Advertisment

ବ୍ୟାଙ୍କ ଉପରୁ ତୁଟୁଛି ଚାଇନିଜଙ୍କ ଭରସା, ସରକାର ଆଣିଲେ ନୂଆ ନିୟମ

ବେଜିଂ: କରୋନା ମହାମାରୀ କାରଣରୁ ଚୀନର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଏହାକୁ ନଜରରେ ରଖି ଚାଇନିଜମାନେ ଏବେ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଛନ୍ତି। ଏହାପରେ ବେଜିଂ ସରକାର ନୂଆ ନିୟମ ଆଣିଛି। ଏଣିକି ଯେଉଁମାନେ ବ୍ୟାଙ୍କରୁ ମୋଟା ଅଙ୍କର ଟଙ୍କା ଉଠାଇବେ କିମ୍ୱା ଜମା କରିବେ ସେମାନଙ୍କୁ ପୂର୍ବରୁ ବ୍ୟାଙ୍କକୁ ଅବଗତ କରାଇବାକୁ ହେବ। ଏହି ଯୋଜନା ଅନୁଯାୟୀ, ବ୍ୟବସାୟୀମାନଙ୍କୁ ୫୦୦,୦୦୦ ୟୁଆନ୍ ($ ୭୧,୦୦୦) ରୁ ଅଧିକ କାରବାର ବିଷୟରେ ସୂଚନା ପ୍ରଦାନ କରିବାକୁ ପଡିବ। […]

ଅଦ୍ୟତନ ହୋଇଛି
ବ୍ୟାଙ୍କ ଉପରୁ ତୁଟୁଛି ଚାଇନିଜଙ୍କ ଭରସା, ସରକାର ଆଣିଲେ ନୂଆ ନିୟମ

PEOPLE BANK OF CHINA

Advertisment

ବେଜିଂ: କରୋନା ମହାମାରୀ କାରଣରୁ ଚୀନର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଏହାକୁ ନଜରରେ ରଖି ଚାଇନିଜମାନେ ଏବେ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଛନ୍ତି। ଏହାପରେ ବେଜିଂ ସରକାର ନୂଆ ନିୟମ ଆଣିଛି। ଏଣିକି ଯେଉଁମାନେ ବ୍ୟାଙ୍କରୁ ମୋଟା ଅଙ୍କର ଟଙ୍କା ଉଠାଇବେ କିମ୍ୱା ଜମା କରିବେ ସେମାନଙ୍କୁ ପୂର୍ବରୁ ବ୍ୟାଙ୍କକୁ ଅବଗତ କରାଇବାକୁ ହେବ।

Advertisment

ଏହି ଯୋଜନା ଅନୁଯାୟୀ, ବ୍ୟବସାୟୀମାନଙ୍କୁ ୫୦୦,୦୦୦ ୟୁଆନ୍ ($ ୭୧,୦୦୦) ରୁ ଅଧିକ କାରବାର ବିଷୟରେ ସୂଚନା ପ୍ରଦାନ କରିବାକୁ ପଡିବ। ଏଥି ସହିତ, ସାଧାରଣ ଲୋକଙ୍କ ପାଇଁ ଏହି ସୀମା ୧୦୦,୦୦୦ ୟୁଆନ୍ ରୁ ୩୦୦,୦୦୦ ୟୁଆନ୍ ପର୍ଯ୍ୟନ୍ତ ସ୍ଥିର କରାଯାଇଛି।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା ଏକ ବିବୃତି ଜାରି କରି କହିଛି, ଅର୍ଥ ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିବା ପାଇଁ ପାଇଲଟ୍ ପ୍ରକଳ୍ପ ଭାବେ ଏଭଳି କାର୍ଯ୍ୟକାରୀ କରାଯାଇଛି। ତେବେ ବ୍ୟାଙ୍କଗୁଡିକ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ କାରବାରକୁ ପ୍ରତ୍ୟାଖ୍ୟାନ କରିପାରିବେ। ଏହି ନିଷ୍ପତ୍ତି ପ୍ରାୟ ୭୦ ନିୟୁତ ଲୋକଙ୍କୁ ପ୍ରଭାବିତ କରିବ। କରୋନା ଭାଇରସ୍ ମହାମାରୀ ପାଇଁ ବ୍ୟାଙ୍କର ଆର୍ଥିକ ଅବସ୍ଥା ଖରାପ ରହିଛି। ଏହାକୁ ସଜାଡ଼ିବା ପାଇଁ ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା ଏହି ପଦକ୍ଷେପ ନେଇଛି।

Advertisment

ଗତ ଚାରି ଦଶନ୍ଧି ମଧ୍ୟରେ ଚୀନ୍‌ର ଅର୍ଥନୀତିକ ଅଭିବୃଦ୍ଧି ହାର ମାନ୍ଦା ହୋଇଛି। ଏହି ସମୟରେ ଚାଇନାର ବ୍ୟାଙ୍କ ଗୁଡିକରେ ଋଣ ହାର ବଢ଼ିଛି। ହୁବେଇ ଏବଂ ଶାନସିର ଦୁଇଟି ସ୍ଥାନୀୟ ବ୍ୟାଙ୍କରେ ଲୋକମାନେ ନିଜ ଟଙ୍କା ବାହାର କରୁଥିବା ନଜିର ରହିଛି। ଏହାକୁ ରୋକିବା ପାଇଁ ସରକାର ନୂଆ ଯୋଜନା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ବ୍ୟାଙ୍କ ଗୁଡ଼ିକର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଉଦ୍ଧାର କରିବା ପାଇଁ ଗତ ବର୍ଷ ଚାଇନା ସରକାର ବ୍ୟାଙ୍କ ଗୁଡ଼ିକ ପାଇଁ ବେଲଆଉଟ୍ ପ୍ୟାକେଜ୍ ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe