Advertisment

ଖୁସି ଖବର, ଗ୍ୟାସ୍ ସିଲିଣ୍ଡର ସବସିଡି ବୃଦ୍ଧି

ଉଜ୍ୱଳା ଯୋଜନା ଅଧୀନରେ ନିଆଯାଇଥିବା ଏଲପିଜି ସିଲିଣ୍ଡର ଉପରେ ସବସିଡି ବୃଦ୍ଧି କରିଛନ୍ତି କେନ୍ଦ୍ରସରକାର।

author-image
Debibandita Barick
Representative Image

Representative Image

ମୁଦ୍ରାସ୍ଫୀତି ସମୟରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଲେ ସରକାର। ଉଜ୍ୱଳା ଯୋଜନା ଅଧୀନରେ ନିଆଯାଇଥିବା ଏଲପିଜି ସିଲିଣ୍ଡର ଉପରେ ସବସିଡି ବୃଦ୍ଧି କରିଛନ୍ତି କେନ୍ଦ୍ରସରକାର। ଏଣିକି ସିଲିଣ୍ଡର୍ ପିଛା 300 ଟଙ୍କା ସବସିଡି ମିଳିବ।

Advertisment

ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ 9.6 କୋଟି ହିତାଧିକାରୀ ଏହି ସୁବିଧାର ଲାଭବାନ ହୋଇପାରିବେ। କ୍ୟାବିନେଟ ନିଷ୍ପତ୍ତି ପରେ ସିଲିଣ୍ଡର ପିଛା 300 ଟଙ୍କା ସବସିଡି ଘୋଷଣା କରାଯାଇଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ଉଜ୍ୱଳା ହିତାଧିକାରୀମାନେ ବର୍ତ୍ତମାନ 14.2 କିଲୋଗ୍ରାମ ଏଲପିଜି ସିଲିଣ୍ଡର ପାଇଁ 703 ଟଙ୍କା ଦେଉଥିବାବେଳେ ଏହାର ବଜାର ମୂଲ୍ୟ 903 ଟଙ୍କା ରହିଛି। 

Advertisment

କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ପରେ ସେମାନେ 603 ଟଙ୍କାରେ ସିଲିଣ୍ଡର ପାଇବେ। କିଛିଦିନ ପୂର୍ବରୁ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ସିଲିଣ୍ଡର ପିଛା 200 ଟଙ୍କା ସବସିଡି ମିଳିଥିଲା। 

LPG Subsidy Ujjwala Yojana Gas Cylinder