Advertisment

ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ହେଲେ ଓଡ଼ିଆ ପୁଅ ଦେବଦତ୍ତ ଚାନ୍ଦ

ବର୍ତ୍ତମାନ ସଞ୍ଜୀବ ଚଡା ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳକୁ ସରକାର ୩ ମାସ ବୃଦ୍ଧି କରିଥିଲେ। ଏହା ଜୁନ ୩୦ରେ ଶେଷ ହେବ। ଏହାପରେ ଶ୍ରୀ ଚାନ୍ଦ ନୂଆ ଦାୟିତ୍ୱ ନେବେ।

Debadatta Chand

Debadatta Chand

Advertisment

ପୁଣି ଜଣେ ଓଡ଼ିଆଙ୍କୁ ମିଳିଛି ବଡ଼ ଦାୟିତ୍ୱ। ଭାରତ ସରକାର ୫୨ ବର୍ଷୀୟ ଦେବଦତ୍ତ ଚାନ୍ଦଙ୍କୁ ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ସେ କାର୍ଯ୍ୟ ଭାର ସମ୍ଭାଳିବାର ୩ ବର୍ଷ ଯାଏ ବ୍ୟାଙ୍କ ଅଫ ବରୋଦାର ଏମଡି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ କାମ କରିବେ। ସେ ୧.୦୭.୨୦୨୩ ଦିନ କିମ୍ବା ଏହାପରେ ନୂଆ ଦାୟିତ୍ୱ ଗ୍ରହଣ କରିପାରିବେ।

Advertisment

ବର୍ତ୍ତମାନ ସଞ୍ଜୀବ ଚଡା ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳକୁ ସରକାର ୩ ମାସ ବୃଦ୍ଧି କରିଥିଲେ। ଏହା ଜୁନ ୩୦ରେ ଶେଷ ହେବ। ଏହାପରେ ଶ୍ରୀ ଚାନ୍ଦ ନୂଆ ଦାୟିତ୍ୱ ନେବେ।

ବ୍ୟାଙ୍କିଂ ସେକ୍ଟରର ସହ ଶ୍ରୀ ଚାନ୍ଦଙ୍କର ୨୭ ବର୍ଷର ଅଭିଜ୍ଞତା ରହିଛି। ୨୦୨୧ ମାର୍ଚ୍ଚରୁ ସେ ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ସେ କୋର୍ପୋରେ କ୍ରେଡିଟ, ଟ୍ରେଜରୀ ଓ ଅନ୍ତର୍ଜାତୀୟ ବ୍ୟବସାୟକ ଦାୟିତ୍ୱରେ ରହିଛନ୍ତି। ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେବା ପୂର୍ବରୁ ଶ୍ରୀ ଚାନ୍ଦ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ରହିଥିଲେ। ମୁମ୍ବାଇ ଜୋନର ମୁଖ୍ୟ ଭାବେ ସେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ପାଇଁ କାମ କରୁଥିଲେ।

Advertisment

ପାଟନାରେ ଥିବା ବ୍ୟାଙ୍କର ଜୋନାଲ ଅଡିଟ ଅଫିସର ମୁଖ୍ୟ ଓ ବରେଲୀରେ ସର୍କଲର ମୁଖ୍ୟ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ଶ୍ରୀ ଚାନ୍ଦ ବିଟେକ, ଏମବିଏ ଓ ସିଏଆଇଇବି ଡିଗ୍ରୀ ହାସଲ କରିଛନ୍ତି। ଇକ୍ୱିଟି ରସିର୍ଚ୍ଚରେ ପିଜି ଡିପ୍ଲୋମା ଡିଗ୍ରୀ ତାଙ୍କ ପାଖରେ ରହିଛି।

ବଲାଙ୍ଗିରର ପ୍ୟାଲେସ ଲାଇନ ଅଞ୍ଚଳରେ ଜନ୍ମିତ ଶ୍ରୀ ଚାନ୍ଦ ପୃଥ୍ୱୀରାଜ ହାଇସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ କଲେଜ ଅଫ୍ ଏଗ୍ରିକଲଚର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ଡିଗ୍ରୀ ହାସଲ କରିଥିଲେ।

Bank Debadatta Chand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe