Advertisment

ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ, ପୁଣି ବଢ଼ିଲା ସିଏନଜି ଓ ପିଏନଜି ଦାମ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ଲୋକଙ୍କୁ ନିସ୍ତାର ମିଳୁନି। କ୍ରମାଗତ ୭ ଦିନ ବଢ଼ିବା ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି। ତଥାପି ଏହାର ଦାମ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। ଲୋକମାନେ ବର୍ଦ୍ଧିତ ଦରକୁ ନେଇ ଆଉଟପାଉଟ ହେଉଥିବା ବେଳେ ଆଜି ଦିଲ୍ଲୀରେ ସିଏନଜି ଓ ପିଏନଜି ଦାମ ବଢ଼ିଛି। ଆଜି ସକାଳୁ ଦିଲ୍ଲୀ ଓ ଏନସିଆର ରିଜନରେ ବର୍ଦ୍ଧିତ ଦର ଲାଗୁ କରାଯାଇଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ସିଏନଜିର କେଜି […]

ଅଦ୍ୟତନ ହୋଇଛି
ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ, ପୁଣି ବଢ଼ିଲା ସିଏନଜି ଓ ପିଏନଜି ଦାମ

CNG

Advertisment

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ଲୋକଙ୍କୁ ନିସ୍ତାର ମିଳୁନି। କ୍ରମାଗତ ୭ ଦିନ ବଢ଼ିବା ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି। ତଥାପି ଏହାର ଦାମ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। ଲୋକମାନେ ବର୍ଦ୍ଧିତ ଦରକୁ ନେଇ ଆଉଟପାଉଟ ହେଉଥିବା ବେଳେ ଆଜି ଦିଲ୍ଲୀରେ ସିଏନଜି ଓ ପିଏନଜି ଦାମ ବଢ଼ିଛି। ଆଜି ସକାଳୁ ଦିଲ୍ଲୀ ଓ ଏନସିଆର ରିଜନରେ ବର୍ଦ୍ଧିତ ଦର ଲାଗୁ କରାଯାଇଛି।

Advertisment

ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ସିଏନଜିର କେଜି ପିଛା ଦର ୪୯.୭୬ ଟଙ୍କା ଓ ପିଏନଜିର ଦାମ ୩୫.୧୧ ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ନୋଏଡା, ଗ୍ରେଟର ନୋଏଡା ଓ ଗାଜିଆବାଦରେ ସିଏନଜିର ଦର ୫୬.୦୨ ଟଙ୍କା ଏବଂ ପିଏନଜି ୩୪.୮୬ ଟଙ୍କାରେ ବିକ୍ରି ହେଉଛି। ଗୁରୁଗ୍ରାମରେ ସିଏନଜିର କେଜି ପିଛା ଦର ୫୮.୨୦ ଟଙ୍କା ଓ ପିଏନଜିର ଦାମ ୩୩.୩୧ ଟଙ୍କା ରହିଛି।

Advertisment


ବିଗତ ୧୦ ଦିନ ମଧ୍ୟରେ ସିଏନଜି ଦାମ ଦ୍ୱିତୀୟ ଥର ବଢ଼ିଛି। ଆଜି ସିଏନଜି ଦର ପ୍ରାୟ ୨.୫ ଟଙ୍କା ମହଙ୍ଗା ହୋଇଛି। ଅକ୍ଟୋବର ୨ରେ ସିଏନଜିର କେଜି ପିଛା ଦାମ ୨.୨୮ ଓ ପିଏନଜି ୨.୧୦ ଟଙ୍କା ବଢ଼ିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe