Advertisment

ବାଦ ପଡ଼ିନି ବେଜିଂ, ୪୦ ବର୍ଷରେ ପ୍ରଥମ ଥର ପାଇଁ ସହିଲା କ୍ଷତି

ବେଜିଂ: କରୋନା ବିଶ୍ୱ ଅର୍ଥନୀତିକୁ ଉଜାଡି ଦେଇଛି। ଭାରତ, ଆମେରିକା ଭଳି ଅନେକ ଦେଶର ଅର୍ଥନୀତି କରୋନା ପାଇଁ ଉଜୁଡି ଥିବା ବେଳେ ଏଥିରୁ ବାଦ୍ ପଡ଼ିନି ଚାଇନା। ୨୦୨୦ରେ ଚାଇନାର ଅଭିବୃଦ୍ଧି ହାର ମାତ୍ର ୨.୩ ପ୍ରତିଶତ ରହିଥିବା ଜଣାପଡ଼ିଛି। ୧୯୭୦ ପରେ ଚାଇନାର ଆର୍ଥିକ ସଂସ୍କାର ଆସିଥିଲା। ଏହାପରେ ଯେଉଁଭଳି ଭାବରେ ଅଭିବୃଦ୍ଧି ହେଉଥିଲା ସେଥିରେ ରୋକ୍ ଲାଗିଛି। କରୋନା ପାଇଁ ଚାଇନାର ଅଭିବୃଦ୍ଧି ହାର କମିଥିବା ଜଣାପଡ଼ିଛି। ଯାହାକି ଚାରି ଦଶନ୍ଧିରୁ ଅଧିକ […]

ଅଦ୍ୟତନ ହୋଇଛି
ବାଦ ପଡ଼ିନି ବେଜିଂ, ୪୦ ବର୍ଷରେ ପ୍ରଥମ ଥର ପାଇଁ ସହିଲା କ୍ଷତି

bejing-production

Advertisment

ବେଜିଂ: କରୋନା ବିଶ୍ୱ ଅର୍ଥନୀତିକୁ ଉଜାଡି ଦେଇଛି। ଭାରତ, ଆମେରିକା ଭଳି ଅନେକ ଦେଶର ଅର୍ଥନୀତି କରୋନା ପାଇଁ ଉଜୁଡି ଥିବା ବେଳେ ଏଥିରୁ ବାଦ୍ ପଡ଼ିନି ଚାଇନା। ୨୦୨୦ରେ ଚାଇନାର ଅଭିବୃଦ୍ଧି ହାର ମାତ୍ର ୨.୩ ପ୍ରତିଶତ ରହିଥିବା ଜଣାପଡ଼ିଛି। ୧୯୭୦ ପରେ ଚାଇନାର ଆର୍ଥିକ ସଂସ୍କାର ଆସିଥିଲା। ଏହାପରେ ଯେଉଁଭଳି ଭାବରେ ଅଭିବୃଦ୍ଧି ହେଉଥିଲା ସେଥିରେ ରୋକ୍ ଲାଗିଛି। କରୋନା ପାଇଁ ଚାଇନାର ଅଭିବୃଦ୍ଧି ହାର କମିଥିବା ଜଣାପଡ଼ିଛି। ଯାହାକି ଚାରି ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ପ୍ରଥମ।

Advertisment

ଚାଇନାର ଜାତୀୟ ପରିସଂଖ୍ୟାନ ବ୍ୟୁରୋ କହିଛି ଯେ କରୋନା ପାଇଁ ଏଭଳି ସ୍ଥିତି ଉପୁଜିଛି। ୨୦୧୯ରେ ଦେଶର ଅଭିବୃଦ୍ଧି ୬.୧ ପ୍ରତିଶତ ଥିଲା। ଯଦିଓ ୨୦୨୦ରେ ଅଭିବୃଦ୍ଧି କମିଛି ହେଲେ ଏବେ ବି ବିଶ୍ୱ ଅର୍ଥନୀତିରେ ଚାଇନା ଏକମାତ୍ର ଦେଶ ଯାହାର ଅର୍ଥନୀତି ସକାରାତ୍ମକ ରହିଛି।

୨୦୨୦ରେ ଚାଇନାରେ ଶିଳ୍ପ ଉତ୍ପାଦନ ୨.୮ ପ୍ରତିଶତ ବୃଦ୍ଧି ପାଇଛି ଏବଂ ବର୍ଷର ଶେଷ ତିନି ମାସରେ ଦେଶର ୬.୫ ପ୍ରତିଶତ ଅଭିବୃଦ୍ଧି ଘଟିଛି। ତେବେ ଗତ ବର୍ଷ ଖୁଚୁରା ବିକ୍ରି ୩.୯ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରମୁଖ କାରଣ କରୋନା। ତେବେ ଡିସେମ୍ବରରେ ଚାଇନାର ରପ୍ତାନୀ ଆକଳନଠୁ ଅଧିକ ବୃଦ୍ଧି ହୋଇଛି।

Advertisment

ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଆଗକୁ ଚାଇନାର ଅର୍ଥନୀତି କମିପାରେ। ୨୦୨୨ରେ ଚାଇନାର ଅଭିବୃଦ୍ଧି ହାର ୫.୫ ପ୍ରତିଶତକୁ ଖସିପାରେ। ତେବେ ଚଳିତ ବର୍ଷ ଅଭିବୃଦ୍ଧି ହାର ୮.୪ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ଭବିଷ୍ୟତରେ ଚାଇନାର ଅଭିବୃଦ୍ଧି ହାର କମିବାର କାରଣ ଅନେକ କମ୍ପାନୀ ଭାରତ ସମେତ ଅନେକ ଦେଶ ମୁହାଁ ହୋଇଛନ୍ତି। ସେହିପରି ଆମେରିକା, ଅଷ୍ଟ୍ରେଲିଆ ଭଳି ଦେଶ ସହିତ ଚାଇନାର ବିବାଦ ରହିଥିବାରୁ ବ୍ୟବସାୟିକ କ୍ଷତି ହୋଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe