Advertisment

ଦେଶର ଅଭିବୃଦ୍ଧି ହାର ହ୍ରାସକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କଲେ ଚିଦାମ୍ୱରମ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ସୋମବାର କହିଛନ୍ତି ଯେ ଜିଡିପି ଆକଳନ ସରକାରଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଏବଂ ଲଜାଜନକ ବିଷୟ ହେବା ଉଚିତ। କାରଣ ସରକାର ରାଜକୋଷ କ୍ଷତି କମାଇବା ପାଇଁ କିଛି କରି ନାହାନ୍ତି। ମୋଦି ସରକାରଙ୍କୁ ଏ ନେଇ କୌଣସି ଲଜା ନାହିଁ କି ଅବଶୋଷ ନାହିଁ ବୋଲି ପୂର୍ବତନ କେନ୍ଦ୍ରଅର୍ଥମନ୍ତ୍ରୀ ଏଭଳି କହିଛନ୍ତି। ଏପ୍ରିଲ୍-ଜୁନ୍ ୨୦୨୦ ପାଇଁ ଜିଡିପିର ଅସ୍ଥାୟୀ ଆକଳନ ପ୍ରକାଶ ପାଇବା ପରେ ଏକ ଭର୍ଚୁଆଲ୍ କନଫରେନସ ଯୋଗେ […]

ଚାଇନା ନେତୃତ୍ୱାଧୀନ ଆରସିଇପିରେ ସାମିଲ୍ ହେଲାନି ଭାରତ, ବର୍ଷିଲେ ଚିଦାମ୍ୱରମ

chidambaram

Advertisment

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ସୋମବାର କହିଛନ୍ତି ଯେ ଜିଡିପି ଆକଳନ ସରକାରଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଏବଂ ଲଜାଜନକ ବିଷୟ ହେବା ଉଚିତ। କାରଣ ସରକାର ରାଜକୋଷ କ୍ଷତି କମାଇବା ପାଇଁ କିଛି କରି ନାହାନ୍ତି। ମୋଦି ସରକାରଙ୍କୁ ଏ ନେଇ କୌଣସି ଲଜା ନାହିଁ କି ଅବଶୋଷ ନାହିଁ ବୋଲି ପୂର୍ବତନ କେନ୍ଦ୍ରଅର୍ଥମନ୍ତ୍ରୀ ଏଭଳି କହିଛନ୍ତି। ଏପ୍ରିଲ୍-ଜୁନ୍ ୨୦୨୦ ପାଇଁ ଜିଡିପିର ଅସ୍ଥାୟୀ ଆକଳନ ପ୍ରକାଶ ପାଇବା ପରେ ଏକ ଭର୍ଚୁଆଲ୍ କନଫରେନସ ଯୋଗେ ଚିଦାମ୍ୱରମ ଏଭଳି କହିଛନ୍ତି।

Advertisment

ସୋମବାର ପ୍ରକାଶିତ ଜିଡିପି ତଥ୍ୟ ଅନୁଯାୟୀ, ଏପ୍ରିଲ-ଜୁନ୍ ତିନି ମାସରେ ଭାରତର ଜିଡିପି ଅଭିବୃଦ୍ଧି ୨୩.୯% ହ୍ରାସ ଘଟିଛି। କରୋନା ଭାଇରସ୍ ମହାମାରୀ ଏବଂ ଲକଡାଉନ୍ ଯୋଗୁଁ ଦେଶର ଅର୍ଥନୀତି ବହୁ କ୍ଷତି ସହିଛି।

କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଏ ନେଇ ସରକାରଙ୍କୁ ବହୁ ପୂର୍ବରୁ ଚେତାବନୀ ଦେଇଥିଲେ। ହେଲେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନାହାନ୍ତି ବୋଲି ସେ କହିଛନ୍ତି। ଏଥିପାଇଁ ସାରା ଦେଶ ଏବେ ବହୁ ମୂଲ୍ୟ ଦେଉଛି। ଗରିବ ଏବଂ ଦୁର୍ବଳ ଲୋକମାନେ ନିରାଶ ହୋଇଛନ୍ତି ବୋଲି ଚିଦାମ୍ୱରମ କହିଛନ୍ତି।

Advertisment

କଂଗ୍ରେସର ଏହି ବରିଷ୍ଠ ନେତା କହିଛନ୍ତି ଯେ ପ୍ରଥମ ତ୍ରୟମାସରେ ଜିଡିପିରେ ୨୩.୯% ହ୍ରାସ ଘଟିଛି। ଏହାର ଅର୍ଥ ଜୁନ୍ ୩୦, ୨୦୧୯ ରେ ମୋଟ ଘରୋଇ ଉତ୍ପାଦନର ଏକ ଚତୁର୍ଥାଂଶ ଗତ ୧୨ ମାସ ମଧ୍ୟରେ ପୋଛି ହୋଇଯାଇଛି। ୨୦୧୯-୨୦ ଶେଷ ସୁଦ୍ଧା ଜିଡିପିରେ ପ୍ରାୟ ୨୦ ପ୍ରତିଶତ ହ୍ରାସ ଘଟିଛି, ଯାହାର ପ୍ରମାଣ ବୋଲି ସେ କହିଛନ୍ତି।

ଅର୍ଥନୀତିକ ଅବନତିକୁ ଭଗବାନଙ୍କ ଇସାରାରେ ହେଉଛି ବୋଲି ନିକଟରେ କହିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏବେ କୃଷି, ଜଙ୍ଗଲ ଏବଂ ମତ୍ସ୍ୟଚାଷ କେବଳ ତିନୋଟି କ୍ଷେତ୍ର ଯାହା ୩.୪ ପ୍ରତିଶତ ହାରରେ ବିକଶିତ ହୋଇଛି। ଏଥିପାଇଁ ଚାଷୀମାନେ ଭଗବାନଙ୍କ ନିକଟରେ ଉପକୃତ ହେବା ଦରକାର ବୋଲି ସୀତାରମଣ କହିଥିଲେ।

ଦେଶର ଅର୍ଥନୀତି ଉପରେ ତୀକ୍ଷ୍ଣ ନଜର ରଖିଥିବା ଅନେକ ବିଶେଷଜ୍ଞଙ୍କ ପୂର୍ବରୁ ମଧ୍ୟ ଚେତାବନୀ ଦେଇଥିଲେ ବୋଲି ସେ କହିଥିଲେ। ଏ ବାବଦରେ ଆରବିଆଇ ପ୍ରକାଶ କରିଥିବା ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି ବୋଲି ଚିଦାମ୍ୱରମ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe