Indigo Airlines
ଇଣ୍ଡିଗୋ ବିମାନରେ ସିଟ୍ ସିଲେକ୍ସନ ହେଲା ମହଙ୍ଗା। ଏଣିକି ମନମୁତାବକ ଗୋଟିଏ ସିଟ୍ ପାଇଁ ଯାତ୍ରୀଙ୍କୁ ସର୍ବାଧିକ ୨ ହଜାର ଟଙ୍କା ଯାଏଁ ଦେବାକୁ ପଡିବ। ବିମାନର ସିଟ୍ ସିଲେକ୍ସନ ଚାର୍ଜେସ ବଢାଇଛି ଇଣ୍ଡିଗୋ ଏୟାରଲାଇନ୍ସ। ଆଜି ହିଁ ନୂଆ ଦର ଲାଗୁ କରାଯାଇଛି।
ବିମାନର 'ଏକ୍ସ ଏଲ୍' ଅର୍ଥାତ୍ ଏକ୍ସଟ୍ରା ଲେଗ୍ ରୁମ୍ ଏବଂ ପ୍ରଥମ ଧାଡିର ସିଟ୍ ଉପରେ ନୂଆଦର ଲାଗୁ ହେବ। ତେବେ ଏହି ନିର୍ଦ୍ଦିଷ୍ଟ ସିଟ୍ ର ମୂଲ୍ୟ ୧୪ଶହରୁ ୨ହଜାର ଭିତରେ ରହିବ ବୋଲି ଇଣ୍ଡିଗୋ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେପଟେ ଏୟାରବସ୍ ର ଦ୍ବିତୀୟ ଏବଂ ତୃତୀୟ ଧାଡିର ସିଟ୍ ସିଲେକ୍ସନ ମୂଲ୍ୟ କମ୍ କରାଯାଇଛି। ଆଜି ଦର, ୪୫୦ରୁ ୪୦୦ ଟଙ୍କାକୁ ଖସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us