୁଳନାରେ ୨ ଟଙ୍କା ବଢ଼ି ସାରିଛି।

Advertisment

ପିଆଜ ଯୋଗାଣ ହ୍ରାସ ହେଲେ ଉପୁଜିବାକୁ ଥିବା ସ୍ଥିତିକୁ ସମ୍ଭାଳିବା ପାଇଁ ସରକାର ୩ ଲକ୍ଷ ଟନ୍ ପିଆଜ ଜମା କରି ରଖିଛନ୍ତି।

Onion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe