Advertisment

କାର୍ ରପ୍ତାନୀରେ ଜାପାନକୁ ଟପିଲା ଚାଇନା; ବର୍ଷକରେ ବିକିଛି ୫୦ ଲକ୍ଷ ଯାନ

ବିଶ୍ୱର ଶୀର୍ଷ କାର୍ ରପ୍ତାନୀ ଦେଶ ଭାବରେ ଜାପାନକୁ ପଛରେ ପକାଇ ଦେଇଛି ଚାଇନା।

ଅଦ୍ୟତନ ହୋଇଛି
Car

Car

Advertisment

ବିଶ୍ୱର ଶୀର୍ଷ କାର୍ ରପ୍ତାନୀ ଦେଶ ଭାବରେ ଜାପାନକୁ ପଛରେ ପକାଇ ଦେଇଛି ଚାଇନା। ଚୀନ୍, ଜାପାନକୁ ଟପି ଗୋଟିଏ ବର୍ଷରେ ୫୦ ଲକ୍ଷ କାର୍ ରପ୍ତାନୀ କରିଛି। ଚାଇନା ଆସୋସିଏସନ୍ ଅଫ୍ ଅଟୋମୋବାଇଲ ମ୍ୟାନୁଫାକ୍ଚର୍ସ ଜାନୁଆରୀରେ ଏହି ରିପୋର୍ଟ ପ୍ରକାଶ କରିଥିଲା।

Advertisment

ଗତକାଲି (ଜାନୁଆରୀ ୩୧)ରେ ପ୍ରକାଶ ପାଇଥିବା ଏକ ସରକାରୀ ଡାଟା ଅନୁସାରେ, ଗତ ବର୍ଷ ଜାପାନରେ କାର, ବସ୍ ଏବଂ ଟ୍ରକ୍ ପରିବହନ ୧୬% ବୃଦ୍ଧି ପାଇ ୪.୪୨ ମିଲିୟନରେ ପହଞ୍ଚିଛି। ଏପରି କ୍ଷେତ୍ରରେ ଚୀନ ମୋଟ ୪.୯୧ ନିୟୁତ ଅର୍ଥାତା ପାଖାପାଖି ୫୦ ଲକ୍ଷ ଯାନବାହାନ ରପ୍ତାନି କରିଛି। ସାତ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜାପାନ ଯାନବାହାନ ରପ୍ତାନୀ କ୍ଷେତ୍ରରେ ଶୀର୍ଷ ଦେଶରୁ ବାଦ୍ ପଡିଛି।

ଅଧିକନ୍ତୁ, ଚୀନ୍‌ର କଷ୍ଟମ୍ସ ବ୍ୟୁରୋ ରିପୋର୍ଟ ଅନୁସାରେ, ଚୀନରେ ଗତ ବର୍ଷ କାର୍ ରପ୍ତାନୀ ୫୭ ପ୍ରତିଶତ ବୃଦ୍ଧି ପାଇ ୫.୨୨ ନିୟୁତ (୫୨ ଲକ୍ଷ)ରେ ପହଞ୍ଚିଛି। ସେହିପରି ନ୍ୟୁଜ୍ ଏଜେନ୍ସି AFP ରିପୋର୍ଟ କରିଛି ଯେ, ପୂର୍ବରୁ ଚୀନ୍, ଜାପାନ ତୁଳନାରେ ମାସକୁ ଅଧିକ ମଟୋର ଯାନ ରପ୍ତାନୀ କରିଥିବା ରିପୋର୍ଟ ହୋଇଥିଲା, କିନ୍ତୁ ବୁଧବାର ପ୍ରକାଶ ପାଇଥିବା ଡାଟା ଅନୁସାରେ ଚୀନ ମଧ୍ୟ ବାର୍ଷିକ ଅଧିକ କାର୍ ରପ୍ତାନୀରେ ଜାପାନକୁ ଟପିଯାଇଛି। 

Advertisment

୨୦୨୨ ମସିହାରେ, ମୋଟରସାଇକେଲକୁ ବାଦ ଦେଇ ଜାପାନରେ ଯାନ ଉତ୍ପାଦନ ୭୦ ଲକ୍ଷରୁ ଅଧିକ ୟୁନିଟ୍ ଥିଲା, କିନ୍ତୁ ବିଦେଶୀ ଦେଶଗୁଡିକରେ ଉତ୍ପାଦନ ପ୍ରାୟ ୧ କୋଟି ୭୦ ଲକ୍ଷ ଥିଲା। 

China Car Exporter China Overtakes Japan World's Top Car Exporter Business
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe