Advertisment

ଭାରତୀୟ କମ୍ପାନୀରେ ଚୀନ୍ ଟଙ୍କା, ଜାଣନ୍ତୁ କେଉଁଠି କେତେ?

ନୂଆଦିଲ୍ଲୀ: ଚୀନ୍ ସହିତ ଗୁଲଓ୍ୱାନ ଉପତ୍ୟକାରେ ସୀମା ବିବାଦ ବଢ଼ିବା ପରେ ସାରା ଦେଶରେ ଚୀନ ପ୍ରତି ଜନଆକ୍ରୋଶ ବଢ଼ିଛି। ଏହାକୁ ଦେଖି ଭାରତ ସରକାର ଟିକଟକ, କ୍ୟାମସ୍କାନର୍ ଭଳି ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏମିତିକି ସରକାରଙ୍କ କିଛି ମନ୍ତ୍ରଳାୟ ମଧ୍ୟ ଚୀନ ସାମଗ୍ରୀକୁ ବୟକଟ କରିବେ ବୋଲି କହିଛନ୍ତି। ଚୀନ୍ ସାମଗ୍ରୀର ଆମଦାନୀ ହ୍ରାସ କରିବାକୁ ଭାରତ ସରକାର ମଧ୍ୟ ଅନେକ ପଦକ୍ଷେପ ନେଉଛନ୍ତି। ଏସବୁ ଭିତରେ ନଜର ପକାନ୍ତୁ ଭାରତର […]

ଅଦ୍ୟତନ ହୋଇଛି
ସୀମାକୁ ନେଇ ଭାରତ-ଚୀନ ମଧ୍ୟରେ ଉତ୍ତେଜନା

india-chinna

Advertisment

ନୂଆଦିଲ୍ଲୀ: ଚୀନ୍ ସହିତ ଗୁଲଓ୍ୱାନ ଉପତ୍ୟକାରେ ସୀମା ବିବାଦ ବଢ଼ିବା ପରେ ସାରା ଦେଶରେ ଚୀନ ପ୍ରତି ଜନଆକ୍ରୋଶ ବଢ଼ିଛି। ଏହାକୁ ଦେଖି ଭାରତ ସରକାର ଟିକଟକ, କ୍ୟାମସ୍କାନର୍ ଭଳି ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏମିତିକି ସରକାରଙ୍କ କିଛି ମନ୍ତ୍ରଳାୟ ମଧ୍ୟ ଚୀନ ସାମଗ୍ରୀକୁ ବୟକଟ କରିବେ ବୋଲି କହିଛନ୍ତି। ଚୀନ୍ ସାମଗ୍ରୀର ଆମଦାନୀ ହ୍ରାସ କରିବାକୁ ଭାରତ ସରକାର ମଧ୍ୟ ଅନେକ ପଦକ୍ଷେପ ନେଉଛନ୍ତି। ଏସବୁ ଭିତରେ ନଜର ପକାନ୍ତୁ ଭାରତର ପ୍ରମୁଖ ଷ୍ଟାର୍ଟଅପ୍ କମ୍ପାନୀ ଯେଉଁଠି ବିଶ୍ୱାସ ଘାତକ ବେଜିଂର ପୁଞ୍ଜି ନିବେଶ ରହିଛି।

Advertisment

ଗେଟୱେ ହାଉସର ରିପୋର୍ଟ ଅନୁଯାୟୀ, ବିଗ ବାସ୍କେଟ ନାମକ ଗ୍ରୋସରୀ ସହିତ ଜଡ଼ିତ ଥିବା ଇ-କମର୍ସ ପୋର୍ଟାଲର ପରିଚାଳନା ଇନୋଭେଟିଊ ରିଟେଲ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା କରୁଛି।  ଏଥିରେ ଚୀନର ଆଲିବାବା ଗ୍ରୁପ୍ ନିବେଶ କରିଛି।

ସେହପିର ଅନ ଲାଇନ୍ ପାଠ ପଢ଼ିବା ପାଇଁ ତିଆରି ହୋଇଥିବା ବାଇଜୁ ଆପ୍ସର ପରିଚାଳନା କରୁଛି ଥିଙ୍କ୍ ଆଣ୍ଡ୍ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡ୍। ଯେଉଁଥିରେ ଟେନସେଣ୍ଟ ହୋଲ୍ଡିଂ ପୁଞ୍ଜି ନିବେଶ କରିଛି।

Advertisment

ସେହିପରି ଆମେରିକାର ଓ୍ୱାଲମାର୍ଟ ଅଧିନରେ ଥିବା ଫ୍ଲିପକାର୍ଟରେ ଚୀନର ଷ୍ଟିଡଭ୍ୟୁ କ୍ୟାପିଟାଲ ଏବଂ ଟେନସେଣ୍ଟ ହୋଲଡିଂ ୩୦ କୋଟି ଡଲାର ପୁଞ୍ଜି ନିବେଶ କରିଛନ୍ତି। ସେହିପରି ମେକ୍ ମାଇ ଟ୍ରିପ୍ ଚଳାଉଥିବା ମେକ୍ ମାଇ ଟ୍ରିପ୍ (ଭାରତ) ପ୍ରାଇଭେଟ ଲିମିଟେଡରେ ଚୀନର ସିଟରିପ ନିବେଶ କରିଛି।

ଚୀନର Paytm.comର ପରିଚାଳନା କରୁଛି One97 କମ୍ୟୁନିକେସନ୍ ଲିମିଟେଡ୍। ଆଲିବାବା ଗ୍ରୁପ୍ ଏଠାରେ ୪୦ କୋଟି ଡଲାର୍ ପର୍ଯ୍ୟନ୍ତ ନିବେଶ କରିଛି। ଏଥି ସହିତ ପେଟିଏମ୍ ମଲ୍ ଚଳାଉଥିବା ପେଟିଏମ୍ ଇ-କମର୍ସରେ ୧୫ କୋଟି ଡଲାର ପର୍ଯ୍ୟନ୍ତ ପୁଞ୍ଜି ନିବେଶ କରିଛି ଆଲିବାବା।

ଗେଟୱେ ହାଉସ୍ ତଥ୍ୟ ଅନୁଯାୟୀ ଓଲାରେ ଚୀନର ଟେନସେଣ୍ଟ ହୋଲ୍ଡିଂ, ଷ୍ଟିଡଭ୍ୟୁ କ୍ୟାପିଟାଲ, ସେଲିଂ କ୍ୟାପିଟାଲ ଆଣ୍ଡ ଚୀନ୍, ଇଣ୍ଟରନାଲ ୟିଲ୍ଡ ଇଣ୍ଟରନେଶନାଲ ଲିମିଟେଡ, ଚାଇନା-ୟୁରୋଶିନ ଇକୋନମିକ କୋ-ଅପରେଶନ ପାଣ୍ଠିରୁ ନିବେଶ ହୋଇଛି।

ସେହିପରି Oyoରେ ଡିଡି ଚୁକ୍ସି ଏବଂ ଚାଇନା ଲଜିଂ ଗ୍ରୁପ ନିବେଶ କରିଛି। ପଲିସି ବଜାରରେ ETechAces ମାର୍କେଟିଂ ଆଣ୍ଡ କନ୍ସଲ୍ଟିଂ ପ୍ରାଇଭେଟ ଲିମିଟେଡ ନିବେଶ କରିଛି। ଜୋମାଟୋରେ ଆଲିବାବା ଗ୍ରୁପ୍ ମଧ୍ୟ ପୁଞ୍ଜି ନିବେଶ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe