Advertisment

ଆହ୍ଲାବାଦ ବ୍ୟାଙ୍କକୁ ସରକାର ଦେଲେ ୩୦୫୪ କୋଟି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରାୟତ୍ତ ଆହ୍ଲାବାଦ ବ୍ୟାଙ୍କକୁ କେନ୍ଦ୍ର ସରକାର ୩,୦୫୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏହା ସରକାରଙ୍କ ପକ୍ଷରୁ ଆହ୍ଲାବାଦ ବ୍ୟାଙ୍କରେ ଏକ ପୁଞ୍ଜି ନିବେଶ ବୋଲି କୁହାଯିବ। ଗୁରୁବାର ବ୍ୟାଙ୍କ ପକ୍ଷରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)କୁ ଏହା କୁହାଯାଇଛି। ସୂଚନା ଅନୁସାରେ ସରକାର ବ୍ୟାଙ୍କଠାରୁ ସ୍ପେଶାଲ୍ ସିକ୍ୟୁରିଟି ବା ବଣ୍ଡ୍‌ କ୍ରୟ କରି ୩୦୫୪ କୋଟି ଟଙ୍କା ପୁଞ୍ଜି ପ୍ରଦାନ କରିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷର ଜୁନ୍‌-ଅଗଷ୍ଟ( ଦ୍ୱିତୀୟ […]

author-image
Jagamohan Maharana
ଆହ୍ଲାବାଦ ବ୍ୟାଙ୍କକୁ ସରକାର ଦେଲେ ୩୦୫୪ କୋଟି

new

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରାୟତ୍ତ ଆହ୍ଲାବାଦ ବ୍ୟାଙ୍କକୁ କେନ୍ଦ୍ର ସରକାର ୩,୦୫୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏହା ସରକାରଙ୍କ ପକ୍ଷରୁ ଆହ୍ଲାବାଦ ବ୍ୟାଙ୍କରେ ଏକ ପୁଞ୍ଜି ନିବେଶ ବୋଲି କୁହାଯିବ। ଗୁରୁବାର ବ୍ୟାଙ୍କ ପକ୍ଷରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)କୁ ଏହା କୁହାଯାଇଛି। ସୂଚନା ଅନୁସାରେ ସରକାର ବ୍ୟାଙ୍କଠାରୁ ସ୍ପେଶାଲ୍ ସିକ୍ୟୁରିଟି ବା ବଣ୍ଡ୍‌ କ୍ରୟ କରି ୩୦୫୪ କୋଟି ଟଙ୍କା ପୁଞ୍ଜି ପ୍ରଦାନ କରିଛନ୍ତି।

Advertisment

୨୦୧୭-୧୮ ଆର୍ଥିକ ବର୍ଷର ଜୁନ୍‌-ଅଗଷ୍ଟ( ଦ୍ୱିତୀୟ ତ୍ରୈମାସ)ରେ ଆହ୍ଲାବାଦ  ବ୍ୟାଙ୍କ ୨୮.୮ କୋଟି ଟଙ୍କା ଲାଭ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ୧୯୪୪ କୋଟି ଟଙ୍କା କ୍ଷତି ସହିଛି। ଖାଲି ସେତିକି ନୁହେଁ, ଗତ ବର୍ଷ ଉକ୍ତ ସମୟରେ ବ୍ୟାଙ୍କର ଆନାଦାୟ ଋଣ ୧୬୮୭ କୋଟି ଟଙ୍କା ଥିବା ବେଳେ ଏବେ ଏହା ୨୯୫୦ କୋଟି ଟଙ୍କାରେ ପହଞ୍ଚିଲାଣି।